ପଦ୍ମପୁର/୨୫/୪/୨୦୨୫/ ଆଧାର ମିଡ଼ିଆ// ଡିଲେଶ୍ୱର ବାଗ): ଜମ୍ମୁ କାଶ୍ମୀରର ପର୍ଯ୍ୟଟନ ସ୍ଥଳ ପହଲଗାମ ଠାରେ ଅପରାହ୍ନରେ ସ୍ପଷ୍ଟ ଦିବାଲୋକରେ ପର୍ଯ୍ୟଟକଙ୍କ ଉପରେ ଆକ୍ରୋସ ମୂଳକ ଭାବେ ତାଙ୍କର ଧାର୍ମିକ ପରିଚୟ ପଚାରି ଏବଂ ତାପରେ ଗୁଳି ଚଳାଇ ନିର୍ମମ ହତ୍ୟା କରିଥିଲେ ଆତଙ୍କବାଦୀ। ଏହିପରି ପ୍ରାୟୋଜିତ ଆତଙ୍କବାଦ ଦେଶର ଅଖଣ୍ଡତା ଓ ସାର୍ଵଭୌମତ୍ୱ ପ୍ରତି ଗଭୀର କୁଠାର ଘାତ ଓ ସମଗ୍ର ଦେଶବାସୀଙ୍କ ପାଇଁ ଏକ ଚିନ୍ତାଜନକ ବିଷୟ ଅଟେ। ଯେଉଁମାନେ ଏହି ଘଟଣାରେ ସଂପୃକ୍ତ ଅଛନ୍ତି ତାଙ୍କୁ କଠୋର ଦଣ୍ଡଦେବା ସହ ଆଗାମୀ ଦିନରେ ଏହି ଭଳି ଘଟଣା ନଘଟେ ସେଥିପାଇଁ ସରକାର ଯଥାଶୀଘ୍ର ଆତଙ୍କବାଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଆଜି ପଦ୍ମପୁର ଉପଜିଲ୍ଲାପାଳ ସ୍ନେହା ଅରୁଗୁଲାଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ହିନ୍ଦୁ ଏକତା ମଞ୍ଚ। ଦାବିପତ୍ର ପ୍ରଦାନ ସମୟରେ ଭକ୍ତ ଚରଣ ସାହୁ, ଜୟ ନାରାୟଣ ତ୍ରିପାଠୀ, ସୁରେଶ ରାମ ଚନ୍ଦାନୀ, ଦିବ୍ୟ ପଣ୍ଡା, ଗୁଣମଣି ପଟେଲ, କେଶବ ଜାଲ, ସୌରୁପ କାନୁନଗୋ, ଅଙ୍କିତ ରାମ ଚନ୍ଦାନୀ, ଓ ହିନ୍ଦୁ ଏକତା ମଞ୍ଚର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।
Recent Comments