ଖୋର୍ଦ୍ଧା/୨୪/୦୪/୨୦୨୫/(ଆଧାର ମିଡ଼ିଆ//ପ୍ରସନ୍ନ ସ୍ୱାଇଁ) ଗତ ୨୨ତାରିଖ ଦିବାଲୋକରେ କାଶ୍ମିରୀ ଉପତ୍ୟାକାର ପହଲଗାଁରେ ପାକିସ୍ଥାନୀ ସମର୍ଥିତ ଆତଙ୍କବାଦୀଙ୍କ ଦ୍ୱାରା ନିରପରାଧୀ ହିନ୍ଦୁମାନଙ୍କୁ ହିନ୍ଦୁ ପରିଚୟ ପଚାରି ଅତିନିକଟରୁ ମୁଣ୍ଡକୁ ଗୁଳିକରି ହତ୍ୟା କରିବା ଦ୍ୱାରା ୨୮ଜଣହିନ୍ଦୁ ପର୍ଯ୍ୟଟକଙ୍କ ଜୀବନ ହାନିଘଟିଛି । ଆତଙ୍କବାଦୀମାନେ ପ୍ରଥମେ ହିନ୍ଦୁ ମୁସଲିମ୍ ଅଲଗା ଅଲଗା ଠିଆ କରାଇ ତୁମର ଧର୍ମକଣ ପଚାରିବା ସହିତ ହିନ୍ଦୁ ଏବଂ ମୁସଲମାନଙ୍କୁ ଅଲଗା କରି କଲମା ପଢି ଜାଣୁନଥିବା ଲୋକଙ୍କୁ ଗୁଳିକରି ହତ୍ୟା କରିଥିଲେ । ସେମାନେ କେବଳ ହିନ୍ଦୁମାନଙ୍କୁ ଖୋଜି ଖୋଜି ହତ୍ୟା କରିବା ଏବଂ ହିନ୍ଦୁ ଧର୍ମପ୍ରତି ଥିବା ସେମାନଙ୍କ ଘୃଣାକୁ ଜାହିର କରିଥିଲେ ।
ଏହି ଘୃଣ୍ୟ କାର୍ଯ୍ୟର ପ୍ରତିବାଦରେ ଗୁରୁବାର ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବଜରଙ୍ଗ ଦଳ ପ୍ରଖଣ୍ଡ ସଂଯୋଜକ ଇତେଶ କୁମାର ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିବାଦ ଶୋଭାଯାତ୍ରା କରାଯିବା ସହିତ ଦିବଙ୍ଗତ ଆତ୍ମାମାନଙ୍କର ସଦ୍ଗତି ନିମନ୍ତେ ଏକ ଦୀପଦାନ କରାଯାଇଥିଲେ । ଏହି ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ଲୋକଜିତ୍ ପରିଡ଼ା, ରାଜେନ୍ଦ୍ର କୁମାର ରାମ , ଚିତ୍ତରଞ୍ଜନ ପଟ୍ଟନାୟକ, ତରୁଣ କୁମାର ସାହୁ, ରାକେଶ କୁମାର ସାହୁ, ସରୋଜ କୁମାର ଜେନା ପ୍ରମୁଖ ଯୋଗଦେଇ ପାକିସ୍ଥାନ ପତକାକୁ ନିଆଁ ଲଗାଇ ସେମାନଙ୍କର କ୍ରୋଧ ଜାହିର କରିଥିଲେ । ପରେ ପରେ ଏକ ଶୋଭାଯାତ୍ରାରେ ଯାଇ ଜଗନ୍ନାଥଙ୍କ ମନ୍ଦିର ନିକଟରେ ସମୂହ ଦୀପଦାନ କରି ସ୍ୱର୍ଗତ ଆତ୍ମାମାନଙ୍କର ସଦ୍ଗତି କାମନା କରିଥିଲେ ।
Recent Comments