ବିନିକା/୨୬/୦୪/୨୦୨୫/(ଆଧାର ମିଡ଼ିଆ)-ଶନିବାର ବିନିକା ସହର ନୂଆଁବଜାର ରାଜ୍ୟସ୍ତରିୟ ଅଭିଜିତ ପୂଜାହାରୀସୃତି କମିଟି କାର୍ଯ୍ୟାଳୟ ପରିସରରେ ରାଜ୍ୟ ସ୍ତରୀୟ ଅଭିଜିତ ପୂଜାହାରୀ ସ୍ମୃତି କମିଟି ଆନୁକୁଲ୍ୟରେ ଅଭିଜିତ ସ୍ମାରକୀ ମାଗଣା ଚିକିତ୍ସା ଶିବିର ଅନୁଷ୍ଟିତ ହୋଇଯାଇଛି. ବିନିକା ମାଟିର ସୁଯୋଗ୍ୟ ସନ୍ତାନ ତଥା ବୁଲ୍ଲା ଭିମସାର ପ୍ରସୂତି ଓ ସ୍ତ୍ରୀ ବିଭାଗ ପ୍ରଫେସର ଡ଼ା ବେଣୁଧର ପାଣ୍ଡେ ଯୋଗଦେଇ ବିନିକାର ୫୪ଜଣ ଓ ତାଙ୍କ ଜନ୍ମମାଟି ସଂସାମୁରା ଗ୍ରାମରେ ୩୫ଜଣ ମୋଟ ୮୯ଜଣ ମହିଳାଙ୍କୁ ମାଗଣା ଚିକିତ୍ସା ସେବା ଯୋଗୋଇ ଦେଇଥିଲେ. ଶିବିର ଆରମ୍ଭରୁ ଯୁବ ଅଭିନେତା ,କଳାକାର,ସଂଙ୍ଗୀତଜ୍ଞ ତଥା ବିନିକା ମାଟିର ସୁଯୋଗ୍ୟ ସନ୍ତାନ ସ୍ବର୍ଗତ ଅଭିଜିତ ପୂଜାହାରୀଙ୍କ ଫଟୋଚିତ୍ରରେ ପ୍ରଫେସର ଡ଼ା.ପାଣ୍ଡେଙ୍କ ସହ ଅନ୍ୟମାନେ ପୁଷ୍ପ ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ଠାରେ ପ୍ରର୍ଥନା କରିଥିଲେ.ଏହା ସହ ସେବାର ପଟାନ୍ତର ନାହିଁ.ମାନବ ସେବା ହିଁ ମାଧବ ସେବା ବୋଲି ପ୍ରଫେସର ଡ଼ା. ପାଣ୍ଡେ ପ୍ରକାଶ କରିଥିଲୋ
ଦିର୍ଘ ୩ ବର୍ଷରୁ ଉର୍ଦ୍ଧହେବ ପ୍ରତ୍ୟକ ମାସ ଚତୁର୍ଥ ଶନିବାର ଦିନ ବିନିକା ଜନ୍ମ ମାଟିକୁ ଛୁଟିଆସି ଅଭିଜିତ ସୃତି ଦେୟମୁକ୍ତ ଚିକିତ୍ସାଳୟ ଶିବିରରେ ମାଗଣାରେ ମହିଳା ମାନଙ୍କୁ ଚିକିତ୍ସା ସେବା ଯୋଗାଇ ଆସୁଥିବାରୁ ବିନିକା ଅଞ୍ଚଳର ଶହଶହ ମହିଳା ଉପକୃତ ହେଉଛନ୍ତି,ଏହି ସେବା ସ୍ବର୍ଗତ ଅଭିଜିତ ପୂଜାହାରୀଙ୍କ ପ୍ରତି ଶ୍ରଦ୍ଦାଞ୍ଜଳି ବୋଲି ଡ଼ା ପାଣ୍ଡେ ପ୍ରକାଶ କରିଛନ୍ତି. ଏହି କାର୍ଯ୍ୟକ୍ରମରେ ଏଲଟି ଅନନ୍ତରାମ ଷାଣ୍ଢ, କମିଟି ଲିଗାଲ ଏଡ଼ଭାଇଜର ଓକିଳ ବୃନ୍ଦାବନ ମିଶ୍ର,ବିନିକା ସଦର ସମ୍ବାଦ ସାହିତ୍ୟଘର ସଭାପତି ପ୍ରମୋଦ ପଣ୍ଡା, ଉପଦେଷ୍ଟା କମିଟି ଗଜେନ୍ଦ୍ର ମିଶ୍ର ,ଅଶ୍ବିନି ପଣ୍ଡା,ଅଶୋକ ପାଣ୍ଡେ, ସମ୍ବିତ ନେପାକ ,କୈଳାସ ଗଣ୍ଡ ,ସୁବ୍ରତ ମିଶ୍ର ,ସିତାରାମ ଦାସ, କୃଷ୍ଣଚନ୍ଦ୍ର ସାହୁ, ଜୟନାରାୟଣ ପଣ୍ଡା, ସଞ୍ଜୟ ସାହୁ, ଔସଧି ସାହୁ,ସୁନିତା ପୁରୋହିତ ସରୋଜ କୁମର ମିଶ୍ର,ପ୍ରଦିପ ମେହେର, ରାଜ୍ୟସ୍ତରୀୟ ଅଭିଜିତ ପୂଜାରୀ ସ୍ମୃତି କମିଟି ସଭାପତି ଅର୍ଚ୍ଚନା ପୂଜାହାରୀ ,ସମ୍ପାଦକ ପ୍ରିୟରଞ୍ଜନ ହୋତା, ବନମାଳି ପଣ୍ଡା,ଦେବରାଜ ସାହୁ, ଅନୁପମା ସାହୁ, କାଜଳ ପଣ୍ଡା, ଏକାଦୁଶିଆ ସାହୁ, ,ଭକ୍ତରାମ ବଡ଼ମାଲି,ସ୍ବର୍ଗତ ଅଭିଜିର ପୂଜାହାରୀ ବାପା ଅକ୍ଷୟ ପୂଜାହାରୀ, ମାଁ ଗୀତାଞ୍ଜଳି ପୂଜାହାରୀଙ୍କ ସହ ଅଞ୍ଚଳର ମାନ୍ୟଗନ୍ୟ ବ୍ୟକ୍ତି ସହଯୋଗ କରିଥିଲେ.
Recent Comments