କଣିହାଁ/୧0/୪/୨୦୨୫/(ଆଧାର ମିଡ଼ିଆ)- ଅନୁଗୋଳ ଜିଲା କଣିହାଁ ବ୍ଲକ ଡେରଙ୍ଗ ଗ୍ରାମର ଏହି ଐତିହାସିକ ଚନ୍ଦନଯାତ୍ରା ପାଇଁ ବୁଧବାର ଦିନ ଗ୍ରାମର ମନ୍ଦିର ପାଖ ଚୌପାଡି ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି,ବୈଠକରେ ଗ୍ରାମର ସଭାପତି ପ୍ରସନ୍ନ କୁମାର ନାୟକ ଗ୍ରାମ ବାସୀଙ୍କୁ ଆସନ୍ତା,ମଇ , ବୈଶାଖ ମାସ ସପ୍ତମୀ ତିଥି ୪ ତାରିଖ ଦିନ ରାଧା କୃଷ୍ଣଙ୍କର ଏହି ଐତିହାସିକ ଚନ୍ଦନ ଯାତ୍ରା ମୋହତ୍ସବକୁ କିଭଳି ଭାବେ ସୁଚାରୁ ରୂପେ ପରିଚାଳନା କରାଯିବ. ତାକୁନେଇ ବୈଠକରେ ଆଲୋଚନା ହୋଇଥିଲା,ଗ୍ରାମର ସମ୍ପାଦକ ସୁଜିତ ସାହୁ ଚନ୍ଦନ ଯାତ୍ରା ମୋହତ୍ସବପାଇଁ ଗ୍ରାମ କମିଟି ଦ୍ୱାରା ମନନୀତ ହୋଇଥିବା ମନରଞ୍ଜନ କାର୍ଯ୍ୟକ୍ରମର,ଆଇଟମ ଗୋଡ଼ିକୁ ବୈଠକରେ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ, ମୋନରଞ୍ଜ ଆଇଟମ ଗୋଡ଼ିକ ହେଲେ,ଅଘୋରୀ ଉତ୍ତର ପ୍ରଦେଶ,କଳକୀ ଅବତାର ଝାରସୁଗୁଡା ବେଲପାହଡ ,ସମ୍ବଲପୁରୀ ମହିଳା ଡ୍ୟାନ୍ସ ,ସମ୍ବଲପୁରୀ ମୟୁର ପୁଛ ଡ୍ୟାନ୍ସ ବୈଦ୍ଧ ,ଘୋଡ଼ା ନାଚ ପିପିଲି ,କଣ୍ଢେଇ ନାଚ ପୁରୀ, ଆଦିଯୋଗି ନୃତ୍ୟ ପୁରୀ ,ଜଗନ୍ନାଥ ସଂସ୍କୃତି ନୃତ୍ୟ ପୁରୀ ,ଟାଇଗର ଡ୍ୟାନ୍ସ କଲିକତା ,କାଳୀ ଅବତାର ଡ୍ୟାନ୍ସ କଲିକତା ,ଜିନ ଡ୍ୟାନ୍ସ କଲିକତା ,ଦଶ ବଡ଼ମେଢ଼ ଡ୍ୟାନ୍ସ କଲିକତା ,ବଡ଼ ଢ଼ୋଲ ମହିଳାବାଜା କେରଳ ,ଆଦିବାସୀ ନୃତ୍ୟ ବରଗଡ ,ବଣମଣିଷ ,ଠେକୁଆ,ଟାଇଗର,ହାତୀ ଡ୍ୟାନ୍ସ ଭୁବନେଶ୍ୱର ,ଲୋଉଡ଼ିଖେଳ ଚଦ୍ରବିଲ,ଘଣ୍ଟବାଦ୍ୟ ତାଳଚେର ବାଘୁଆବୁଲୁ ,ଶିଙ୍ଗବାଜା ଗୋପାଳ ପ୍ରସାଦ,ନାରାୟଣୀ ଦୁଲୁଦୁଲି ସୋନପୁର,ମି୍ୟୁଜିକ ସାଉଣ୍ଡ ରାଜଲକ୍ଷ୍ମୀଡେରଙ୍ଗ ,ଛତିତରାଶ ହାଣ୍ଡିଗୋଡା ଏହିଭଳି ଭାବେ ରାଜ୍ୟ ତଥା ରାଜ୍ୟବାହାରୁ ଅନେକ ପ୍ରକାର ମୋନରଞ୍ଜନ କାରି ଗ୍ରୁପ ଆସୁଥିବାରୁ ଗ୍ରାମବାସି ଏବଂ ପାଖ ପଡୋଶୀ ଅଞ୍ଚଳବାସି ଖୁସିବ୍ୟକ୍ତ କରିଛନ୍ତି l ଏହି ଚନ୍ଦନ ଯାତ୍ରା ମୋହତ୍ସବରେ ଯାତ୍ରାପ୍ରେମୀ ପୂର୍ବ ବର୍ଷଭଳି ଏବର୍ଷ ମଧ୍ୟ ପ୍ରବଳ ଜନ ସମାଗମ ହେବବୋଲି ଜଣାପଡିଛି, ଗ୍ରାମର ଯୁବକ ଏବଂ ଗ୍ରାମକମିଟି ସମେତ ମେଡିକାଲ ଟିମ ,ଆମ୍ବୁଲାନ୍ସ ପ୍ରଚୁର ମାତ୍ରାରେ ପାଣି ଟ୍ରାଙ୍କର ସହିତ କିଭଳି ଭାବେ ଶାନ୍ତି ଶୃଙ୍ଖଳା ବଜାୟ ରଖି ଯାତ୍ରା ସମାପନ ହେବ ତାଉପରେ ଗ୍ରାମବାସୀ ବୈଠକରେ ଗୁରୁତ୍ୱାରୂପ କରିଥିଲେ l
Recent Comments