ପଦ୍ମପୁର/ବରଗଡ/୧/୪/୨୦୨୫/ (ଆଧାର ମେଡିଆ//ଡିଲେଶ୍ୱର ବାଗ): ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସଭା ଗୃହଠାରେ ସଭାପତି ସହକାରୀ ଜିଲ୍ଲାପାଳ ସୁଶ୍ରୀ ନିତୁଶ୍ରୀ ମେହେରଙ୍କ ତତ୍ୱାବଧାନରେ ଉପଖଣ୍ଡ ସ୍ତରୀୟ ଓଡ଼ିଶା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ କୁନାଲ ମୋତିରାମ ଚୌହାନ ଓ ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସରୋଜା ବେହେରା, ଆଦର୍ଶ ଥାନାଧିକାରୀ ଶ୍ରୀମତୀ ମମତା ନାୟକ ଓ ମୁଖ୍ୟ ବକ୍ତା ଭାବରେ ଡ଼ଃ ସରୋଜ କୁମାର ନାୟକ ଯୋଗଦେଇଥିଲେ। ପ୍ରଥମେ ମହାପୁରୁଷଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣକରି ଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅତିଥି ମାନେ ମହାପୁରୁଷଙ୍କ ବିଷୟରେ ନିଜ ନିଜର ଅଭିଭାଷଣ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀଯୁକ୍ତ ମହେନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭା ଶେଷରେ ଆଦର୍ଶ ଥାନାଧିକାରୀ ଶ୍ରୀମତୀ ମମତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ସମାଜସେବୀ, ବରିଷ୍ଠ ଆଇନଜୀବୀ, ଅଙ୍ଗନବାଡି କର୍ମୀ ଓ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଯୋଗଦେଇଥିଲେ।
Recent Comments