logo
add image
ସମଲ ଠାରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ।

ସମଲ ଠାରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ।

କଣିହାଁ/୧୮/୪/୨୦୨୫/(ଆଧାର ମିଡ଼ିଆ)-ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସମଲ ପଞ୍ଚାୟତ ସମଲ ଗ୍ରାମରେ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ସିଏସଆର ଯୋଜନାରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଢେ଼ଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ସମ୍ମାନିତ ଅତିଥି ଭାବେ ପାଳଲହଡା ବିଧାୟକ ଅଶୋକ କୁମାର ମହାନ୍ତି ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଜେଏସପିଏଲ ଅନୁଗୋଳର ସିଏସଆର ମୁଖ୍ୟ ଜୟନ୍ତ କୁମାର ମହାନ୍ତି, ସମଲ ସରପଞ୍ଚ ଜିତେନ୍ଦ୍ର ବେହେରା, ସମଲ ଗ୍ରାମ ସଭାପତି ତଥା ମନ୍ଦିର କମିଟି ସଭାପତି ତୋଷମଣୀ ସାହୁ ମଧ୍ୟ ଯୋଗ ଦେଇଥିଲେ।
ପ୍ରଥମେ ସମଲ ସରସ୍ବତୀ ଶିଶୁ ମନ୍ଦିରର ୨୫ଲକ୍ଷ ଟଙ୍କାରେ ନିର୍ମାଣ ହେବାକୁ ଥିବା ନୂତନ ଶ୍ରେଣୀଗୃହ ଓ ଅନ୍ୟାନ୍ୟ ଉନ୍ନତି କରଣ କାର୍ଯ୍ୟକ୍ରମର ଭୂମିପୂଜନ ଅତିଥି ମାନଙ୍କ ଦ୍ବାରା କରାଯାଇଥିଲା। ପ୍ରଧାନ ଆଚାର୍ଯ୍ୟ ବସନ୍ତ ସାହୁ,କମିଟିର ସମସ୍ତ ସଦସ୍ୟ ଓ ଗୁରୁଜୀ ଗୁରୁମା ଏଥିରେ ସହଯୋଗ କରିଥିଲେ। ସମଲ ସ୍ଥିତ ତ୍ରିବେଣୀ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ଅନ୍ନପ୍ରସାଦ ମଣ୍ଡପ ଓ ଅନ୍ୟାନ୍ୟ ଉନ୍ନତି ମୂଳକ ପ୍ରାୟ ୭୫ଲକ୍ଷ ଟଙ୍କାରେ ହେବାକୁ ଥିବା ପ୍ରକଳ୍ପର ଭୂମିପୂଜନ କରାଯାଇଥିଲା। ଏଥିରେ ମଧ୍ୟ ମନ୍ଦିର କମିଟିର ସମସ୍ତ ସଦସ୍ୟ ଓ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଶେଷରେ ସମଲ ପଞ୍ଚାୟତ ଅଫିସ ଠାରେ ହିତାଧିକାରୀ ଙ୍କୁ ଆୟୁସ୍ମାନ ଭାରତ ଯୋଜନା ଅନ୍ତର୍ଗତ ନୂତନ ସ୍ବାସ୍ଥ୍ୟ ବୀମା କାର୍ଡ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ସାଂସଦ ବିଧାୟକ ଓ ଅନ୍ୟାନ୍ୟ ଅତିଥି ମାନଙ୍କ ସହିତ ପୂର୍ବତନ ସରପଞ୍ଚ କୁବେର ସାହୁ, ବିଜୟ ପ୍ରଧାନ, ବିରୁ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର, ପଞ୍ଚାୟତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ବିଧାୟକ ଓ ସାଂସଦଙ୍କ ଗସ୍ତ ସମୟରେ ବହୁ ଦଳୀୟ କାର୍ଯ୍ୟକର୍ତ୍ତା, ଲୋକ ପ୍ରତିନିଧି ଉପସ୍ଥିତ ଥିଲେ।

Recent Comments

Leave Comments

Top