logo
add image
ରେଢ଼ାଖୋଲରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ।

ରେଢ଼ାଖୋଲରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ।

ରେଢ଼ାଖୋଲ/ସମ୍ବଲପୁର/୨୪/୦୪/୨୦୨୫/(ଆଧାର ମିଡ଼ିଆ):ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସ୍ଥିତ ରାଜୀବଗାନ୍ଧୀ ସଭାଗୃହରେ ଗୁରୁବାର ଦିନ ଜାତୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରେଢ଼ାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ନାରାୟଣ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଦୀପପ୍ରଧାନ ଯୋଗ ଦେଇଥିଲେ। ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ତହସିଲଦାର ପ୍ରଭାତ ରଞ୍ଜନ ବିଶ୍ୱାଳ, ଜିଲ୍ଲା ପରିଷଦ ସଭ୍ୟ ଶରତ କୁମାର ପ୍ରଧାନ,ଏପିଓ ସବ୍ୟସାଚୀ ଦଣ୍ଡସେନା,ଜିପିଇଓ ପଞ୍ଚାନନ ବେହେରା ଏବଂ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଏଥି ସହିତ କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ, ସ୍ଵଂୟ ସହାୟକ ଗୋଷ୍ଠୀ ମହିଳା, ହିତାଧିକାରୀ ମାନେ ପ୍ରମୁଖ ଉପସ୍ଥିତ ରହିଥିଲେ।
ଏହି କାର୍ଯ୍ୟକ୍ରମରେ ନୃତନ ରାସନ୍ କାର୍ଡ ହିତାଧିକାରୀ ମାନଙ୍କୁ କାର୍ଡବଣ୍ଟନ କରାଯାଇଥିଲା। ତା ସହିତ କାର୍ଯ୍ୟକ୍ରମରେ ସମିତି ସଭ୍ୟ,ସରପଞ୍ଚ ଏବଂ କିଛି ପଦାଧିକାରୀ ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଆଜି ପୁରୀସ୍ଥିତ ତାଳବଣିଆ  ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମାରୋହରେ ରେଢ଼ାଖୋଲ ବ୍ଲକ ଭିଡ଼ିଓ କନ୍ଫୋରାନସିଂ ମାଧ୍ୟମରେ ଯୋଡି ହୋଇଥିଲା | ପୁରୀ ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ପଞ୍ଚାୟତ ସମିତିର ସାଧାରଣ ବୈଠକକୁ ଅନଲାଇନ ମାଧ୍ୟମରେ ପରିଚାଳନା ନିମନ୍ତେ ଇ-ପଞ୍ଚାୟତ ସେବା ପୋର୍ଟାଲ ଉନ୍ମୋଚନ, ରାଜ୍ୟର ଅନୁମୋଦିତ ବିଭିନ୍ନ ପ୍ରକଳ୍ପ ପାଇଁ ରେକର୍ଡ ପ୍ରସ୍ତୁତି, ବୈଷୟିକ ମଞ୍ଜୁରୀ, ପ୍ରଶାସନିକ ଅନୁମୋଦନ ଭଳି ପ୍ରକ୍ରିୟା ଗୁଡିକୁ ସୁଚାର ରୂପେ ପରିଚାଳନା କରିବା ନିମନ୍ତେ ପିପିଏମଏସ ପୋର୍ଟାଲ ଉନ୍ମୋଚନ,ଗ୍ରାମ ପଞ୍ଚାୟତ ଭିତ୍ତଭୂମିର ଦୃଶ୍ୟକରଣ ଏବଂ ନିର୍ବାଚନ ପ୍ରତିନିଧିଙ୍କ ତଥ୍ୟକୁ ପ୍ରାପ୍ତ କରିବା ନିମନ୍ତେ ପଞ୍ଚାୟତ ମନିଟରିଂ ସିଷ୍ଟମର ଶୁଭାରମ୍ଭ କରିଥିବା ବେଳେ ରାସନ କାର୍ଡ ସମେତ ଭିତ୍ତିପ୍ରସ୍ତର, ପ୍ରତ୍ସାହନ ରାଶି ଇତ୍ୟାଦି ବଣ୍ଟନ କରିଛନ୍ତି ।

Recent Comments

Leave Comments

Top