logo
add image
ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ ରକ୍ତଦାନ ଶିବିର,

ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ ରକ୍ତଦାନ ଶିବିର,

ପଦ୍ମପୁର/୧୭/୪/୨୦୨୫/ ଆଧାର ମିଡ଼ିଆ//ଡିଲେଶ୍ୱର ବାଗ): ପଦ୍ମପୁର ଉପଖଣ୍ଡ ଅଧିନସ୍ଥ ଜମଳା ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରି ପାଲି ଗ୍ରାମରେ ହେଉଥିବା ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ ସଂକଳ୍ପ ପରିବାର ତରଫରୁ ଆଜି ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି। ଆଜିର ରକ୍ତଦାନ ଶିବିରରୁ ମୋଟ ୪୧ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।
ସୂଚନା ମୁତାବକ ବଢୁଥିବା  ଗ୍ରୀଷ୍ମ ଉତ୍ତାପକୁ ନଜରରଖି ସଂକଳ୍ପ ପରିବାର ତରଫରୁ ଗ୍ରୀଷ୍ମ କାଳୀନ ରକ୍ତଦାନ ଶିବିର ଆରମ୍ଭ କରାଯାଇଛି. ଏହି ପରିପେକ୍ଷୀରେ ଆଜି ପଦ୍ମପୁର ବ୍ଲକ ଜମଳା ପଞ୍ଚାୟତ ଡୁଙ୍ଗୁରିପାଲି ଗ୍ରାମରେ ହେଉଥିବା ମନ୍ଦିର ପ୍ରତିଷ୍ଠା ଅବସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଆଜିର ରକ୍ତଦାନ ଶିବିରକୁ ଗ୍ରାମର ଭଦ୍ରବ୍ୟକ୍ତି ଶ୍ରୀ ରାଧାରମନ ପାଣିଗ୍ରାହୀ ଫିତାକାଟି ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଆଜିର ଶିବିରରେ ତିନିଜଣ ମହିଳା ରକ୍ତଦାତା ସମେତ ମୋଟ ୪୧ଜଣ ରକ୍ତଦାତା ସ୍ବେଛାକୃତ ଭାବରେ ରକ୍ତଦାନ କରିଥିଲେ।ସମସ୍ତ ରକ୍ତଦାତାଙ୍କୁ ସଂକଳ୍ପ ପରିବାର ସଭାପତି ବିକାଶ ଅଗ୍ରୱାଲ ଧନ୍ୟବାଦ ଜ୍ଞାପନ କରିଥିଲେ l ଆଜିର ଶିବିରକୁ ସଂକଳ୍ପ ପରିବାରର ସକ୍ରିୟ ସଦସ୍ୟ ଗତିକୃଷ୍ଣ ଭୋଇଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିବା ବେଳେ ଅନନ୍ତ ସାହୁ, ଚନ୍ଦନ ପଧାନ, ସୁରେନ ଭୋଇ, ରାଜକୁମାର ବନଛୋର, ବାସ୍ମତୀ ବନଛୋର, ବେବି ବେହେରା, ପବିତ୍ର ସାହୁ, ଆୟୁଷ୍ମାନ ବାରିକ, ନିରାକାର ପ୍ରଧାନ ଦ୍ରୋଣ ବେହେରା,ବିକାଶ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ।

Recent Comments

Leave Comments

Top