logo
add image
ପୁରୀରେ ବିଶ୍ୱ ରେଡକ୍ରସ ଦିବସ ପାଳିତ।

ପୁରୀରେ ବିଶ୍ୱ ରେଡକ୍ରସ ଦିବସ ପାଳିତ।

ପୁରୀ/୮/୫/୨୦୨୫ /(ଆଧାର ମିଡ଼ିଆ)-ରେଡକ୍ରସ ବିଶ୍ୱର ସର୍ବବୃହତ ମାନବ ସେବାକାରୀ ଅନୁଷ୍ଠାନ।ପ୍ରାକୃତିକ ବିପର୍ଯ୍ୟୟ,ଯୁଦ୍ଧ ବା ଅନ୍ୟ ଯେ କୌଣସି ବିପର୍ଯ୍ୟୟର ସମ୍ମୁଖୀନ ମଣିଷ ମାନଙ୍କୁ ସହାୟତା ପାଇଁ ରେଡକ୍ରସ ସର୍ବ ପ୍ରଥମେ ପହଞ୍ଚି ଥାଏ। ଯୁଦ୍ଧ କ୍ଷେତ୍ରରେ ମଧ୍ୟ ଭେଦଭାବ ନରଖି ସେବା ଦେଇଥାଏ।
ପୁରୀଜିଲ୍ଲା ରେଡକ୍ରସ ଶାଖା ସେହିପରି ମାନବସେବାକୁ ଗୁରୁତ୍ୱଦେଇ କାର୍ଯ୍ୟକରୁଛି ଓ ଏହି ସେବାକୁ ଆହୁରି ପରିବ୍ୟାପ୍ତ କରିବାକୁ ଆହ୍ୱାନ ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ବେହେରା।ଆଜି ବିଶ୍ୱ ରେଡ଼କ୍ରସ ଦିବସ ଅବସରରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ରେଡ଼କ୍ରସ ପତାକା କୁ ଉତ୍ତୋଳନ,ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ଓ ରେଡକ୍ରସ ପ୍ରତିଷ୍ଠାତା ସାର ହେନେରୀ ଡୁନାଣ୍ଟଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଥିଲେ।ସମ୍ମିଳନୀ ଗୃହରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ବେହେରା ସେବା ଏକ ଐଶ୍ୱରୀୟ ଗୁଣ।ଏହାକୁ ପ୍ରଦାନ କରୁଥିବା ପ୍ରତ୍ୟେକ ବ୍ୟକ୍ତି ମହାନ ଅଟନ୍ତି।ସମାଜରେ ବିଭିନ୍ନ ସେବାରେ ବ୍ରତୀ ସ୍ବେଚ୍ଛାସେବୀ ମାନେ ସେମାନଙ୍କ ସେବାକୁ ଜାରି ରଖିବା, ବିଶେଷ କରି ରାସ୍ତା ଦୁର୍ଘଟଣାର ଶିକାର ବ୍ୟକ୍ତି ମାନଙ୍କୁ ଗୋଲଡେନ ପିରିୟଡ଼ ମଧ୍ୟରେ ଉଦ୍ଧାର କରି ସେବା ଯୋଗାଇଲେ ଅନେକ ମୂଲ୍ୟବାନ ଜୀବନ ବଞ୍ଚିପାରିବ ବୋଲି ସେ ମତ ଦେଇଥିଲେ।
ରେଡକ୍ରସ ପୁରୀ ଜିଲ୍ଲାଶାଖାର ସମ୍ପାଦକ ତଥା ଡେପୁଟି କଲେକ୍ଟର ମନୀଷା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟ କ୍ରମରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଅତିରିକ୍ତ ଶିକ୍ଷା ଅଧିକାରୀ ଭାମନ ପ୍ରଧାନ, ରେଡ କ୍ରସର ଯୁଗ୍ମ ସମ୍ପାଦକ ଗୀତାଞଳି ପଣ୍ଡା, କାର୍ଯ୍ୟ କାରିଣୀ ସଦସ୍ୟ ଜୟନ୍ତୀ ମହାପାତ୍ର ପ୍ରମୁଖ ଯୋଗଦେଇ ରେଡକ୍ରସ ସଂସ୍ଥା, ପ୍ରତିଷ୍ଠାତା ହେଳାରୁ ଡୁନାଣ୍ଟ ଓ ସେବା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ।
ଏହି ଅବସରରେ ରେଡକ୍ରସ ସଂଘପକ୍ଷରୁ ବିଶେଷ ଅବଦାନ ପାଇଁ ୮ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୧୭ ୟୁନିଟ ରକ୍ତସଂଗ୍ରହ ହୋଇଥିଲା।ଆୟୁର୍ବେଦ ମହାବିଦ୍ୟାଳୟ ଓ କମଳାଦେବୀ ମାତୃ ଚିକିତ୍ସାଳୟର ରୋଗୀମାନଙ୍କୁ ଫଳବଣ୍ଟନ କରାଯାଇଥିଲା।ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ରେଡକ୍ରସ କର୍ମଚାରୀ, ଆଜୀବନ ସଦସ୍ୟ, ଜୁନିୟର ରେଡକ୍ରସ ସଦସ୍ୟ, ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ।

Recent Comments

Leave Comments

Top