logo
add image
ରତ୍ନଚିରା ସ୍ୱେଚ୍ଛାସେବୀ ଅନୁଷ୍ଠାନଦ୍ଵାରା ଧରିତ୍ରୀଦିବସ ପାଳିତ.

ରତ୍ନଚିରା ସ୍ୱେଚ୍ଛାସେବୀ ଅନୁଷ୍ଠାନଦ୍ଵାରା ଧରିତ୍ରୀଦିବସ ପାଳିତ.

ପୁରୀ/୨୨ /୦୪/୨୦୨୫/ (ଆଧାର ମିଡ଼ିଆ )-ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ଵାରା ସ୍ଥାନୀୟ ରାଞ୍ଚ ହୋଟେଲରେ ଆଜି ଧରିତ୍ରୀ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି ।ଉକ୍ତ ସମାରୋହରେ ବହୁ ପ୍ରତିଭାବାନ ବିଜ୍ଞାନ ଶିକ୍ଷକ ମାନଙ୍କ ଦ୍ଵାରା ପୃଥିବୀ ମଧ୍ୟରେ ହେଉଥିବା ବିଭିନ୍ନ ସମସ୍ୟାର ଭୟାବହତା ଏବଂ ଏହାର ପ୍ରତିକାର ବ୍ୟବସ୍ଥା ବିଷୟରେ ଆଲୋଚନା ଓ ଏହାର ପ୍ରତିକାର ବ୍ୟବସ୍ଥା ବିଷୟରେ ଆଲୋଚନା କରାଯାଇଥିଲା। ରାତ୍ନଚିରା ଅନୁଷ୍ଠାନର ମୁଖ୍ୟ ସଂଯୋଜକ, ରମେଶ ଚନ୍ଦ୍ର ବାରିକ ,ସମ୍ପାଦକ ଦେବଦତ୍ତ ମିଶ୍ର,ସଂଯୋଜକ ପ୍ରଭାତ କୁମାର ମିଶ୍ର, ଉପସଭାପତି  ମହାପାତ୍ର କିଶୋର ଚନ୍ଦ୍ର ପରିଡା ଏବଂ ସଭାପତି ସୁବାସ ଚନ୍ଦ୍ର ଦାସଙ୍କ ଉପସ୍ଥିତି ଏବଂ ମଞ୍ଚାସୀନ ଅତିଥି ମାନଙ୍କ ଗରୀମାମୟ ଉପସ୍ଥିତିରେ ଧରିତ୍ରୀ ଦିବସକୁ ମହସମା ରୋହରେପଳିତ ହୋଇଥିଲା । ଉଦୀୟମାନ ଶିକ୍ଷକ ତଥା କମ!କନ୍ତିଆ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟରେ ଏଭଳି  ଭାବେ ଧରିତ୍ରୀ ଦିବସ ପାଳନକରି ଛାତ୍ର ସମାଜକୁ ଧରିତ୍ରୀ ଦିବସର ମହତ୍ତ୍ଵକୁ ଅଧିକ ମାତ୍ରାରେ ଜନାଦୃତ କରିବା ଆବଶ୍ୟକ. ଯଦ୍ଵାରା ଜଳବାୟୁର ପରିବର୍ତନ ଓ ଏହାର ପ୍ରଭାବ ଏବଂ ପ୍ରତିକାର ବିଷୟରେ ଜନସଚେତନତା ବୃଦ୍ଧି କରିବା ଆବଶ୍ୟକ ବୋଲି ଜନସମାଜ୍ କୁ ଉଦବୋଧନ ଦେଇଥିଲେ। ତାପରେ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ହେମନ୍ତ କୁମାର ପ୍ରଧାନ (ନହଲ ପଡ଼ା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ) ଦେଶପାଇଁ ବିଜ୍ଞାନର ଆବଶ୍ୟକତା ଯେତିକି ରହିଛି ଉନ୍ନତିର ମଧ୍ୟ ସେତିକି ଆବଶ୍ୟକତା ରହିଛି,ଏବଂ ଜଳବାୟୁ ପରିବର୍ତ୍ତନ ହେବା ଏବଂ ପୃଥିବୀର ଉନ୍ନତି ହେବା ମଧ୍ୟ ସମାନତା ଭାବେ ଆବଶ୍ୟକ ରହିଛି।ଅନବୃଷ୍ଟି,ଅନିୟମିତ ଜଳବାୟୁ ପରିବର୍ତ୍ତନ ପ୍ରତି ଜନସଚେତନତା ସୃଷ୍ଟିହେବା ବାଞ୍ଛନୀୟ ବୋଲି ଉଦବୋଧନ ଦେଇଥିଲେ।
ଅଷ୍ଟଶମ୍ଭୁ ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ପଣ୍ଡା ସୌରଶକ୍ତିର ଆବଶ୍ୟକ ତା ଏବଂ ବିଦ୍ୟୁତ୍ ଶକ୍ତିର ଅଭାବନୀୟ ପରିସ୍ଥିତିରେ ଲୋକମାନଙ୍କର ଜୀବନ କିପରି ଅସ୍ତବ୍ୟସ୍ତ ହୋଇପଡ଼ିଛି ତାର ଭୟାବହତା ଏବଂ ନବୀକରଣ ଯୋଗ୍ୟ ଶକ୍ତିର ସୃଷ୍ଟି ଏବଂ ନିରାପତ୍ତା ବିଷୟରେ ଆଲୋକପାତ କରିଥିଲେ। ଏବଂ ଶେଷରେ ସରୋଜ କୁମାର ଦେଓ ,କମକନ୍ତିଆ ଉଚ୍ଚବିଦ୍ୟାଳୟର ଉଡ଼ିୟମାନ ଶିକ୍ଷକ ଆମଶକ୍ତି ଓ ଆମ ଗ୍ରହର ବିଶେଷତ୍ଵ ଉପରେ ଆଲୋକ ପାତ କରିଥିଲେ ।ଭବିଷ୍ୟତରେ ଜନସଚେତନତା ମାଧ୍ୟମରେ ପୃଥିବୀ ଜନସତା ଲୋପପାଇବା ପରିବର୍ତ୍ତେ ଅଧିକ ଦିନ ସୁରକ୍ଷିତ ରହିପାରିବ ବୋଲି ଉଦବୋଧନ ଦେଇଥିଲେ।ଶେଷରେ କମାକାନ୍ତିଆ ସରକାରୀ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ବେହେରା ଅତିଥି,ସମ୍ମାନିତ ଅତିଥି,ଛାତ୍ର ତଥା ଉପସ୍ଥିତ ଅଭିଭାବଙ୍କ ମାନଙ୍କର ଗରିମାମୟ ଉପସ୍ଥିତିକୁ ଭୁଇୟନ୍ସି ପ୍ରଶଂସା କରିଥିଲେ ଏବଂ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣକରି ସଭା ସାଙ୍ଗ କରିଥିଲେ.

Recent Comments

Leave Comments

Top