ବୌଦ୍ଧ/୧୧/୪/୨୦୨୫/(ଆଧାର ମିଡ଼ିଆ)-ବୌଦ୍ଧ ବ୍ଲକ୍ ଜନ୍ହାପଙ୍କ ମେଡିକାଲ ପଡିଆରେ ଜିଲ୍ଲାସ୍ତରୀୟ ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୁଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ଭାରତ ବୟୋ ବନ୍ଦନା ଯୋଜନାର କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l କଟକ ଠାରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି. ନଡା ଓ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ | ଉକ୍ତ କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ଜନ୍ହାପଙ୍କ ଠାରେ ପ୍ରଦର୍ଶନ କରା ଯାଇଥିଲା l
ଜନ୍ହାପଙ୍କ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ଚିକତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମଦନ ମୋହନ ପ୍ରଧାନ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ପ୍ରଥମେ ଅତିଥି ମାନଙ୍କୁ ଉତ୍ତରୀୟ ଓ ଗଛ ଦେଇ ସ୍ୱାଗତ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ସଂଗ୍ରାମପୁର, ତେଲିବନ୍ଧ, ଜହ୍ନ।ପଙ୍କ ଓ ବଲାସିଙ୍ଗା ଗ୍ରାମର ୨୫ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ ଏକକ କାର୍ଡ ଅତିଥିମାନଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା।
କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ହିତାଧିକାରୀ ଓ ଜନସାଧାରଣ ଅଂଶଗ୍ରହଣ କରିଥିଲେ। ଶେଷରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବାଉଁଶୁଣି ମେଡିକାଲ ଅଫିସର ଡ଼ ଅନ୍ତର୍ଯ୍ୟାମୀ ବେହେରା ଓ ଜହ୍ନ।ପଙ୍କ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଡ଼ ଦିବ୍ୟ ଲୋଚନ ମେହେର ସମସ୍ତ କର୍ମଚାରୀ, ଅଙ୍ଗନବାଡି ଏବଂ ଆଶା ଦିଦି ମାନେ ସହଯୋଗ କରିଥିଲେ। ସେହିପରି ମୁଣ୍ଡାପଡା ପଂଚାୟତରେ ସରପଞ୍ଚ ସୁମନ୍ତ ନାଏକ, ବଘିଆପଡା ପଂଚାୟତରେ ଓ ଆମ୍ବଝିର ପଂଚାୟତରେ ପ୍ରେମାନନ୍ଦ ବାଘ ଆୟୁଷ୍ମାନ ଏକକ କାର୍ଡ ବଣ୍ଟନ କରିଥିଲେ।
Recent Comments