logo
add image
କଣିହାଁ ବ୍ଲକର ବିଭିନ୍ନ ସ୍ଥାନରେ ଆୟୁଷ୍ମାନ ଆରୋଗ୍ୟ କାର୍ଯ୍ୟକ୍ରମ

କଣିହାଁ ବ୍ଲକର ବିଭିନ୍ନ ସ୍ଥାନରେ ଆୟୁଷ୍ମାନ ଆରୋଗ୍ୟ କାର୍ଯ୍ୟକ୍ରମ

କଣିହାଁ/୧୧/୦୪/୨୦୨୫/(ଆଧାର ମିଡ଼ିଆ)-କଣିହାଁ ବ୍ଲକର ବିଭିନ୍ନ ସ୍ଥାନରେ ଆୟୁଷ୍ମାନ ଜନ ଆରୋଗ୍ୟ ଯୋଜନା ଶୁକ୍ରବାର ଶୁଭାରମ୍ଭ ହୋଇଯାଇଛି l ଅନୁଗୋଳ ଜିଲ୍ଲା ପାଲଳହଡା ନିର୍ବାଚନ ମଣ୍ଡଳୀର କଣିହାଁ ବ୍ଲକ ସମଲ ଥାନା ଅନ୍ତର୍ଗତ ପବିତ୍ର ନଗର କଲ୍ୟାଣ ମଣ୍ଡପ ଠାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ସହ ରାଜ୍ୟସରକାର ଅଧିନସ୍ଥ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର କାର୍ଯ୍ୟକ୍ରମରେ ଅତିଥିଭାବେ ବିଧାୟକ ଅଶୋକ ମହାନ୍ତି, ଯୋଗଦେଇ ଶୁଭ ଆରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମକୁ କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡା ସୁମନ୍ତ କୁମାର ପଟେଲ, ବିପିଏମ ସଞ୍ଜୟ ବେହେରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବିରୁଠାରେ କଣିହାଁ ବିଡ଼ିଓ ତ୍ରିବିକ୍ରମ କୁମୁରା,ଜିପିଓ ବିଜୟ ସାହୁ,ଡା ଦିଲୀପ ପ୍ରଧାନ, ଡା ଆର ସୁବ୍ରଜିତ ଆରୋଗ୍ୟ ଯୋଜନା ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l କୁଲୁମା,ବଜ୍ରକୋଟ,ବିରୁ ପବିତ୍ର ନଗର ଠାରେ ଜନ ଆରୋଗ୍ୟ ଯୋଜନା ରେ ୧୭ଶହ ୭୦ ଜଣ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ ବୀମା ପାଇବାର  ବ୍ୟବସ୍ଥା ହୋଇଛି  l
ପୂର୍ଵତନ ସରକାର ଅଧୀନରେ ଥିବା ବିଏସକେୱାଇ କାର୍ଡଧାରି ମାନେ ଏଥିରେ ଅନ୍ତର୍ଭୁକ ହୋଇଛନ୍ତି l ଭାରତ ସରକାର ଦ୍ୱାରା ୭୦ବର୍ଷରୁ ଉର୍ଦ୍ଧ ବ୍ୟକ୍ତିମାନଙ୍କୁ ଆୟୁଷ୍ମାନ ଵୟୋ ବନ୍ଦନ ଯୋଜନାରେ ୫ଲକ୍ଷ ଟଙ୍କା,ମହିଳା ମାନଙ୍କ ପାଇଁ ୧୦ଲକ୍ଷ ଟଙ୍କାର ବୀମା ଉପଲବ୍ଧ ହେବବୋଲି ସୂଚନାରୁ ଜଣାପଡୁଛି l ଏହି କାର୍ଯ୍ୟକ୍ରମରେ ବକ୍ରକୋଟ ଠାରେ ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ଭାବେ ନୃସିଂହ ବରାଳ, ବିଧାୟକଙ୍କ ପ୍ରତିନିଧି ଭାବେ ହରେକୃଷ୍ଣ ପ୍ରଧାନ, କୁଲୁମା ଠାରେ ସାଂସଦଙ୍କ ପ୍ରତିନିଧି ତ୍ରିପୁରାରି ପ୍ରଧାନ, ବିଧାୟକ ପ୍ରତିନିଧି ଭାବେ ସୁମନ୍ତ କୁମାର ପ୍ରଧାନ l ପ୍ରହଲ୍ଲାଦ ସାମଲ, ରମେଶ ପ୍ରଧାନ, ଧରଣୀଧର ବେହେରା, ସମିତି ସଭ୍ୟ ଶ୍ୟାମସୁନ୍ଦର ସାହୁ, ଯୁଗଳ ସାହୁ ସରପଞ୍ଚ ପ୍ରଦୀପ ସାହୁ ଲୋକନାଥ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେl

Recent Comments

Leave Comments

Top