logo
add image
ଅଧପନ୍ତରିଆ ଭାବେ ପଡ଼ିରହିଛି ପୋଲ-୭ପଞ୍ଚାୟତ ବାସୀ ହନ୍ତସନ୍ତ : ତୁରନ୍ତ ମରାମତି ପାଇଁ ଦାବୀ

ଅଧପନ୍ତରିଆ ଭାବେ ପଡ଼ିରହିଛି ପୋଲ-୭ପଞ୍ଚାୟତ ବାସୀ ହନ୍ତସନ୍ତ : ତୁରନ୍ତ ମରାମତି ପାଇଁ ଦାବୀ

ବାଲିଗୁଡା/୧୨/୪/୨୦୨୫/(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): ଗ୍ରାମାଞ୍ଚଳରେ ଗମନାଗମନ ସୁବିଧା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ରାସ୍ତା ହୋଇଗଲେ ଗାଁ ମାନଙ୍କରେ ସବୁ ସୁବିଧା ପହଁଚିପାରିବ । କିନ୍ତୁ ଅଧପନ୍ତରିଆ ହୋଇରହୁଛି ରାସ୍ତା । ଯାହାକି ଲୋକେ ରାସ୍ତା ହେବ ଖୁସି ହୋଇଥିବା ବେଳେ ଅଧପନ୍ତରିଆ ହୋଇ ରହିବା କାରଣରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏହିଭଳି ଏକରାସ୍ତା ଦେଖିବାକୁ ମିଳିଛି ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର କୁଟିଗୁଡା ଠାରୁ ସୁବର୍ଣ୍ଣଗିରୀ ଅଂଚଳରେ. ଦୁଇଟି ପୋଲ ଅଧପନ୍ତରିଆ ହୋଇରହିଛି । ଏହି ପୋଲ ପାଂଚବର୍ଷ ପୁର୍ବରୁ କାମ ଆରମ୍ଭ ହୋଇଥିଲା । କିନ୍ତୁ କାମ ସରିନି କାମଟି ଅଧପନ୍ତରିଆ ହୋଇରହିଛି । ଗୋଟିଏ ପୋଲ ସୁବର୍ଣ୍ଣଗିରୀ ସାହି ଛକଠାରେ ଥିବାବେଳେ ଅନ୍ୟଟି କୁଟିଗୁଡା-ସୁବର୍ଣ୍ଣଗିରୀ ମଧ୍ୟରେ ରହିଛି । ଦୁଇଟି ପୋଲ ରାସ୍ତା ମଝିରେ ହେଉଥିଲା ଏଣୁ ଗାଁ ଲୋକଙ୍କୁ ଯିବା ପାଇଁ ପୋଲ କଡରେ ଆପ୍ରୋଚରୋଡ କରାଯାଇଥିଲା l  ଯାହାକି ତାହା ଧୋଇହୋଇ ରାସ୍ତା ଅବସ୍ଥାରେ ନାହିଁ ।
ପୋଲ କଡରେ ଲୁହାଛଡ ପଡିରହିଛି । ଏହି ରାସ୍ତା ଆରପାଖରେ ସାତଗୋଟି ପଂଚାୟତ ରହିଛି, ପାରିଗଡ,ସାର୍ତୁଲ,ପକାରୀ,  ରାଣିପାଙ୍ଗା, ପାଲିଙ୍ଗା ସୁବର୍ଣ୍ଣଗିରୀ । ଏହି ସାତଟି ପଂଚାୟତର ଅନେକ ଗ୍ରାମଲୋକେ ବର୍ତମାନ ଏହି ରାସ୍ତାଦେଇ ଯାତାୟତ ଭଲରେ କରିପାରୁନାହାନ୍ତି ଓ ଅନେକ ସମୟରେ ଦୁର୍ଘଟଣା ଏବଂ ରାସ୍ତାରୁ ପଡି ଆହାତ ହେଉଛନ୍ତି । ଏହି ପୋଲ ଦୁଇଟି କାମ ଶିଘ୍ର ସାରିବାକୁ ଅଂଚଳବାସି ଦାବି କଲେ ମଧ୍ୟ ଅଂଚଳବାସୀଙ୍କ କଥାକୁ କିଏ ଶୁଣୁନାହାନ୍ତି l ଯାହା ଫଳରେ ଅଂଚଳ ବାସି ଦୁର୍ଦ୍ଦଶା ଭୋଗ କରୁଛନ୍ତି ।
ସୁଚନା ଯୋଗ୍ୟ ଯେ ଏହି ଦୁଇଟି ପୋଲ ବାଲିଗୁଡା ପୁର୍ତ ବିଭାଗ ଦ୍ୱାରା କରାଯାଉଥିଲା । ଏଥି ନିମନ୍ତେ ଟେଣ୍ଡର ପକ୍ରିୟା ହୋଇଥିଲା ଦୁଇଟି ପୋଲ ମଧୂରୁ ଗୋଟିଏ ଦୁଇକୋଟି ଅଟକଳ ମୁଲ୍ୟ ଥିବାବେଳେ ଆଉ ଗୋଟିଏର ଅଟକଳ ମୁଲ୍ୟ ୫କୋଟି ରହିଥିଲା । ଠିକାଦାର କାହିଁକି ଅଧପନ୍ତରିଆ କରି କାମ ଛାଡିଦେଲେ ତାହା ବର୍ତମାନ ପ୍ରଶ୍ନବାଚୀ ଶୃଷ୍ଟି କରିଛି । ଏହି ବାବଦରେ ପୁର୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରା କହିଛନ୍ତି ଯେ, ଉକ୍ତ କାମଟି ପିଟିସନ ହୋଇଛି ଏବଂ ପୁର୍ନବାର ଆଉଥରେ ଟେଣ୍ଡର କରାଯାଇ କାମ ଆରମ୍ଭ ହେବବୋଲି କହିଛନ୍ତି । କିନ୍ତୁ କେବେ ଟେଣ୍ଡର ହେବ ଓ ଲୋକେ କେବେ ଏହି ପୋଲର ସୁବିଧା ପାଇବେ ତାହା ପ୍ରଶ୍ନବାଚି ସୃଷ୍ଟି ହେଉଛି । ଜିଲ୍ଲା ପ୍ରଶାସନ ଏହି ଅଧପନ୍ତରିଆ ପୋଲ ପ୍ରତି ଦୃଷ୍ଟିଦେଇ ପୋଲ କାମଟି ଶିଘ୍ର ଆରମ୍ଭ କରି ସାରିବାକୁ ଅଂଚଳ ବାସୀଙ୍କୁ ସୁବିଧା ଦେବାକୁ ଦାବୀ ହେଉଛି ।

Recent Comments

Leave Comments

Top