କନ୍ଧମାଳ/୦୭/୦୪/୨୦୨୫/:(ଆଧାର ମେଡିଆ//ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସ୍ଥିତ ଜିଲ୍ଲାପାଳଙ୍କ କର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ହୋଇଥିଲା I ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଜନ ଶୁଣାଣୀରେ ମୋଟ ୩୫ଟି ମାମଲାର ଶୁଣାଣୀ ହୋଇଥଲା I ସେଥି ମଧ୍ୟରୁ ୨୫ଟି ବ୍ୟକ୍ତିଗତ ହୋଇଥିବା ବେଳେ ୧୦ଟି ସାମୁହିକ ସମସ୍ୟା ଥୂଲା I ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, କୁଶଳ ଚନ୍ଦ୍ର ନାୟକ, ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଜିଲ୍ଲା ପରିଷଦ ଶମ୍ଭୁ ନାଥ ନନ୍ଦୀ, ଉପଜିଲ୍ଲାପାଳ ଭିକାରୀ ସାହୁ ଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ I
Recent Comments