ବିଷମ କଟକ/୪/୪/୨୫ /(ଆଧାର ମିଡ଼ିଆ)-ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଧେଶ ଅନୁଯାୟୀ ୧ ଏପ୍ରିଲ ୨୦୨୫ ଠାରୁ ୧୪ ଏପ୍ରିଲ ୨୦୨୫ପର୍ୟ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି।ଏହି ଅବସରରେ ରାୟଗଡାଜିଲ୍ଲା ବିଷମ କଟକ ଠାରେ ଓଡ଼ିଆରେ ନାମ ଫଳକ ଅଭିଯାନ ସଚେତନତା ପଦଯାତ୍ରା ବିଷମକଟକ ପଞ୍ଚାୟତ ସମିତି କାର୍ଯ୍ୟାଳୟର ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ଶିଵପ୍ରସାଦ ପଟ୍ଟନାୟକଙ୍କ ମିଳିତ ସହଯୋଗରେ ଆଜି ଅର୍ଥାତ୍ ୦୪-୦୪-୨୦୨୫ ତାରିଖ ସକାଳ୧୦ଘ ସମୟରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ବିଷମ କଟକ ସହର ବିଭିନ୍ନ ସ୍ଥାନ ପରିକ୍ରମା କରି ମଁlମାର୍କମା ମନ୍ଦିର ପାଖରେ ଶେଷ ହୋଇଛି। ପ୍ରତେକ ଦୋକାନ ମାନଙ୍କରେ ଲେଖାହୋଇଥିବା ଇଂରାଜି ଅକ୍ଷରକୁ ଓଡିଆ ଭାଷାରେ ଲେଖିବାପାଇଁ ବିଷମ କଟକ ଏମ୍ ଆଇ ଶ୍ରୀ ଦେବଦତ ଲେଙ୍କା ସୁଚନା ଦେଇଥିଲେ.
Recent Comments