ବଲାଣି/୧୪/୦୪/୨୦୨୫/(ଆଧାର ମିଡ଼ିଆ)- କେନ୍ଦୁଝର ଜିଲ୍ଲା ସୀମାନ୍ତ ଖଣିଅଞ୍ଚଳ ବଲାଣି ଟାଉନସିପ ସ୍ଥିତ କଲ୍ୟାଣ ମଣ୍ଡପ ସମ୍ମୁଖରେ ସାମାଜିକ ହରିଜନ, ଆଦିବାସୀ ସଂଗଠନ "ବଲାଣି ସେବାସ୍ତମ୍ବ" ର ତତ୍ତ୍ଵାବଧାନରେ ଭାରତରତ୍ନ ବାବା ସାହେବ ଡ଼. ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୪ ତମ ଜନ୍ମଜୟନ୍ତୀ ସୋମବାର ଦିନ ସକାଳ ପ୍ରାୟ ୧୦ ଘଟିକାରେ ପାଳିତ ହୋଇ ଯାଇଛି l ଏହି ଅବସରରେ ବଲାଣି ଲୌହଖଣି ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଜୟଦେବ ଚାଟ୍ଟୋପାଧ୍ୟା ଏବଂ ତାଙ୍କ ଧର୍ମପତ୍ନୀ ଶ୍ରୀମତି କାକୋଳି ଚାଟ୍ଟୋପାଧ୍ୟା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l
ସର୍ବ ପ୍ରଥମେ ଦୀପ ପ୍ରଜ୍ୱଳିତ୍ କରି ବାବା ସାହେବଙ୍କ ପ୍ରତିମୂର୍ତ୍ତି ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରିଥିବାର ଦେଖିବାକୁ ମିଳିଛି l ଏହାପରେ ବଲାଣି ଲୌହ ଖଣିର ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ଅନୁଷ୍ଠାନର ସଦସ୍ୟ ତଥା ମହିଳା ସମିତିର ମହିଳା ସଦସ୍ୟ ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ lଏହା ବ୍ୟତୀତ ଏହି ଅବସରରେ ଉପସ୍ଥିତ ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ଓ ସ୍ଥାନୀୟ ଲୋକମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା l
ଅପରାହ୍ନ ୭.୩୦ ଘଟିକା ସମୟରେ ବଲାଣି ସେବସ୍ତମ୍ବ ଅନୁକୁଲ୍ୟରେ ଛୋଟ ଛୋଟ ଶିଶୁ ମାନଙ୍କର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ, ସଂଗୀତ ଓ ନାଟକ ର କାର୍ଯ୍ୟକ୍ରମ ର ଆୟୋଜନ ଅନୁଷ୍ଠିତ ହୋଇଥିଲା l ଉତ୍ତମ ପ୍ରଦର୍ଶନ କରିଥିବା ଶିଶମାନଙ୍କୁ ମୁଖ୍ୟ ଅତିଥି ଓ ବିଶିଷ୍ଟ ଅତିଥି ଦ୍ଵାରା ପୁରସ୍କୃତ କରାଯାଇଥିଲା l ମଞ୍ଚ ପରିଚାଳନା କାର୍ଯ୍ୟକ୍ରମ ରେ ଶ୍ରୀ ଦିଲିପ ନାୟକ ଓ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ କୁନ୍ଦନ ସିଂହ ସହଯୋଗ କରିଥିଲେ l ବଲାଣି ସେବା ସ୍ତମ୍ବ ର ସଭାପତି ଶ୍ରୀ ନିଶାକର କରୁଆ ଉପସ୍ଥିତ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଜଣାଇଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ସଫଳ କରିବା ପାଇଁ ସେବାସ୍ତମ୍ବ ର ଅମରଜିତ୍ ଶର୍ମା, ଏନ. କେ ପୂର୍ତ୍ତି, ସୁଶାନ୍ତ ନାୟକ, ରାଜେଶ ମୁଣ୍ଡା ପ୍ରମୁଖ ଯୋଗ ଦେଇଥିଲେ l
Recent Comments