ବାଲିଗୁଡା/୦୮/୦୪/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ):ରକ୍ତଦାନ ମହାପୁର୍ଣ୍ଣ୍ୟ.ଏହି ମହାନ ଦାନ ନିହାତି ଅପରିହାର୍ଯ୍ୟ.ରକ୍ତଦାନ କରିବାଦ୍ୱାରା ହଜାର ହଜାର ନିରୀହ ଜୀବନ ରକ୍ଷା ପାଇପାରୁଛନ୍ତି.କେତେ ନିରୀହ ଜୀବନ ବଞ୍ଚିପାରୁଛି. କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଯୁବ ରେଡକ୍ରସ୍ ଓ ରେଡ୍ ରିବନ୍ କ୍ଲବ୍ ଆନୁକୂଲ୍ୟରେ ଓଡ଼ିଆପକ୍ଷ ପାଳନ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି l ଏଥିରେ ୧୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଉପଖଣ୍ଡ ରକ୍ତ ଭଣ୍ଡାରର ପରୀକ୍ଷାଗାର ସହାୟକ ବଳରାମ ଗୌଡ଼, ସୁବାସ ମୁଖି , ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି, ଯୁବ ରେଡକ୍ରସ୍ ଓ ରେଡ୍ ରିବନ୍ କ୍ଲବ୍ ଜିଲ୍ଲା ସଂଯୋଜକ ଡ଼.ବିଭୂତିଭୂଷଣ ଆଚାର୍ଯ୍ୟ, କାଉନସେଲର ଦଣ୍ଡପାଣି ଭୂୟାଁ, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ହମନ୍ ଦିବାକା, ଅରୁନ୍ଧତୀ ପ୍ରଧାନଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l
Recent Comments