logo
add image
ସୋନପୁର ବିଧାୟକ ଓ ତାଙ୍କ ନିକଟ ସମ୍ପର୍କୀୟ ଗୋରୁ ବେପାରରେ ସଂପୃକ୍ତି ନେଇ ସି ବି ଆଇ ତଦନ୍ତ ଦାବି।

ସୋନପୁର ବିଧାୟକ ଓ ତାଙ୍କ ନିକଟ ସମ୍ପର୍କୀୟ ଗୋରୁ ବେପାରରେ ସଂପୃକ୍ତି ନେଇ ସି ବି ଆଇ ତଦନ୍ତ ଦାବି।

ସୋନପୁର/୨/୪/୨୫/(ଆଧାର ମେଡିଆ)-ସୁବର୍ଣ୍ଣପୁର ଜିଲ୍ଲା ଗୋଚର ସୁରକ୍ଷା ମଞ୍ଚ ଆବାହକ ପ୍ରମୋଦ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସହ ସହ ଗୋମାତା ରକ୍ଷକ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ରାମପୁର ସାପ୍ତାହିକ ଗୋରୁ ବଜାରରୁ ବେଆଇନ ଭାବେ ଗୋରୁଚାଳାନ ସଂକ୍ରାନ୍ତରେ ଲିପ୍ତଥିବା ବ୍ୟକ୍ତି ବିଶେଷ ଓ ରାଜନେତାଙ୍କ ବିରୁଦ୍ଧରେ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି ସମ୍ପର୍କରେ ଏକ ଦାବୀପତ୍ର ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି।
ଉପସ୍ଥିତ ଗୋ ରକ୍ଷକଙ୍କ କହିବା ଅନୁଯାୟୀ ସମ୍ବଲପୁର ରେ ଅଟକ ହୋଇଥିବା ୪ ଗୋରୁ ବେପାରୀ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ରାମପୁର ଅଞ୍ଚଳର ଓ ସୁବର୍ଣ୍ଣପୁର ଜିଲ୍ଲାର ବିଧାୟକ ତଥା ପୂର୍ବ ସରକାରରେ ମନ୍ତ୍ରୀଥିବା ବିଜେଡି ଦଳର ଶ୍ରୀ ନିରଞ୍ଜନ ପୁଝାରୀଙ୍କ ସହ ଘନିଷ୍ଠ ସମ୍ପର୍କ ରହିଛି।ଶ୍ରୀ ପୁଝାରୀ ଙ୍କ କାର୍ଯ୍ୟାଳୟ ପାଖରେ ଗୋରୁବଜାର ଥିବାବେଳେ ଏନେଇ ସଂପୃକ୍ତି ଥିବା ସନ୍ଦେହ ଘନୀଭୂତ ହେଉଥିବାରୁ ସି ବି ଆଇ ତଦନ୍ତ ଦାବିକରି ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଦାବୀପାତ୍ର ପ୍ରଦାନ କରିଛନ୍ତି ଗୋସୁରକ୍ଷା ମଞ୍ଚ ସଦସ୍ୟ। ଆଜିର ଏହି ଧାରଣାରେ ପ୍ରମୋଦ ମହାପାତ୍ର,ଦୀପକ ମହାପାତ୍ର,ସନ୍ଦୀପ ମେହେର, ସୁକାନ୍ତ ସାହୁ, ସୁରେଶ ବିଶ୍ବାଲ, ସୁରୁ ବାବୁ ସାହୁ, ଅନନ୍ତ ମିଶ୍ର, ଶ୍ରୀକାନ୍ତ ପାଣିଗ୍ରାହୀ, ଟୁକୁନ ସାହୁ, ମିଥୁନ ସାହୁ, ବାବୁଲୁ ସାଗର, ବିକ୍ରମ କେଶରୀ ମିଶ୍ର, ଦେବାଶିଷ ପୁଝାରୀ, ରିଙ୍କୁ ପଣ୍ଡା, ପ୍ରଶାନ୍ତ ତରିଆ, ନବକୃଷ୍ଣ ଦନ୍ତାଙ୍କ ସହ ଆଇନଜୀବୀ ପ୍ରୁଫୁଲ୍ଲ ମେହେର, ମୁଧୁ ସୁଦନ ମିଶ୍ର, ପର୍ଶୁରାମ ମିଶ୍ର, ପ୍ରଫୁଲ୍ଲ ସାହୁ, ରଶ୍ମି ରଂଜନ ଦାଶ ପ୍ରମୁଖ ଯୋଗଦାନ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ମଧ୍ୟ ସମେତ ସହ ସହ ସଦସ୍ୟ ଏହି ଧାରଣା ରେ ସାମିଲ ହୋଇଥିଲେ।

Recent Comments

Leave Comments

Top