logo
add image
କାଶୀନଗରରେ ରେଳକ୍ରସିଂ ନିର୍ମାଣ କରିବାକୁ ଦାବୀ

କାଶୀନଗରରେ ରେଳକ୍ରସିଂ ନିର୍ମାଣ କରିବାକୁ ଦାବୀ

ଗୁଣୁପୁର/ରାୟଗଡା/୯/୪/୨୦୨୫/(ଆଧାର ମିଡ଼ିଆ)-ନୌପଡା-ଗୁଣୁପୁର ରେଳପଥ ଦେଇ ଯାତାୟାତ କରୁଥିବା ୪ ଯୋଡ଼ା ରେଳ ଗୁଡିକର ସ୍ଵଚ୍ଛନ୍ଦରେ ଚଳାଚଳ ସମୟନୁବର୍ତ୍ତିତା ବଜାୟ ରଖିବା ପାଇଁ ନୌପଡା ଓ ପାରଳାଖେମୁଣ୍ଡି ମଧ୍ୟରେ ଥିବା ତେମ୍ବୁରୁ ରେଳଷ୍ଟେସନ ଏବଂ ପାରଳାଖେମୁଣ୍ଡି ଓ ଗୁଣୁପୁର ମଧ୍ୟରେ ଥିବା କାଶୀନାଗର ରେଳଷ୍ଟେସନ ଠାରେ ଦୁଇଟି କ୍ରସିଂ ଷ୍ଟେସନର ଆଵଶ୍ୟକତା ରହିଛି। ଏହି ପରିପେକ୍ଷିରେ ଗୁଣୁପୁର ଅଞ୍ଚଳର ବହୁ ଅନୁଷ୍ଠାନ ରେଳ ବିଭାଗକୁ ଦାବି ଆସୁଛନ୍ତି ।ଗତ ୨୯ମାର୍ଚ୍ଚ ୨୦୨୫ରେ ବିଶାଖାପାଟଣା ରେଳମଣ୍ଡଳ ଅଧିକାରୀ ଶ୍ରୀ ଲଳିତ ଭରା ଓ ପୂର୍ବତଟ ରେଳ ବିଭାଗର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁକୁୱାନ ଗୁଣୁପୁର ରେଳଷ୍ଟେସନ ପରିଦର୍ଶନରେ ଆସି ନୌପଡା ଓ ପାରଳାଖେମୁଣ୍ଡି ମଧ୍ୟରେ ଥିବା ତେମ୍ବୁରୁ ରେଳ ଷ୍ଟେସନ ଠାରେ ଗୋଟିଏ କ୍ରସିଂ ଷ୍ଟେସନ ପାଇଁ ରେଳ ବିଭାଗ ମଞ୍ଜୁରୀ କରିସାରିଛି ଓ ଏହାର କାର୍ଯ୍ୟ ଶୀଘ୍ର ହୋଇଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ଏହି ପରିପେକ୍ଷିରେ ପାରଳାଖେମୁଣ୍ଡି ଓ ଗୁଣୁପୁର ମଧ୍ୟରେ ଥିବା କାଶୀନାଗର ରେଳ ଷ୍ଟେସନରେ ମଧ୍ୟ ଆଉଗୋଟେ କ୍ରସିଂ ଷ୍ଟେସନର ଆଵଶ୍ୟକତା ରହିଛି ଏବଂ ଏହା ଶୀଘ୍ର ମଞ୍ଜୁରୀ ପାଇଁ ଦାବି କରାଯାଇଛି। ଏନେଇ ଆନ୍ଧ୍ର ଓଡିଶା ରେଳ ବ୍ୟବହାରକାରୀ ସଙ୍ଘ ପକ୍ଷରୁ ଏକ ସ୍ମାରକପତ୍ର ରେଳ ବିଭାଗ କୁ ଦିଆଯାଇଥିବା ଏହାର ଆବାହକ ଡ଼ ସତ୍ୟପ୍ରକାଶ ପଣ୍ଡା କହିଛନ୍ତି । କାଶୀ ନଗର ଠାରେ ଆଉ ଏକ କ୍ରସିଂ ନିର୍ମାଣ ହେଲେ ଗୁଣୁପୁର କୁ ଅନେକ ଟ୍ରେନ ସ୍ୱଚ୍ଛନ୍ଦ ଓ ସମାୟାନୁବର୍ତ୍ତୀ ରେ ଚଳାଚଳ କରିପାରିବ ବୋଲି କୁହାଯାଇଛି ।

Recent Comments

Leave Comments

Top