logo
add image
ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡି କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ

ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡି କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ

ପୁରୀ/୨୧/୪/୨୦୨୫/(ଆଧାର ମିଡ଼ିଆ)-କେନ୍ଦ୍ରୀୟ ଯୋଜନା ଗୁଡିକ ପ୍ରଣୟନ ଓ କାର୍ଯ୍ୟକାରିତା ସମୟରେ ସାଂସଦ ମାନଙ୍କ ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ।ସାଂସଦ ମାନଙ୍କୁ ସମସ୍ତ ବିଷୟରେ ଅବଗତ କରାଇବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ପାର୍ଲିଆମେଣ୍ଟ ଗ୍ରାମ ଉନ୍ନୟନ ଓ ପଞ୍ଚାୟତି ରାଜ ସମ୍ବନ୍ଧୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ସପ୍ତଗିରୀ ଉଲ୍ଲକା।ଆଜି ମେ ଫେୟାର ହୋଟେଲ ସମ୍ମିଳନୀ କକ୍ଷରେ ଏହି ଉପଲକ୍ଷେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଉଲ୍ଲକା ସମସ୍ତ ଯୋଜନା ସାଧାରଣ ଲୋକମାନଙ୍କ ହିତ ଉଦ୍ଦେଶ୍ୟରେ ବ୍ୟବସ୍ଥା ହେଉଥିବାରୁ ଏହାର କାର୍ଯ୍ୟ କାରିତା ଓ ସଫଳତାରେ ଲୋକ ପ୍ରତିନିଧି ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେଣୁ କେନ୍ଦ୍ର ସରକାର ପ୍ରଦତ୍ତ ମାର୍ଗଦର୍ଶିକା ଅନୁସାରେ ଲୋକ ପ୍ରତିନିଧି ମାନଙ୍କୁ ସାମିଲ କରିବା, ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ।
ଯେଉଁଠାରେ ଏହାର ଉଲ୍ଲଘଂନ ହେଉଛି ସେଠାରେ ସମ୍ପୃକ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟ ମାନେ ପରାମର୍ଶ ଦେଇଥିଲେ।ପ୍ରକଳ୍ପ ପ୍ରସ୍ତୁତ ସମୟରେ ଲୋକ ପ୍ରତିନିଧି ମାନଙ୍କୁ ଅବଗତ କରାଇବା,ସେମାନଙ୍କ ପରାମର୍ଶକୁ ପ୍ରକଳ୍ପ ଚୁଡାନ୍ତ ସମୟରେ ଗୁରୁତ୍ୱ ଦେଇ ସ୍ଥାନିତ କରିବା, ଶୁଭାରମ୍ଭ ଓ ଉଦଘାଟନ ସମୟରେ ଲୋକ ପ୍ରତିନିଧି ମାନଙ୍କୁ ସାମିଲ କରିବା, ନିୟମିତ ଭାବେ ଦିଶା ବୈଠକ ଆୟୋଜନ କରିବା ଉପରେ କମିଟି ଗୁରୁତ୍ୱ ଦେଇଥିଲେ।ପ୍ରଧାନମନ୍ତ୍ରୀ ଗ୍ରାମ ସଡକରେ ସିସି ରୋଡପାଇଁ କମିଟି ଅନୁମୋଦନ କରିଥିଲେ।
ଗ୍ରାମର ଆର୍ଥିକ ଅବସ୍ଥାରେ ଉନ୍ନତି ହିଁ ଦେଶର ବିକାଶ।୨୦୩୬କୁ ବିକଶିତ ଓଡିଶାର ସ୍ବପ୍ନକୁ ସାକାର ପାଇଁ ସମସ୍ତ ଯୋଜନାର ସଫଳତା ପାଇଁ କମିଟି ଆହ୍ବାନ ଦେଇଥିଲେ।ଲିଡ ବ୍ୟାଙ୍କଭାବେ ୟୁକୋ ବ୍ୟାଙ୍କର ସମୀକ୍ଷା କରାଯାଇଥିଲା।ଗ୍ରାହକ ମାନଙ୍କ ପାଇଁ ଥିବା ବିଭିନ୍ନ ସେବା ସଠିକ ସମୟ ଓ ସଠିକଭାବେ ନିର୍ବାହପାଇଁ ପରାମର୍ଶ ଦେଇଥିଲେ।ସମୀକ୍ଷାର ରିପୋର୍ଟ ୧୫ ଦିନ ମଧ୍ୟରେ ପାର୍ଲିଆମେଣ୍ଟକୁ ପ୍ରେରଣ ପାଇଁ ପରାମର୍ଶ ଦେଇଥିଲେ।ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ଭଜନ ଲାଲ ଯାତବ, ବିଜୟ କୁମାର ଦୁବେ, ଗୀତା ଆଲିଆସ ଚନ୍ଦ୍ରପ୍ରଭା,ରାମ ଶଙ୍କର ରାଝେରା, ଡ.ମହମ୍ମଦ ଜାୱ୍ବେଦ,ନବ ଚରଣ ମାଝୀ, ଦେଶ ରାଜ ଶେଖର,ଏଲ ସିଂସନ, ସୁଶୀଲ କୁମାର, ମୃତ୍ୟୁଞ୍ଜୟ ସିଂ ଯାଦବ, ସୋନିଆ ୱ୍ବାଲିଆ ପ୍ରମୁଖ ଯୋଗ ଦେଇଥିଲେ ।
ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ, ପଞ୍ଚାୟତିରାଜ କମିଶନର ତଥା ସଚିବ ଏସ ଏନ ଗିରିଶ,ସାମାଜିକ ସୁରକ୍ଷା ବିଭାଗ କମିଶନର ତଥା ସଚିବ ଆର ଏସ ଗୋପାଲନ,ପଞ୍ଚାୟତରାଜର ସ୍ବତନ୍ତ୍ର ପ୍ରୋଜେକ୍ଟର ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ଦାସ,ରାଜ୍ୟ ମିଶନ ନିର୍ଦ୍ଦେଶକ ତଥା ଜୀବିକା ମିଶନ ସିଇଓ ମୋନିକା ପ୍ରିୟଦର୍ଶିନୀ,ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଅତିରିକ୍ତ ସଚିବ ସୁରେନ୍ଦ୍ର କୁମାର ମିନା,ଯୋଜନା ଓ ପର୍ଯ୍ୟାଲୋଚନା ବିଭାଗର ମଧୁସ୍ମିତା ସାମଲ,ରାଜ୍ୟ ଅର୍ଥ କମିଶନର ସଦସ୍ୟ ସଚିବ ସତ୍ୟପ୍ରିୟ ରଥ,ୟୁକୋ ବ୍ୟାଙ୍କର ଏମଡି ତଥା ସିଇଓ ଅଶ୍ବିନୀ କୁମାର,ଜିଏମ ଗୌତମ ପାତ୍ର ପ୍ରମୁଖ ଯୋଗଦେଇ କମିଟିଙ୍କୁ ବିଭିନ୍ନ ସୂଚନା ଓ ତଥ୍ୟ ପ୍ରଦାନ କରିଥିଲେ।ପରେ କମିଟି ସଦର ବ୍ଲକର ବେଲଦଳ ଅର୍ଣ୍ଣାମେଣ୍ଟାଲ ପ୍ଲାଣ୍ଟ ନର୍ସରୀ ବୁଲିଦେଖିବା ସହ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ସହ ବାର୍ତ୍ତାଳାପ କରିଥିଲେ।
ପରେ ଗୋପ ବ୍ଲକର ସୂତନ ପଞ୍ଚାୟତର ହାଟୁଆଦାଣ୍ଡ ଗ୍ରାମ ପରିଦର୍ଶନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଗୃହ ପରିଦର୍ଶନ କରି ହିତାଧିକାରୀଙ୍କ ସହ କଥା ହୋଇଥିଲେ।ସେହିପରି ଜାତୀୟ ପରିବାର ସହାୟତା ଯୋଜନା ହିତାଧିକାରୀଙ୍କ ସହ ମଧ୍ୟ କଥା ହୋଇଥିଲେ।କମିଟି ଅଧ୍ୟକ୍ଷ ଓ ସଦସ୍ୟ ମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଇଣ୍ଟରପ୍ରିଟେସନ ସେଣ୍ଟର ପରିଦର୍ଶନ କରିଥିଲେ।ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ଓ ଅତିରିକ୍ତ ଉପ ଜିଲ୍ଲାପାଳ ନିଳମାଧବ ମାଝୀ ସମସ୍ତ କାର୍ଯ୍ୟ ର ତଦାରଖ ଓ ପରିଚାଳନା କରିଥିଲେ।

Recent Comments

Leave Comments

Top