logo
add image
କଣିହାଁ ବ୍ଲକର ବିଭିନ୍ନ ସ୍ଥାନରେ ବିଜୁ ପଟ୍ଟନାୟକଙ୍କ ୨୮ତମ ତିରୋଧାନ ଦିବସ ପାଳନ

କଣିହାଁ ବ୍ଲକର ବିଭିନ୍ନ ସ୍ଥାନରେ ବିଜୁ ପଟ୍ଟନାୟକଙ୍କ ୨୮ତମ ତିରୋଧାନ ଦିବସ ପାଳନ

କଣିହାଁ/୧୭/୦୪/୨0୨୫/(ଆଧାର ମିଡ଼ିଆ)-କଣିହାଁ ବ୍ଲକର ବୂରୁକୁନା ପଞ୍ଚାୟତ ମହିଧରପୂର୍, ରେଙ୍ଗାଳି, କାକୁଡ଼ିଆ ସମେତ ବିଭିନ୍ନ ସ୍ଥାନରେ ଥିବା ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ଠାରେ ପୁଷ୍ପ ମାଲ୍ୟାର୍ପଣ, ଶ୍ରଦ୍ଧାଞ୍ଜଳି ଜଣାଇ ୨୮ତମ ତିରୋଧାନ ଦିବସ ଗୁରୁବାର ପାଳନ କରାଯାଇଛି, ପାଳଲହଡ଼ା  ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ମୁକେଶ କୁମାର ପାଳଙ୍କ ନିର୍ଦ୍ଦେଶ କ୍ରମେ କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନଙ୍କ ନେତୃତ୍ୱରେ ୧୦ ନମ୍ବର ଜୋନର ବିଜେଡି ପକ୍ଷରୁ ମହିଧରପୂର୍ ୮ନମ୍ବର ଜିଲ୍ଲା ପରିଷଦ ଜୋନର ରେଙ୍ଗାଳିଠାରେ ଥିବା ପ୍ରତିମୂର୍ତ୍ତିରେ କଣିହାଁ ବ୍ଲକ ବିଜେଡି ସମ୍ପାଦକ ହିମାଞ୍ଚଳ ପଣ୍ଡା ଏବଂ କାକୁଡ଼ିଆ ପାଞ୍ଚୟରେ ବରିଷ୍ଠ ବିଜେଡି ନେତୃତ୍ୱ ମଣ୍ଡଳୀଙ୍କ ତତ୍ୱାବଧାନରେ ବିଜୁ ବାବୁଙ୍କ ୨୮ତମ ତିରୋଧାନ ଦିବସ ପାଳନ ହୋଇଯାଇଛି l କଳିଙ୍ଗବୀର ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଉପସ୍ଥିତ ଥିବା ଦଳୀୟ କର୍ମୀମାନେ ସ୍ମୃତି ଚାରଣ କରିଥିଲା  l ଏହି କାର୍ଯ୍ୟକ୍ରମରେ ବରିଷ୍ଟ ବିଜେଡି ନେତା କୈଳାଶ ଚନ୍ଦ୍ର ସାହୁ,ବଜ୍ରକୋଟ ସରପଞ୍ଚ ପ୍ରଦୀପ କୁମାର ସାହୁ ,ରେଙ୍ଗାଳି ସମିତି ସଭ୍ୟ ଦେବାଶିଷ ମହାନ୍ତି, ପର୍ଶୁରାମ ବିଶ୍ବାଳ, ଭକ୍ତ ରତନ ସାହୁ, ପଞ୍ଚାୟତ ସଭାପତି ତପନ ବେହେରା, ଦେବରାଜ ପ୍ରଧାନ, ଅବନୀ ଦେହୁରୀ, ସୌଭାଗ୍ୟ ପ୍ରଧାନ, ବିରଞ୍ଚି ନାରୟଣ ସାହୁ, ଯୁବ ନେତା ସୁବାସ ମହାନ୍ତି, ପ୍ରଦୀପ ସାମଲ, ଧୁର୍ବ ଚରଣ ବିଶ୍ବାଳ, ସୁକାନ୍ତ ମହାନ୍ତି, ଅଜିତ ସାମଲ , ହିଲୋଳ ଜେନା, ଶିବରାମ ପ୍ରଧାନ, ଧନେଶ୍ଵର ବିଶ୍ବାଳ, ବାପି ମହାନ୍ତି,ପ୍ରଦୀପ କୁମାର ଦାସ ,ପ୍ରମୋଦ ସାମଲ,ପୂର୍ଣ୍ଣ ମହାନ୍ତି, ପ୍ରଶାନ୍ତ ସାହୁ, ଜୟନ୍ତ ପ୍ରଧାନ, ଗଗନ ରାଉତ, ଅକ୍ଷୟ କୁଣ୍ଡୁ, ସଞ୍ଜୟ ମାଝୀ, ନିମେଇ ଦାସ ପ୍ରମୁଖ  ଶତାଧିକ ଦଳୀୟ କାର୍ଯ୍ୟକତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ l

Recent Comments

Leave Comments

Top