ବୌଦ୍ଧ/୨୫/୦୪/୨୦୨୫/(ଆଧାର ମିଡ଼ିଆ)-ଆମରାଷ୍ଟ୍ର ଭାରତବର୍ଷର ଜମ୍ମୁ କାଶ୍ମୀରର ପର୍ଯ୍ୟଟନ ସ୍ଥଳ ପହଲଗାମ ଠାରେ ଅପରାହ୍ନରେ ସ୍ପଷ୍ଟ ଦିବାଲୋକରେ ପର୍ଯ୍ୟଟକଙ୍କ ଉପରେ ଆକ୍ରୋଶ ମୂଳକ ଭାବେ ତାଙ୍କର ଧାର୍ମିକ ପରିଚୟ ପଚାରି ଏବଂ ତାପରେ ଗୁଳିଚଳାଇ ନିର୍ମମ ହତ୍ୟା ସର୍ବାଗ୍ରେ ନିନ୍ଦିତ । ଏହିପରି ପ୍ରାୟୋଜିତ ଆତଙ୍କବାଦ ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱ ପ୍ରତି ଗଭୀର କୁଠାରାଘାତ ଓ ସମଗ୍ର ଦେଶବାସୀଙ୍କ ପାଇଁ ଏକ ଚିନ୍ତାଜନକ ବିଷୟ ଅଟେ।ଦେଶରେ ଅସ୍ଥିରତା ଓ ବିଦ୍ୱେଷ ନିର୍ମାଣ ର ଏହା ଏକ ଘୃଣ୍ୟ ପ୍ରୟାସ ଅଟେ । ଏହିଭଳି ଘଟଣା ଆଜି ସମଗ୍ର ସଭ୍ୟ ସମାଜର ଭାବନାକୁ ଦୋହଲାଇ ଦେଇଛି ।
ଏହିଘଟଣା ପଛରେ ଯୋଉ କୁଚକ୍ରି ସଂଗଠନ ଅଛି ତାର ଯଥୋଚିତ ଶାସ୍ତି ଆବଶ୍ୟକ ଏବଂ ଏହି ମାନସିକ ପ୍ରୋତ୍ସାହନ ଦେଉଥିବା ତତ୍ତ୍ଵର ସମୁଲେ ବିନାଶ ଆବଶ୍ୟକ।
ଏଣୁ ସମଗ୍ର ହିନ୍ଦୁ ସମାଜ ନିଜର ଚିନ୍ତନ ତଥା ବ୍ୟଥା ପ୍ରକଟ କରିବା ସହ ଏହି ଘଟଣାରେ ପ୍ରାଣବଳି ଦେଇଥିବା ସମସ୍ତ ବିଭୂତିଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ଗଭୀର ସମବେଦନା ଜଣାଉଛି ଏଥିସହ ତ୍ୱରିତ ଉଦାହରଣମୂଲକ କାର୍ଯ୍ୟାନୁଷ୍ଠାନ ସରକାରଙ୍କ ଠାରୁ ଯଥାଶୀଘ୍ର ଅପେକ୍ଷା ରଖୁଛି ବୋଲି ହିନ୍ଦୁ ସୁରକ୍ଷା ସମିତି, ବୌଦ୍ଧ ପକ୍ଷରୁଆଜି ସକାଳେ ସ୍ଥାନୀୟ ଭୈରବୀ ମନ୍ଦିର ଠାରୁ ଏକ ବିକ୍ଷୋଭ ଶୋଭାଯାତ୍ରା ବାହାରି ସହର ପରିକ୍ରମl କରି ଏକ ଦାବିପତ୍ର ଜ଼ିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି l ଆଜିର ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ବିଜେପି ଦଳ, ତପସ୍ୱିନୀ ମାତୃ ଶକ୍ତି, ବିଦ୍ୟର୍ଥୀ ପରିଷଦ, ବିଭିନ୍ନ ଧର୍ମ ଅନୁଷ୍ଠାନ, ସଂଘର ବିବିଧ କ୍ଷେତ୍ରର କାର୍ଯ୍ୟକର୍ତ୍ତା, ବୁଦ୍ଧିଜୀବୀ, ବ୍ୟବସାୟୀ ପ୍ରଭୁତି ଶତାଧିକ ବ୍ୟକ୍ତି ଯୋଗଦେଇ ଥିଲେ l
Recent Comments