logo
add image
ସମଲ ବ୍ୟରେଜର ବୁଡିଅଞ୍ଚଳ କ୍ଷତିଗ୍ରସ୍ତଙ୍କ ସମସ୍ୟା ସମାଧନ ମୋରଦାୟିତ୍ଵ,

ସମଲ ବ୍ୟରେଜର ବୁଡିଅଞ୍ଚଳ କ୍ଷତିଗ୍ରସ୍ତଙ୍କ ସମସ୍ୟା ସମାଧନ ମୋରଦାୟିତ୍ଵ,

କଣିହାଁ/୧୭/୦୪/୨୦୨୫/(ଆଧାର ମିଡ଼ିଆ)-ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଗହମ ଆମ୍ବ ତୋଟାରେ ସମଲ ବ୍ୟାରେଜ କ୍ଷତିଗ୍ରସ୍ତ ପ୍ରଜାଙ୍କ ସମସ୍ୟାର ସମାଧାନ ପାଇଁ ସମସ୍ତ ୬ ଖଣ୍ଡ ଗ୍ରାମର କ୍ଷତିଗ୍ରସ୍ତ ପ୍ରଜାମାନେ ଏକତ୍ରିତ ହୋଇଥିଲେ,କ୍ଷତିଗ୍ରସ୍ତଙ୍କ ପକ୍ଷରୁ ପାଳଲହଡା ବିଧାୟକ ଅଶୋକ ମହାନ୍ତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇ ଥିଲା ,ମୂଖ୍ୟ ଅତିଥିଭାବେ ଯୋଗଦେଇ ବିଧାୟକ ଶ୍ରୀ ଅଶୋକ ମହାନ୍ତି କହିଲେ ପୂର୍ବ ସରକାରଙ୍କ ସମୟରେ ସମଲ କ୍ଷତିଗ୍ରସ୍ତ ପ୍ରଜାଙ୍କ ପ୍ରତି ବୈମାତୃକ ମନଭାବ ପ୍ରଦର୍ଶନ କରିଛନ୍ତି ,କ୍ଷତିଗ୍ରସ୍ତ ୯00 ମୂଳ ପରିବାରଙ୍କୁ ତାଙ୍କ ଅଧିକlର ଛଡ଼େଇ ନେଇଛନ୍ତି ପରିବାର ଓ ଥଇଥାନରୁ ବଂଚିତ  କରlଯାଇଛି, ଏହାର  ଦୃଢ ନିନ୍ଦାକରିବା ସହ ଦୁଇଟି ଭିନ୍ନ ସଂଘଠନକୁ ଏକଜୁଟ କରି ଲୋକଙ୍କ ବୁଡ଼ି ସମସ୍ୟାକୁ ସମାଧାନ କରିବାକୁ ବିଧାୟକ ପ୍ରକାଶ କରିଥିଲେ.ତୁରନ୍ତ ପ୍ରଶାସନ ସହିତ ଆଲୋଚନା ହେବ ,ସମଲ ବ୍ୟାରେଜ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ସବୁ ଗ୍ରାମର ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ଦାଇତ୍ୱ ନେଇଥିଲେ,ଏହି ସଭାରେ ବରିଷ୍ଠ ବିଜେପି ନେତା ପ୍ରହ୍ଲାଦ ସାମଲ,ରମେଶ ଚନ୍ଦ୍ର ପ୍ରଧାନ,ହରେକୃଷ୍ଣ ପ୍ରଧାନ,ସରପଞ୍ଚ ରାଜେନ୍ଦ୍ର ବେହେରା,ବୁଡି ଅଞ୍ଚଳ ନେତା ଜଗମୋହନ ପ୍ରଧାନ,ଦୀପକ ଗଡନାୟକ ବିରଞ୍ଚି ନାରାୟଣ ସାହୁ,ଗଦାଧର ସାହୁ,ପ୍ରଶ୍ନ ସାହୁ, ସୁମିତ୍ରା ସାହୁ ,ପଦ୍ମଚରଣ ନାଏକ ଦୁଜଧନ ସାମଲ ପ୍ରମୁଖ ମଞ୍ଚାସିନ ଥିଲେ,ନିଖିଲ କୁମାର ସାହୁ ମଞ୍ଚ ସଂଯୋଜନା କରିଥିଲେ ଏବଂ ପବିତ୍ର ମୋହନ ସାହୁ,ବୁଲୁ ସାହୁ, ଦୁଷ୍ମନ୍ତ ସାହୁ,ବିଦ୍ୟାଧର ସାହୁ, ଅରୁଣ କୁମାର ସାହୁ,ପ୍ରବୀଣ କୁମାର ସାହୁ ପ୍ରମୁଖ ସହୋଯାଗ କରିଥିଲେ,

Recent Comments

Leave Comments

Top