logo
add image
ସୁଭଦ୍ରା ଶକ୍ତି ସମାରୋହ ଓ ସେବା କେନ୍ଦ୍ର ଉଦ୍ଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ସୁଭଦ୍ରା ଶକ୍ତି ସମାରୋହ ଓ ସେବା କେନ୍ଦ୍ର ଉଦ୍ଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

କାକଟପୁର/୧୫/୪/୨୦୨୫/(ଆଧାର ମିଡ଼ିଆ// ତୁଷାର ଦୀକ୍ଷିତ ) ଆଜି କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ରାଜ୍ୟ ସରକାରଙ୍କ ତରଫରୁ ସୁଭଦ୍ରା ଶକ୍ତିସମାରୋହ ଓ ସେବାକେନ୍ଦ୍ର ଉଦ୍ଘାଟନ ହୋଇଯାଇଛି, ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପ୍ରଥମେ ମା ମଙ୍ଗଳାଙ୍କୁ ଦର୍ଶନ ମଙ୍ଗଳାଙ୍କ ବଜାର ଉପରେ ଥିବା ମୁଖ୍ୟ ତୋରଣ ପାଖରୁ ଝାମୁଯାତ୍ରା ପାଇଁ ପ୍ରବଳ ଭକ୍ତ ମାନଙ୍କ ସମାଗମକୁ ଦେଖି ନିଜେ ଗାଡ଼ିରୁ ଓଲ୍ହାଇ ଚାଲି ଚାଲି ଯାଇ ମାଙ୍କୁ ଦର୍ଶନ କରିଥିଲେ, ତୋରଣ ପାଖରୁ ଭକ୍ତ ମାନଙ୍କ ପାଇଁ ଉପରେ ଟେଣ୍ଟର ଵେବସ୍ତା ଦେଖି ଟ୍ରଷ୍ଟବୋର୍ଡକୁ ପ୍ରଶଂସା କରିଥିଲେ ଓ ପରେ କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ କାକଟପୁର ବିକାଶର ଫର୍ଦ ଗୋଟିଏ ପରେ ଗୋଟିଏ ଲୋକଲୋଚନକୁ ଆଣିବା ସହିତ ଏହି ବିକାଶର ସ୍ରୋତରେ ମଙ୍ଗଳା ମନ୍ଦିରର ଭୌଗଳିକ ସ୍ଥିତି ବର୍ଷେ ଦୁଇବର୍ଷ ଭିତରେ ଚିତ୍ର ବଦଳି ଯିବ ବୋଲି କହିଛନ୍ତି,
                 ପ୍ରାଚୀ ନଦୀର ପୁନଃ ଉଦ୍ଧାର ସହିତ ପ୍ରାଚୀ କୂଳରେ ଥିବା ସମସ୍ତ ଅଷ୍ଟଶମ୍ଭୁ ପୀଠ ମାନଙ୍କର ଉର୍ନ୍ନତି ସହିତ ସମସ୍ତ ମଠ, ଆଶ୍ରମର ସୁରକ୍ଷା କରାଯିବ,ସମସ୍ତଙ୍କୁ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ, ତାଙ୍କ ବକ୍ତବ୍ୟରେ ସେ କହିଲେ ଯେ  ବର୍ଷେ ଦୁଇବର୍ଷ ମଧ୍ୟରେ କାକଟପୁର ଭୌଗଳିକ ସ୍ଥିତି ବଦଳିବ,ପ୍ରାଚୀ ନଦୀର ପୁନଃ ଉଦ୍ଧାର ସହିତ ଏକ ପୋଲ ନିର୍ମାଣ କରାଯିବ ଯାହା ଫଳରେ ପ୍ରାଚୀଘାଟ ସେପଟେ ସମସ୍ତ ପ୍ରକାର ମେଳଣ ପଡିଆ ପଡିବା ସହିତ ଆସୁଥିବା ମାତୃ ଭକ୍ତପାଇଁ ମନ୍ଦିରକୁ ଯିବା ଆସିବାରେ କୌଣସି ପ୍ରକାର ଅସୁବିଧା ଉପୁଜିବ ନାହିଁ, ଏବଂ ତତ ସହିତ ସବୁ ମଠ, ମନ୍ଦିରକୁ ସୁରକ୍ଷା ଦିଆଯିବ ଏହି ଅବସରରେ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ହୋଇଥିବା ୫୦ଗୋଟିରୁ ଉର୍ଦ୍ଧ ପ୍ରଦର୍ଶନୀ ବୁଲି ଦେଖିଥିଲେ, ଏହି ସୁଭଦ୍ରା ଶକ୍ତି ସମାରୋହରେ କାକଟପୁର ବ୍ଲକ ଅଧକ୍ଷ୍ୟ ଶ୍ରୀଧର ନାୟକ ସଭାପତିତ୍ୱ କରିଥିବା ବେଳେ କାକଟପୁର ବିଜେପି ଦଳର ବିଧାୟକ ପ୍ରାଥୀ ବାଇଧର ମଲ୍ଲିକ, ସାଂସଦ ପ୍ରତିନଧି ସୁଦର୍ଶନ ସ୍ୱାଇଁ, ପୂର୍ବତ୍ତନ ବିଧାୟକ ସୁରେନ୍ଦ୍ର ସେଠୀ, କାକଟପୁର ମଣ୍ଡଳ ସଭାପତି କାଳନ୍ଦୀ ଦୀକ୍ଷିତ, ସରୋଜ ମିଶ୍ର, ଲଳିତ ମୋହନ ରଥ, ମହିଳା ସଂଗଠିକା ରାଜଲକ୍ଷ୍ମୀ ଦାଶ, ସିଡିପିଓ ମେରୀ ମାଇକେଲଙ୍କ ସହିତ ଏହି କାର୍ଯ୍ୟକ୍ରମରେ ୧୦୦୦ରୁ ଉର୍ଦ୍ଧ ଲୋକ ଯୋଗ ଦେଇଥିଲେ.

Recent Comments

Leave Comments

Top