logo
add image
ମେଗା ପାନୀୟଜଳ ପ୍ରକଳ୍ପ :ଲୋକ ସେବାରେ ଲାଗିବ କେବେ ?

ମେଗା ପାନୀୟଜଳ ପ୍ରକଳ୍ପ :ଲୋକ ସେବାରେ ଲାଗିବ କେବେ ?

ବାଲିଗୁଡା/୦୫/୦୪/୨୦୨୫/-(ଆଧାର ମେଡିଆ//ସଞ୍ଜୟ କୁମାର ପାଣିଗ୍ରାହୀ):ପାନୀୟ ଜଳ ଯୋଗାଣ ନିମନ୍ତେ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଖରାଦିନରେ ପଇବା ପାଣି ସମସ୍ୟା ଜଟିଳ ହେବାକୁ ଲାଗିଲାଣି । ଖରା ବଢି ଚାଲିଥିବା ବେଳେ ପାଣି ମୁନ୍ଦାଏଁ ପାଇଁ ଡହକ ବିକଳ ହେଉଛନ୍ତି ଗାଁ ଲୋକେ ଓ ଚୁଆଁ ଏବଂ ନାଳ ଉପରେ ଭରସା କରୁଛନ୍ତି ଗ୍ରାମାଂଚଳ ବାସୀ । ଖରା ହୋଇଗଲେ ଚୁଆଁ ଶୁଖିଯାଉଛି ,ଲୋକେ ମୁନ୍ଦାଏ ପାଣିପାଇଁ ଚାଲିବାକୁ ପଡୁଛି ମାଇଲ ମାଇଲ ବାଟ ।
                  ଏପରି ସ୍ଥିତିରେ ବାଲିଗୁଡା ବ୍ଲକରେ ୧୪ଟି ପଞ୍ଚାୟତର ୨୪୪ଟି ଗ୍ରାମ ରହିଛି କିନ୍ତୁ ଅଦ୍ୟାବଧି ଏହି ୨୪୪ ଗ୍ରାମରୁ ମାତ୍ର ୩୬ ଗୋଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ହୋଇପାରିଛି । ଏହାକୁ ଦୃଷ୍ଟିଦେଇ ତତ୍କାଳୀନ ନବୀନ ସରକାର ବାଲିଗୁଡା ବ୍ଲକ ନିମନ୍ତେ ୧୦୨ କୋଟି ଟଙ୍କାର ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ଘୋଷଣା କରିଥିଲେ । ଏହି ମେଗା ପାନୀୟ ଜଳ ପ୍ରକଳ୍ପଟି ୧ମାର୍ଚ୍ଚ୨୦୨୧ ମସିହାରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ଏହି କାର୍ଯ୍ୟକୁ୧ମାର୍ଚ୍ଚ ୨୦୨୩ ଦୁଇବର୍ଷ ମଧ୍ୟରେ ସାରିବାକୁ ଧାର୍ଯ୍ୟ କରାଯାଇଥିଲା । ଧାର୍ଯ୍ୟର ଦୁଇବର୍ଷ ପୁରି ଆହୁରି ଏକବର୍ଷ ବିତିଯାଇଥିଲେ ସୁଧା ବର୍ତମାନ ପର୍ଯ୍ୟନ୍ତ ଏହି ମେଗା ପ୍ରକଳ୍ପର କାର୍ଯ୍ୟ ସରିନାହିଁ । ପ୍ରାୟ ୬୦ରୁ୭୦ ଶତକଡା କାମ ସରିଛି ବୋଲି ଆଲୋଚନା ହେଉଛି । ଏହି ପାନୀୟ ଜଳ ପ୍ରକଳ୍ପ ହେଲେ ବାଲିଗୁଡା ବ୍ଲକର ୧୪ ପଞ୍ଚାୟତରୁ ୧୯୮ଟି ଗାଁ ଓ ବାଲିଗୁଡା ସହରର କିଛି ଅଂଶକୁ ପାନୀୟ ଜଳ ଯୋଗାଣ ହୋଇପାରିବ । କିନ୍ତୁ ଏହି କାର୍ଯ୍ୟ କେବେ ସରିବ ଲୋକଙ୍କ ସେବାରେ କେବେ ଆସିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି  ।
ସୁଚନା ଯୋଗ୍ୟ ଯେ, ୧୪ ପଞ୍ଚାୟତରେ ୨୪୪ ଗ୍ରାମଅଛି ମାତ୍ର ୩୬ ଗୋଟି ଗ୍ରାମକୁ ଜଳ ଯୋଗଣ ହେଉଛି ।୧୪ ପଞ୍ଚାୟତରେ ୨୦ଟି ପାଣିଟାଙ୍କି ରହିଛି ,ସୌର ପ୍ରକଳ୍ପ ୬୪ଟି ରହିଛି ଏବଂ ସମସ୍ତ ପଞ୍ଚାୟତରେ ୧୬୪୭ ଟି ନଳକୁପ ରହିଛି । ବର୍ତମାନ ସୁଦ୍ଧା  ୨୦୮ଟି ଗ୍ରାମକୁ ଜଳ ଯୋଗାଣ ହୋଇପାରିନି । ଯେଉଁ ଗ୍ରାମଗୁଡିକୁ ଜଳ ଯୋଗାଣ ହୋଇପାରିନି ଓ ଅଧିକାଂଶ ଗ୍ରାମରେ ନଳକୁପ ଥିଲେ ବି ଅଚଳ ହୋଇ ପଡିରହିଛି. ସେହି ଗ୍ରାମବାସୀ ମାନେ ପାଣି ପାଇଁ ନଦୀ,ନାଳ ଓ ଚୁଆଁ ଉପରେ ଭରସା କରିଥାନ୍ତି,l ଏହି ପ୍ରକଳ୍ପ ଶୀଘ୍ର ସାରିବା ସହ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସାଧାରଣରେ ଦାବୀ ହେଉଛି । ଏ ସମ୍ପର୍କରେ ବିଭାଗୀୟ ଆରଡବ୍ଲୁଏସଏସ ନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏହି ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ସରିବାକୁ ଆସିଲାଣି ଓ ଅତିଶୀଘ୍ର ଏହି ମେଗା ଜଳପ୍ରକଳ୍ପରୁ ଲୋକଙ୍କୁ ପାଣି ଯୋଗଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ।

Recent Comments

Leave Comments

Top