ବୌଦ୍ଧ/୦୭/୦୪/୨୦୨୫/(ଆଧାର ମେଡିଆ)-ବୌଦ୍ଧ ବ୍ଲକର ମୁର୍ଶୁଣ୍ଢ1ସ୍ଥିତ ବୌଦ୍ଧବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସାର୍ଥକ ରାୟ ଶିବିରରେ ଉପସ୍ଥିତ ରହି ଆସିଥିବା ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ | ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ- ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ ଉପସ୍ଥିତ ରହି ଆସିଥିବା ଅଭିଯୋଗ ଗୁଡିକର ସମାଧlନ କରିଥିଲେ | ବୌଦ୍ଧ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଯୁଧିଷ୍ଠିର ମେହେର, ଜ଼ିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁଧର୍ମା ମଲ୍ଲିକ, ବୌଦ୍ଧ ବ୍ଲକ ଏବଂ ଜ଼ିଲ୍ଲା ଜରୁରୀ ଶାଖାର କର୍ମଚାରୀ ମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ | ଏହି ଶୁଣାଣୀ ଶିବିରରେ ସମସ୍ତ ବ୍ଲକସ୍ତରୀୟ ଏବଂ ଜ଼ିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l
Recent Comments