logo
add image
ନୂଆପଡାରେ ଆୟୁଷ୍ମାନ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ .

ନୂଆପଡାରେ ଆୟୁଷ୍ମାନ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ .

ସିନାପାଲି/ନୂଆପଡା/୧୧/୦୪/୨୫/(ଆଧାର ମିଡ଼ିଆ/ରିପୋର୍ଟ-ହେରମ୍ବ ମେହେର)-ଆଜି ସମଗ୍ର ନୂଆପଡା ଜିଲ୍ଲାରେ ଅତ୍ୟନ୍ତ ଉତ୍ସାହର ସହିତ ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂଆ କାର୍ଡର  ଶୁଭାରମ୍ଭ ହୋଇଯାଇଛି। ଏଥି ପାଇଁ ଜିଲ୍ଲାର ପାଞ୍ଚଟି ବ୍ଲକ୍ ର ୧୭ ଗୋଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ସାଧାରଣ ସଭା ମାନ ଅନୁଷ୍ଠିତ ହୋଇ ଜନ ସାଧାରଣଙ୍କୁ କାର୍ଡବଣ୍ଟନ ସହିତ ସଚେତନ କରାଯାଇଛି l
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ ପି ନଡ୍ଡାଙ୍କ ଦ୍ଵାରା କଟକ ଠାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ଶୁଭାରମ୍ଭ  କାର୍ଯ୍ୟକ୍ରମର ସିଧା ପ୍ରସାରଣକୁ ଏହି ସମାରୋହ ସ୍ଥାନରେ ଆଭାସି ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ମାନଙ୍କରେ ଜିଲ୍ପାପାଳ ମଧୁସୂଦନ ଦାଶ, ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧାରୁଆ ,ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ପ୍ରମୁଖ ଯୋଗ ଦେଇଥିଲେ l ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ବିଡ଼ିଓ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଦାୟିତ୍ଵ ତୁଲାଇଥିଲେ l
ସୂଚନା ଯୋଗ୍ୟ ଯେ ସମଗ୍ର ନୂଆପଡା ଜିଲ୍ଲାରେ ଏହି ଯୋଜନାରେ ବିତରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୨ ଲକ୍ଷ ୮୮ହଜାର ୪୧୯ କାର୍ଡ ପହଞ୍ଚିଛି । ଏହାକୁ ଜିଲ୍ଲାର ୧୧୭୪ ଜଣ ଆଶାକର୍ମୀ ଏବଂ ୩୦୮ ଜଣ ଭି ଏଲ ଇ ଘରଘର ଯାଇ କାର୍ଡ ବଣ୍ଟନ କରିବେ l ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନା ଶୁଭାରମ୍ଭ ଅବସରରେ ଜିଲ୍ଲାପାଳ ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ବିଷୟରେ ସୂଚନା ଦେଇଥିଲେ ଏବଂ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇ ଏହି ନୂତନ ସ୍ବାସ୍ଥ୍ୟ କାର୍ଡର ସଦୁପଯୋଗ କରିବା ପାଇଁ ଅନୁରୋଧ କରିଥିଲେ l

Recent Comments

Leave Comments

Top