ରେଙ୍ଗାଲି/ସମ୍ବଲପୁର/୧୧/୦୪/୨୦୨୫(ଆଧାର ମିଡ଼ିଆ/ରିପୋର୍ଟ-ସୁନିଲ କୁମାର ନାଥ)-ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ନୂଆ ଏକକକାର୍ଡ ବିତରଣ ଏବଂ ଆୟୁଷ୍ମାନ ବୟୋ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ଖିଣ୍ଡା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରଠାରେ ଅନୁଷ୍ଠିତ ହେଇଯାଇଛି l ଏହି ପ୍ରରିପ୍ରେକ୍ଷୀରେ ମାନ୍ୟବର କେନ୍ଦ୍ରଶିକ୍ଷା ମନ୍ତ୍ରୀ,ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିନିଧି ହେମନ୍ତ ରାଉତ, ଖିଣ୍ଡା ପଞ୍ଚାୟତ ସମିତି ସଭ୍ୟା ଅନିତା ସିଂହ, ଆୟୁଷ ଡ. ପଦ୍ମାଳୟା ପ୍ରୀୟଦର୍ଶନୀ ପ୍ରଧାନ, ରେଙ୍ଗାଲି ବ୍ଲକ୍ ଜିଡିପିଓ ସନାତନ ମହାଲିକ, ଜେଇ ସଙ୍ଗୀତା ପଣ୍ଡା, ଖିଣ୍ଡା ପଞ୍ଚାୟତ ପି ଇ ଓ ଅନିଷ ବାବୁଙ୍କ ସମେତ ଅନ୍ୟ ବିଭାଗୀୟ ପ୍ରଶାସନିକ ଅଧିକାରୀ,ଗଣମାଧ୍ୟମ ପ୍ରତିନିଧି, ଖିଣ୍ଡାର ବୁଦ୍ଧିଜୀବୀ, ଯୋଜନାର ହିତାଧିକାରୀ ପ୍ରମୁଖ ଉପସ୍ଥିତ ରହି ଖିଣ୍ଡାସ୍ଥିତ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ପଡିଆରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।
ପରେ ଏହି କାର୍ଯ୍ୟକ୍ରମକୁ ବହୁଳ ଭାବରେ ପ୍ରଚାର ପ୍ରସାର ପାଇଁ ଏକ ସଚେତନତା ରଥ ଶୁଭାରମ୍ଭ କରାଇବା ସହିତ ଲିଫଲେଟ ,ପୋଷ୍ଟର ,ବ୍ୟାନର ଲଗାଯିବ ଏବଂ ପଂଚାୟତ ସ୍ତରରେ ଲୋକଙ୍କୁ ଏ ସଂକ୍ରାନ୍ତରେ ସଚେତନ କରାଯିବ l ଯେପରି ଲୋକମାନେ ଏହି ଯୋଜନାର ଉପଯୁକ୍ତ ଲାଭ ଉଠାଇପାରିବେ l ଏହି ଯୋଜନା ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ଯାହା ଓଡିଶାର ସ୍ୱାସ୍ଥ୍ୟ ସେବାକୁ ଆହୁରି ଆଗକୁ ନେବା ସହ ଲୋକ ମାନଙ୍କୁ ଏକ ଉନ୍ନତ ଧରଣର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ନିଶ୍ଚିତ କରାଇବ l କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ କହିବା ଅନୁସାରେ ଭାରତରେ ତିନୋଟି ରାଜ୍ୟରେ ଏହି ଆୟୁଷ୍ମାନ ଯୋଜନା ଲାଗୁ ହୋଇ ପାରୁନଥିଲା, କିନ୍ତୁ ବର୍ତ୍ତମାନ ସେହି ରାଜ୍ୟରେ ବିଜେପି ସରକାର ଆସିବା ଦ୍ୱାରା ଓଡ଼ିଶା ଏବଂ ଦିଲ୍ଲୀ ରେ ଲାଗୁ ହୋଇଯାଇଛି।ଖୁବସିଘ୍ର ପଶ୍ଚିମବଙ୍ଗ ରେ ମଧ୍ୟ ଲାଗୁହେବ ବୋଲି ଶ୍ରୀଯୁକ୍ତ ନଡ୍ଡା ତାଙ୍କ ଅଭିଭାଷଣରେ କହିଥିଲେ।
Recent Comments