logo
add image
ଆଇନ ସଚେତନତା ଶିବିର

ଆଇନ ସଚେତନତା ଶିବିର

ପୁରୀ/୦୧/୦୫/୨୦୨୫/(ଆଧାର ମିଡ଼ିଆ)-ପୁରୀ ଜିଲ୍ଲା ଆଇନ ସେବା ପ୍ରାଧୁକରଣର ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ ଶ୍ରୀମତୀ ଅଜନ୍ମା ଷଡଙ୍ଗୀଙ୍କ ନିର୍ଦ୍ଦେଶ ଅନୁଯାଇ ତା ୧.୫ ୨୦୨୫ ରିଖ ଅପରାହ୍ନ ୦୪,୦୦ ଘଟିକା ସମୟରେ ବାତ୍ୟା ଆଶ୍ରୟ ସ୍ଥଳବେଲଦଳ ଠାରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯକ୍ରମକୁ ପୁରୀଜିଲ୍ଲା ଆଇନସେବା ପ୍ରାଧୁକରଣର ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ ଶ୍ରୀମତୀ ଅଜନ୍ମା ଷଡଙ୍ଗୀ ଉଦ୍ଘାଟନ କରିବା ସହ ନିଜ ବକ୍ତବ୍ୟରେ ଶ୍ରମିକ ମାନଙ୍କ ପାଇଥିବା ବିଭିର୍ନ ଆଇନ, ସରକାରୀ ଯୋଜନା ଏବଂ ତାର ସୁରକ୍ଷା ଉପରେ ଆଲୋଚନା କରିଥିଲେ। ପୁରୀଜିଲ୍ଲା ଆଇନ ସେବା ପ୍ରାଧୂକରଣର ସଚିବ ଶ୍ରୀଯୁକ୍ତ ଅମିତ କୁମାର ବାରିକ ଆଇନ ସେବା ପ୍ରାଧିକରଣ ଅଧୂନିୟମ ୧୯୮୭ ରେ ଥୂବା ବିଭିର୍ନ ବିଧୁବ୍ୟବସ୍ଥାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ, ନିଶୁଳ୍ମ ଆଇନ ସେବା ଯୋଗ୍ୟ ହିତାଧୂକାରୀ, ଲୋକ ଅଦାଲତ, ମଧ୍ୟସୁତା କେନ୍ଦ୍ର, ନ୍ୟାୟ ସଂଯୋଗ, ୧୫୧୦୦ ଏବଂ ସମୁଖ କାର୍ୟଲୟ ବିଷୟରେ ଅବଗତ କରାଇବା ସହ ଆଇନ ସେବା କଣ ଏବଂ ଆଇନ ସେବା ପାଇବାପାଇଁ କେଉଁ କେଉଁମାନେ ଯୋଗ୍ୟ ସେହି ବିଷୟରେ ଆଲୋଚନା କରିଥିଲେ
               ଆଜିର ଏହି କାର୍ଯକ୍ରମରେ ମୁଖ୍ୟ ଅତିଥିଭାବେ ମୁଖ୍ୟ ବିଚାର ବିଭାଗୀୟ ଦିଚାରପତି ଶ୍ରୀଯୁକ୍ତ ସୁଶାନ୍ତ କୁମାର ମିଶ୍ର, ଚୌଧୁରୀ ସୁବ୍ରତ କୁମାର ଜେନା ( Divisional Labour Commissioner), DLO(Welfare) ଶ୍ରୀମତୀ ପ୍ରିୟଙ୍କା ପ୍ରିୟଦର୍ଶିନୀ, ସରପଞ୍ଚ ଶ୍ରୀଯୁକ୍ତ ବିପିନି ଦାସ ପ୍ରମୁଖ ଯୋଗଦେଇଥିଲେ ଏବଂ ଲୋକମାନଙ୍କୁ ଶ୍ରମିକ ପଞ୍ଜୀକରଣ କାର୍ଡ ବଣ୍ଡନ କରିବାରେ ସହଯୋଗ କରିଥିଲେ। ଆଜିର ଏହି କାର୍ଯକ୍ରମରେ ଉପସ୍ଥିତ ଥ‌ିବା ଲୋକ ମାନଙ୍କୁ ଆଇନ ସେବା ପ୍ରାକରଣ ତରଫରୁ ଧନ୍ୟବାଦ ଅର୍ପଣ ସହ ଆଇନ ସେବାର ଉପ‌ଯୋଗୀତା ଓ ଉପଦେୟତାକୁ ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରିବା ସ‌ହ ଏହା କିପରି ଜନସାଧାରଣଙ୍କ ଉପଯୋ7ଗୀ ହୋଇପାରିବ ଏଥିପାଇଁ ଆହ୍ଵାନ ଦେଇଥିଲେ । ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧୁକାରଣର କର୍ମଚାରୀମାନେ ସହଯୋଗ କରିଥିଲେ ।

Recent Comments

Leave Comments

Top