କଣିହାଁ/୭/୫/୨୦୨୫/(ଆଧାର ମିଡ଼ିଆ)-ଆନ୍ତର୍ଜାତିକ ଶ୍ରମିକ ଦିବସର ୧୩୯ତମ ବାର୍ଷିକୀ ପାଳନ ଉପଲକ୍ଷେ ଏଆଇୟୁଟିୟୁସି ଓ ଏଆଇପିଏଫ୍ ସହବନ୍ଧିତ ତାଳଚେର ସୁପର ଥର୍ମାଲ ଓ୍ବାର୍କର୍ସ ୟୁନିୟନ ଏନଟିପିସି ପକ୍ଷରୁ ବୁଧବାର ସନ୍ଧ୍ଯାରେ ଗଦାଶିଳାସ୍ଥ ୟୁନିୟନ ଅଫିସ୍ ଠାରେ ଏକ ଶ୍ରମିକସଭା ଅନୁଷ୍ଠିତ ହୋଇଯାଇଛି। ୟୁନିୟନର ସଭାପତି ଜୟସେନ ମେହେରଙ୍କ ସଭାପତି ତ୍ବରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥି ଭାବେ ଏଆଇୟୁଟିୟୁସି ରାଜ୍ଯ ଇପସଭାପତି ଭିକାରି ପ୍ରଧାନ ଯୋଗଦେଇ ଥିଲେ।ଏହି ସଭାରେ ମୁଖ୍ଯ ବକ୍ତାଭାବେ ଏଆଇୟୁଟିୟୁସି ଅନୁଗୁଳ ଜିଲ୍ଲା ସମ୍ପାଦକ ବ୍ରଜବନ୍ଧୁ ସହୁ ଯୋଗଦେଇ ମହାନ ଆନ୍ତର୍ଜାତିକ ଶ୍ରମିକ ଦିବସର ଐତିହାସିକ ଗୌରବଜ୍ଜ୍ବଳ ସଂଗ୍ରାମର ଇତିହାସ ସମ୍ପର୍କରେ ବର୍ଣ୍ଣନା କରିଥିଲେ।
ଦୈନିକ ଶ୍ରମ ଦିବସର ସମୟ ହ୍ରାସ କରିବା ପାଇଁ ବିଶ୍ୱରେ ବିଭିନ୍ନ ଦେଶରେ ଶ୍ରମିକ ଷ୍ରେଣୀ ଦୀର୍ଘ ୮୦ ବର୍ଷ ଧରି ବହୁ ଲଢେଇ କରିବା ପରେ ଦୈନିକ ୮ ଘଣ୍ଟା ଶ୍ରମ ଦିବସ ଦାବିରେ ୧୮୮୬ ମସିହା ମଇ ପହିଲାରୁ ୪ ତାରିଖ ପର୍ଯ୍ୟନ୍ତ ଆମେରିକାର ଚିକାଗୋ ସହରରେ ହୋଇଥିବା ଶ୍ରମିକ ଶ୍ରେଣୀର ରକ୍ତାକ୍ତ ସଂଗ୍ରାମ ଯୋଗୁଁ ଦୈନିକ ୮ ଘଣ୍ଟା ଶ୍ରମ ଦିବସ ଆଇନଗତ ଭାବେ ସାରା ବିଶ୍ୱରେ ଗୃହୀତ ହୋଇଛି।କିନ୍ତୁ ବର୍ତ୍ତମାନ ମାଲିକ ଶିଳ୍ପପତିମାନେ ଓ ସେମାନଙ୍କର ସ୍ବାର୍ଥ ରକ୍ଷାକାରୀ ସରକାର ଦୈନିକ ୧୨ଘଣ୍ଟାରୁ ଅଧିକ କରିବାପାଇଁ ଚକ୍ରାନ୍ତ କରିଚାଲିଛନ୍ତି। ସେହିଭଳି ମାଲିକ ପୁଞ୍ଜିପତିମାନଙ୍କ ସ୍ବାର୍ଥରେ କେନ୍ଦ୍ରର ବିଜେପି ସରକାର ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ୍ ( ଶ୍ରମ ସଂହିତା) ପ୍ରଣୟନ କରିଛନ୍ତି ଓ ଲାଗୁ କରିବାକୁ ଉଦ୍ୟମ କରୁଛନ୍ତି।
ତେଣୁ ଶ୍ରମିକ କର୍ମଚାରୀ ବିରୋଧୀ ନୀତି ବିରୁଦ୍ଧରେ ସଚେତନ ସଙ୍ଗଠିତ ଶକ୍ତିଶାଳୀ ଐକ୍ୟବଦ୍ଧ ଶ୍ରମିକ ଆନ୍ଦୋଳନ ଗଢି ତୋଳି ବାକୁ ମୁଖ୍ଯ ବକ୍ତା ଶ୍ରୀ ସାହୁ ଆହ୍ଵାନ ଦେଇଛନ୍ତି। ଶ୍ରମିକ କର୍ମଚାରୀ ବିରୋଧୀ ୪ଟି ଶ୍ରମ କୋଡ୍ ଶ୍ରମ ସଂହିତା ବାତିଲ କରିବା, ଠିକାଶ୍ରମିକଙ୍କୁ ସ୍ଥାୟୀ ନିଯୁକ୍ତି ଦେବା, ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା କରିବା ଆଦି ୧୭ ଦଫା ଦାବିରେ ଏଆଇୟୁଟି ୟୁସି ସମେତ ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଆହ୍ଵାନରେ ୨୦ ମେରେ ସର୍ବ ଭାରତୀୟ ଧର୍ମଘଟରେ ତାଳଚେର ସୁପର ଥର୍ମାଲ ଓ୍ବାର୍କର୍ସ ୟୁନିୟନ ସାମିଲ ହେବାପାଇଁ ସଭାର ସଭାପତି ଘୋଷଣା କରିଥିଲେ। ସଭାରେ ୟୁନିୟନର ଯୁଗ୍ମସମ୍ପାଦକ ଟୁନା ନାଏକ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୟୁନିୟନର କାର୍ଯ୍ୟକାରୀ ସଭ୍ଯ ଗନ୍ଧର୍ବ ନାଏକ, ପ୍ରତାପ ପ୍ରଧାନ, ସିଙ୍ଗେଶ୍ବର ସାହୁ, ଅଭୟ କୁମାର ନାଏକ, କାଳନ୍ଦୀ ଚରଣ ନାଏକ,,ନରେଶ ଚନ୍ଦ୍ର ପ୍ରଧାନଙ୍କ ସମେତ ଶତାଧିକ କର୍ମୀ ସଂଗଠକ ଯୋଗ ଦେଇଥିଲେ।
Recent Comments