logo
add image
ଡ଼ ଗଣେଶ ମାଳିଙ୍କୁ ଜ୍ୟୋତିଷ ସମ୍ରାଟ ସମ୍ମାନ

ଡ଼ ଗଣେଶ ମାଳିଙ୍କୁ ଜ୍ୟୋତିଷ ସମ୍ରାଟ ସମ୍ମାନ

ଗୁଣୁପୁର/ରାୟଗଡା/୩୧/୩/୨୦୨୫/(ଆଧାର ମେଡିଆ)-ରାୟଗଡା ଜିଲ୍ଲା ଗୁଣୁପୁର ବିକ୍ରମପୁର ନିବାସୀ ବ୍ରହ୍ମଲୀନ ସ୍ୱାମୀଜୀ ବିଦ୍ୟାନନ୍ଦ ସାଗର ମହାରାଜଙ୍କ ଶିଷ୍ୟ ଡ଼ ଗଣେଶ ମାଳିଙ୍କୁ ଜ୍ୟୋତିଷ ସମ୍ରାଟ ସମ୍ମାନରେ ସମ୍ମାନିତ କରାଯାଇଛି । ବ୍ରହ୍ମଲୀନ ସ୍ୱାମୀଜୀ ଜଣେ ବିଦ୍ୱାନ ଓ ଜ୍ୟୋତିଷ ଶାସ୍ତ୍ରରେ ଗଭୀର ପାଣ୍ଡିତ୍ୟ ଅର୍ଜନ କରିଥିଲେ । ତାଙ୍କ ନିକଟରେ ରହି ସେ ଜ୍ୟୋତିଷ ଶାସ୍ତ୍ରକୁ ଅଧ୍ୟୟନ ଓ ଶିକ୍ଷା ଗ୍ରହଣ କରିଥିଲେ । କଟକ ଠାରେ ଆୟୋଜିତ ଏକ ଜ୍ୟୋତିଷ ସମ୍ମିଳନୀରେ ଶ୍ରୀ ମାଳିଙ୍କୁ ଏଭଳି ମର୍ଯ୍ୟାଦା ଜନକ ସମ୍ମାନ ପ୍ରଦାନ କରାଯାଇଛି । ମୁଖ୍ୟ ଅତିଥି ଭାବେ ବିଜେପିର ଉପ ସଭାପତି ଚତୁର୍ଭୁଜ ଶର୍ମା ଯୋଗ ଦେଇଥିଲେ । ସମ୍ମାନିତ ଅତିଥିଭାବେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଯୋଗଦେଇ ଥିଲେ । କିଛିମାସ ପୂର୍ବରୁ ଶ୍ରୀ ମାଳି ଜ୍ୟୋତିଷ ଶାସ୍ତ୍ରରେ ଡକ୍ଟରେଟ ପାଇଥିଲେ । ସମାଜ କଲ୍ୟାଣ ଦିଗରେ ଜ୍ୟୋତିଷ ଶାସ୍ତ୍ରର ବ୍ୟବହାର କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଏଭଳି ସମ୍ମାନ କେବଳ ସ୍ଵାମୀଜୀଙ୍କ ଆଶୀର୍ବାଦ ଯୋଗୁଁ ସମ୍ଭବ ହେଇଛି ଏବଂ ଏହି ସମ୍ମାନ ତାଙ୍କୁ ଉତ୍ସର୍ଗୀକୃତ କରୁଛି ବୋଲି ଶ୍ରୀ ମାଳି ନିଜ ପ୍ରତିକ୍ରିୟାରେ କହିଛନ୍ତି ।
    

Recent Comments

Leave Comments

Top