logo
add image
ଶ୍ରୀରାମମୟ ମୁନିଗୁଡା ଚଳଚଞ୍ଚଳ,

ଶ୍ରୀରାମମୟ ମୁନିଗୁଡା ଚଳଚଞ୍ଚଳ,

ଵିଷମକଟକ/୦୬/୦୪/୨୦୨୫/(ଆଧାର ମେଡିଆ//କାଷିନାଥ ପାଳ)-ରାୟଗଡା ଜିଲ୍ଲା ମୁନିଗୁଡା ଵ୍ଲକ ସଦର ମହକୁମାରେ ଆଜି ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କର ଚୈତ୍ର ଶୁକ୍ଳପକ୍ଷ ନବମୀ ତିଥିରେ ଜନ୍ମ ଗ୍ରହଣ କରିଥିବାରୁ ଯାକଜମକରେ ତାଙ୍କର ଜନ୍ମଦିନକୁ ହିନ୍ଦୁଧର୍ମର ଵଜରଂଗଦଳ ତରଫରୁ ପାଳନ କରାଯାଉଛି।ଏହି ପରିପ୍ରେକ୍ଷୀରେ ମୁନିଗୁଡାର ଶ୍ରୀରାମ ମନ୍ଦିର ସହ ହନୁମାନ ମନ୍ଦିରରେ ଶ୍ରୀରାମ ନବମୀ ଉପଲକ୍ଷେ ବୈଦିକ ରୀତିନୀତି ଅନୁସାରେ ଦିନ ତମାମ ରାମନାମ ସଂକୀର୍ତନ ,ହୋମଯଜ୍ଞ ସହ ପୂଜାର୍ଚ୍ଚନା କରାଯାଇଛି। ପ୍ରଭାତରେ ମୁନିଗୁଡାର ମୁଖ୍ୟରାସ୍ତା ସହ ବିଭିନ୍ନ ସାହି ମାନଙ୍କରେ ଶ୍ରୀରାମଙ୍କ ପବିତ୍ର ଧ୍ବଜା ଉଡାଇବା ସହ ମନ୍ଦିର ପରିସର ସଫେଇ କରାଯାଇଥିଲା ଲ
ଅପରାହ୍ନରେ ସ୍ଥାନୀୟ ମୁନିଖୋଲସ୍ଥିତ ହନୁମାନ ବାଟିକାରେ ପୂଜାର୍ଚ୍ଚନା କରାଯାଇ ,ସେଠାରୁ ଏକ ବଡ଼ ପଟୁଆରରେ ସଂକୀର୍ତନ ମଣ୍ଡଳୀ ମାନଙ୍କ ସହ ଶତାଧିକ ବାଜରଙ୍ଗୀ,ମାତୃଶକ୍ତି ଓ ଯୁବଗୋଷ୍ଠୀ ଭକ୍ତମାନେ ହାତରେ ଶ୍ରୀରାମ ଓ ହନୁମାନଙ୍କ ଧ୍ବଜାଧରି ଜୟ ଶ୍ରୀରାମ ଧ୍ବନୀରେ ପ୍ରକମ୍ପିତରେ ଏକ ବିଶାଳ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରି ଗୋବର୍ଦ୍ଧନସ୍ଥିତ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ।ମୀନାଝୁଲାର ପ୍ରସିଦ୍ଧ ସାଧୁବାବା ଜାନକାନନ୍ଦ ଗିରି ଉପସ୍ଥିତ ରହି ରାମଙ୍କ ଭ୍ରମଣ ରଥ ଶୋଭାଯାତ୍ରାର ଶୁଭାରମ୍ଭ କରିବା ସହ ରାମନବମୀ ଉତ୍ସବ ଓ ଶୋଭାଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବାକୁ ବଜରଙ୍ଗ ଦଳ କର୍ମୀ ମାନଙ୍କୁ ନିୟୋଜିତ କରାଯାଇଥିଲା।
ରାମଙ୍କ ରଥ ପହଁଞ୍ଚିବା ପରେ ସେଠାରେ ସମସ୍ତ ଭକ୍ତମାନେ ପ୍ରସାଦ ସେବନ କରିଥିଲେ।ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁନିଗୁଡାର ବଜରଙ୍ଗ ଦଳ ପ୍ରମୁଖ ଶ୍ୱେତ ଦାସ,ଉପ ପ୍ରମୁଖ ସୁନ୍ଦର ରାଜୁ,ପଦ୍ମ ବେହେରା,ଭୀମ ବେହେରାଙ୍କ ନେତୃତ୍ବ ନେଇ ଥିବା ବେଳେ ସମସ୍ତ ବଜରଂଗ ଦଳର ସଦସ୍ୟ ମାନେ ସହ ଯୋଗ କରି ସଫଳତା ହାସଲ କରିଥିଲେ। ମୁନିଗୁଡ଼ା ଆଇଆଇସି ସୌଦାମିନୀ ବେହେରାଙ୍କ ନେତୃତ୍ବରେ ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ l

Recent Comments

Leave Comments

Top