ଵଲାଙ୍ଗିର/୧୬/୦୪/୨୦୨୫/(ଆଧାର ମିଡ଼ିଆ)-ଆଜି ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ମହାନିର୍ଦ୍ଦେଶକ ତଥା ବଲାଙ୍ଗିର ଜିଲ୍ଲା ନୋଡ଼ାଲ ଅଧିକାରୀ ଜି ମାଥୀ ଭଥନନ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସିଛନ୍ତି । ପ୍ରଥମେ ପୁଇଁତଳା ବ୍ଲକର ମାଲମୁଣ୍ଡା ଠାରେ ଟେରାକୋଟା କାମ ଦେଖିଲା ସହ କାରିଗରଙ୍କୁ ଆୟ ଏବଂ ବିକ୍ରି ମାଧ୍ୟମ ବାବଦରେ ପଚାରିଥିଲେ । ପରେ ସେ ଆର୍ଡ ଗାଁରେ ହସ୍ତତନ୍ତ କାମ, ରଟନ ପୁରରେ ଛତୁ ୟୁନିଟ୍ ଏବଂ ବିବିନା ଆଦର୍ଶ ବିଦ୍ୟାଳୟ ବୁଲିଥିଲେ । ଏହାପରେ ବେଲଗାଁ ସ୍ଥିତ ଅମୃତ ସରୋବର ପ୍ରକଳ୍ପ ,ଖୋଳନ ଗ୍ରାମପଞ୍ଚାୟତର ଜଳ ସରଂକ୍ଷଣ ପ୍ରକଳ୍ପ,ସହ ପିଡ଼ିଏସ ବଣ୍ଟନ ଏବଂ ସୁଭଦ୍ରା ହିତାଧିକାରୀଙ୍କ ସହ କଥା ହୋଇଥିଲେ । ବଙ୍କେଳ ମେଗାଜଳ ଯୋଗାଣ ପ୍ରକଳ୍ପ ,ବଙ୍ଗୋମୁଣ୍ଡା ପିଆଜ ଚାଷ ଏବଂ ପାଟଣାଗଡ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଯାଇ ରୋଗୀ ସେବା ଓ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ ।
ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ବିଭିନ୍ନ ବିଭାଗର ସମୀକ୍ଷା କରି ଆକ୍ୟାଂକ୍ଷୀ ଜିଲ୍ଲା ହିସାବରେ କିପରି ଶ୍ରେଷ୍ଠ ପ୍ରଦର୍ଶନ କରିବା ସେ ବାବଦରେ ସମସ୍ତଙ୍କୁ ଏକ ଟିମହୋଇ କାମ କରିବାକୁ କହିଥିଲେ । ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ଗୌରଵ ଶୀୱାଜୀ ଈସଲୱାର ,ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା,ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ ମହାପାତ୍ର ,ଟିଟିଲାଗଡ ଉପଜିଲ୍ଲାପାଳ ରେହାନ କ୍ଷେତ୍ରୀ ,ମୁଖ୍ୟ ଚିକିତ୍ସାଧିକାରୀ ଡ଼ ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ତରଣୀ ସୁନା , ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ ନାଗ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ସୁଷମା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Recent Comments