ବାଲିଗୁଡା/୦୭/୦୪/୨୦୨୫/:(ଆଧାର ମେଡିଆ//ସଞ୍ଜୟ କୁମାର ପାଣିଗ୍ରାହୀ):ରାଷ୍ଟ୍ରବାଦୀ ବିଚାରକୁ ଆଧାରକରି ୧୯୮୦ ମସିହାରେ ଗଠନ ହୋଇଥିବା ଭାରତୀୟ ଜନତା ପାର୍ଟି(ବିଜେପି) ବାଲିଗୁଡା ପକ୍ଷରୁ ସ୍ଥାନୀୟ ଗାନ୍ଧୀଛକ ଠାରେ ୪୫ ତମ ସ୍ଥାପନା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଏକ ସଭାରେ ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ବ୍ଲକ ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ, ଏନଏସି ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ନଗର ମଣ୍ଡଳ ସଭାପତି ମନୋଜ କୁମାର ରଥ, ସଞ୍ଜୟ କୁମାର ଦାସ, ଶୁଭାଶିଷ ମିଶ୍ର, ରଞ୍ଜିତ ଚୌଧୁରୀ, ଦିବାକର ସାହୁ ପ୍ରମୁଖ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହି ଦଳୀୟ ପତାକା ଉତ୍ତୋଳନ କରିବା ସହ ପାର୍ଟିର ପ୍ରତିଷ୍ଠାତା ସଭାପତି ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ ଏବଂ ସାଧାରଣ ସଂପାଦକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ବର୍ତ୍ତମାନ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର କାର୍ଯ୍ୟ କରୁଛି ।
ଆମର ଲକ୍ଷ୍ୟ ହେଉଛି ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଓଡ଼ିଶା ଗଠନ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୨୦୪୭ରେ ବିକିଶିତ ଭାରତ ଗଠନ କରିବା ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି, ସେଥିରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବ । ସେଥିପାଇଁ ଓଡ଼ିଶା ପ୍ରଦେଶର ବିଜେପି ସରକାର ନିରନ୍ତର ଭାବେ କାର୍ଯ୍ୟ କରିଚାଲିଛି। ଆଜି ବିଜେପି ସରକାର ଚାଷୀ, ଶ୍ରମିକ, ମହିଳା, ଯୁବକ, ଗରିବ, ପଛୁଆ ବର୍ଗର ଲୋକଙ୍କ କାମ କରୁଛି ବୋଲି ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।ଏତଦ ବ୍ୟତୀତ ଦଳୀୟ ପତାକାକୁ କର୍ମୀ ମାନେ ନିଜ ନିଜ ଘର ଉପରେ ଲଗାଇବାକୁ ପରାମର୍ଶ ଦେଇଥିଲେ l ଶ୍ରୀରାମ ନବମୀ ଓ ପ୍ରତିଷ୍ଠା ଦିବସ ଅବସରରେ ଦିନ ତମାମ ପଣା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା l ଏଥିରେ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହି ପଣା ସେବନ କରିଥିଲେ l
Recent Comments