ପୁରୀ/୧୧/୪/୨୦୨୫/(ଆଧାର ମିଡ଼ିଆ)-ପୁରୀ ଜିଲ୍ଲାସ୍ତରୀୟ ଓଡ଼ିଆପକ୍ଷ ପାଳନର ଏକାଦଶ ଦିନରେ ଆଜି ପୂର୍ବାହ୍ନରେ ଯୁବ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଭୋଳାନାଥ ବିଦ୍ୟପୀଠ ପରିସରରେ ଅନୁଷ୍ଠିତ ଏହି ସମ୍ମିଳନୀକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଉଦଘାଟନ କରିଥିଲେ।ପ୍ରତ୍ୟେକ ପିଲାମାନଙ୍କ ମଧ୍ୟରେ ବିବିଧ ପ୍ରତିଭା ରହିଥାଏ।ଏହାର ସାଧନା ଓ ନିଷ୍ଠା ତାକୁ ପରିଚୟ ଦେଇଥାଏ।ସେହିଭଳି ସାରସ୍ଵତ ସାଧନା ମନକୁ ଆନନ୍ଦ ଓ ଶାନ୍ତି ଦେଇଥାଏ।ଯୁବ ଲେଖକ ମାନେ ସେମାନଙ୍କ ଭାବନା ଓ ଚେତନାକୁ ପରିପ୍ରକାଶ କରିବାର ଏହା ଏକ ସୁନ୍ଦର ଅବସର ବୋଲି କହିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଶିକ୍ଷାବିତ କୈଳାସ ଚନ୍ଦ୍ର ଟୀକାୟତ ରାୟ, ପ୍ରାଧ୍ୟାପକ ଦିଲ୍ଲୀପ କୁମାର ସ୍ବାଇଁ, ଭୋଳାନାଥ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ପ୍ରବୀଣ ମହାନ୍ତି,ସାହିତ୍ୟିକ ବିରେନ୍ଦ୍ର କୁମାର ମହାନ୍ତି,ବିପିନ ବିହାରୀ ଦଳାଇ, ଅଶୋକ କୁମାର ମହାନ୍ତି,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ପୂର୍ବତନ ସଂସ୍କୃତି ଅଧିକାରୀ ପ୍ରଫୁଲ୍ଲ କୁମାର ସାମନ୍ତରାୟ , ଅନାମ ଚରଣ ସାହୁ, ଶ୍ୟାମ ପ୍ରକାଶ ସେନାପତି ପ୍ରମୁଖ ଯୋଗ ଦେଇ ଯୁବ ପ୍ରତିଭା ମାନ ଙ୍କୁ ଉତ୍ସାହିତ କରିଥିଲେ।ସମ୍ମିଳନୀରେ ପ୍ରବନ୍ଧ, କ୍ଷୁଦ୍ର ଗଳ୍ପ, କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଶ୍ରେଷ୍ଠ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ଅବସରରେ ଯୁବ କବି ମାନେ ସ୍ବରଚିତ କବିତା ଆବୃତ୍ତି କରିଥିଲେ।
Recent Comments