logo
add image
ଆଇନସଚେତନତା ଶିବିର ।

ଆଇନସଚେତନତା ଶିବିର ।

ପୁରୀ/୨୫/୪/୨୦୨୫/(ଆଧାର ମିଡ଼ିଆ)-ପୁରୀଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ ଶ୍ରୀମତୀ ଅଜନ୍ମା ଷଡଙ୍ଗୀଙ୍କ ନିର୍ଦ୍ଦେଶ ଅନୁଯାଇ ତା ୨୫ .୪.୨୦୨୫ ରିଖରେ ପ୍ରିୟାଙ୍କଦେବୀ ନର୍ସିଙ୍ଗ ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯକ୍ରମକୁ ପୁରୀଜିଲ୍ଲା ଆଇନ ସେବା ପ୍ରାଧୁକରଣର ସଚିବ ଶ୍ରୀଯୁକ୍ତ ଅମିତ କୁମାର ବାରିକ ଦ୍ବାରା ଉଦ୍ଘାଟନ କରିବା ସ‌ହ ନିଜ ବକ୍ତବ୍ୟରେ ଯୌନ ନିର୍ଯାତନା ନିରୋଧ ଆଇନରେ ଥିବା ବ୍ୟବସ୍ଥା, ବଳତ୍କାର ପିଡ଼ିତାଙ୍କୁ ଆଇନ ସହାୟତା ଓ ଆର୍ଥିକ କ୍ଷତିପୂରଣ ବ୍ୟବସ୍ଥା ଓ ଅନୁସୂଚିତ ଜାତି ଓ ଉପଜାତିଙ୍କ ଜାତିଗତ ଆକ୍ଷେପ କିମ୍ବା ଜାତୀ ପ୍ରଧାକୁ ନେଇ ଜନସାଧାରଣଙ୍କୁ ଅସଂମନୀତ କରିବା ଏକ ଦଣ୍ଡନୀୟ ଅପରାଧ ସମ୍ପର୍କରେ ଆଲୋଚନା କରିବାସହ ଆଇନ ସେବା ପ୍ରାଧୁକରଣ ଅଧୁନିୟମ ୧୯୮୭ରେ ଥିବା ବିଭିର୍ନ ବିଧବ୍ୟବସ୍ଥାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ, ନିଶୁଳ୍କ ଆଇନ ସେବା ଯୋଗ୍ୟ ହିତାଧୁକାରୀ, ଲୋକ ଅଦାଲତ, ମଧ୍ୟସୁତା କେନ୍ଦ୍ର, ନ୍ୟାୟ ସଂଯୋଗ, ୧୫୧୦୦ ଏବଂ ସମୁଖ କାର୍ୟଲୟ ବିଷୟରେ ଅବଗତ କରାଇବା ସହ ଆଇନ ସେବା କଣ ଏବଂ ଆଇନ ସେବା ପାଇବାପାଇଁ କେଉଁ କେଉଁମାନେ ଯୋଗ୍ୟ ସେହି ବିଷୟରେ ଆଲୋଚନା କରିଥିଲେ ।
ଆଜିର ଏହି କାର୍ଯକ୍ରମରେ ଯୋଗଦେଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆଇନ ସେବା ପ୍ରାଧିକରଣ ତରଫରୁ ଧନ୍ୟବାଦ ଅର୍ପଣ ସହ ଆଇନ ସେବାର ଉପଯୋଗୀତା ଓ ଉପଦେୟତାକୁ ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରିବା ସହ ଏହା କିପରି ଜନସାଧାର ଣଙ୍କ ଉପ‌ଯୋଗୀ ହୋଇପାରିବ ଏଥିପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧୁକାରଣର କର୍ମଚାରୀମାନେ ସହଯୋଗ କରିଥିଲେ ।

 

Recent Comments

Leave Comments

Top