ପଦ୍ମପୁର/୧୧/୪/୨୦୨୫/ ଆଧାର ମିଡ଼ିଆ// ଡିଲେଶ୍ୱର ବାଗ): ଓଡ଼ିଶାରେ ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ଶୁଭାରମ୍ଭ କଟକ ବାଲିଯାତ୍ରା ପଡ଼ିଆରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଦ୍ୱାରା ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଅନ୍ୟମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ଏହାର ସିଧା ପ୍ରସାରଣ ଆଜି ୨ଟା ସମୟରେ ଜମଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ତ ମେଲଛାମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରସାରିତ ହୋଇଥିଲା. ଏହି ଅବସରରେ ଡ଼ଃ ଦେବାଶିଷ ରଥ ମଞ୍ଚ ପରିଚାଳନା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ଗୋବର୍ଦ୍ଧନ ଭୋଏ ଓ ସମ୍ମାନିତ ଅତିଥି ଭାବରେ ଜିଲାପରିଷଦ ସଦସ୍ୟ ପୂର୍ଣ୍ଣିମା ରଣା, ସମିତି ସଭ୍ୟ ଠାକୁର ପଣ୍ଡା ଯୋଗଦେଇଥିଲେ। ଅତିଥି ମାନେ ୧୦ଜଣ ହିତାଧିକାରୀ ଙ୍କୁ ସ୍ୱାସ୍ଥ୍ୟ ବୀମା କାର୍ଡ଼ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପିଏଚଇଓ ଶିଵ ବେହେରା, ରବି ଦାସ, ରାଜେନ୍ଦ୍ର ମିଶ୍ର , ସୋମନାଥ ମେହେର, ଉପେନ୍ଦ୍ର ସାହୁ, ସୁନୀଲ ଭୋଇ, ଜୟଦେବ ଭୋଇ, ଦୁର୍ଗା କଲେତ ପ୍ରମୁଖ ସହଯୋଗ କରିଥିବା ବେଳେ ଆଶା, ଅଙ୍ଗନବାଡି କର୍ମୀ, ମହିଳା ସ୍ୱାସ୍ଥ୍ୟ କର୍ମୀ ଯୋଗଦେଇଥିଲେ। ଶେଷରେ ଡଃ ଆଦିତ୍ୟ ଭୋଇ ଧନ୍ୟବାଦ ଜ୍ଞାପନ କରିଥିଲେ l
Recent Comments