logo
add image
ଅନ୍ତୋଦୟ ଗୃହ ଯୋଜନାର  କାର୍ଯ୍ୟାଦେଶ ବଣ୍ଟନ

ଅନ୍ତୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ

କଣିହାଁ/୩୦/୦୩/୨୦୨୫/(ଆଧାର ନେଡିଆ)-କଣିହାଁବ୍ଲକ ସ୍ଥିତ ଟୋଲକବେଡା ଖେଳ ପଡିଆ ଠାରେ ରବିବାର ପୂର୍ବାହ୍ନରେ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ ଆଭାସୀ ମାଧ୍ୟମରେ ଆୟୋଜିତ ହୋଇଯାଇଛି।ଏହି କର୍ଯ୍ୟକ୍ରମକୁ ମାନ୍ୟବର ମୁଖମନ୍ତ୍ରୀ ମୋହନ ଚରଣ ମାଝୀ ଅନୁଷ୍ଠାନିକ ଭାବେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଶୁଭଆରମ୍ଭ କରିଥିଲେ lକଣିହାଁ ବ୍ଲକର ଏହି କାର୍ଯ୍ୟକ୍ରମରେ ବିଡ଼ିଓ ତ୍ରିବିକ୍ରମ କୁମାର ପୁରୋହିତ କରିଥିଲେ l ଏଥିରେ ଅତିଥି ଭାବେ ମାନ୍ୟବର ସାଂସଦ ଢେଙ୍କାନାଳଙ୍କ ପ୍ରତିନିଧି ତ୍ରିପୁରାରୀ ପ୍ରଧାନ, ମାନ୍ୟବର ବିଧାୟକ ତାଳଚେରଙ୍କ ପ୍ରତିନିଧି ସୁନିଲ ପ୍ରଧାନ, ମାନ୍ୟବର ବିଧାୟକ ପାଳଲହଡାଙ୍କ ପ୍ରତିନିଧି ପ୍ରହ୍ଲାଦ ସାମଲ ପ୍ରମୁଖ ଯୋଗ ଦେଇଥିଲେ l ଆୟୋଜିତ କାର୍ଯ୍ୟକ୍ରମକୁ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ l ଏହି ଆନ୍ତଦେୟ ଗୃହ ଯୋଜନାର କାର୍ଯ୍ୟାଦେଶ ବଣ୍ଟନରେ କଣିହାଁ ପଞ୍ଚାୟତ ସମିତିର ୨୭ଟି ପଞ୍ଚାୟତର ୩୨୩ ଜଣ ଭିନ୍ନକ୍ଷମ,ବିଧବା, ରୋଗାକ୍ରାନ୍ତ ହିତାଧିକାରୀ ପ୍ରାଥମିକତା ଭାବେ ସାମିଲ ହୋଇଛନ୍ତି l ଏହି କାର୍ଯ୍ୟକ୍ରମକୁ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ବିଜୟ କୁମାର ସାହୁ ପରିଚାଳନା କରିଥିଲେ l ଏଥିରେ ବ୍ଲକର ସହକାରୀ ଯନ୍ତ୍ରୀ ସଲିଳ ସ୍ବାଇଁ, ବିପିସି,ବିପିଏ,ସମସ୍ତ କର୍ମଚାରୀ,ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l

Recent Comments

Leave Comments

Top