ପଦ୍ମପୁର/ବରଗଡ/୧୦/୫/୨୦୨୫/ (ଆଧାର ମିଡିଆ//ଡିଲେଶ୍ୱର ବାଗ): ଶନିବାର ସକାଳ ୯ ଘଣ୍ଟା ସମୟରେ ବରିକେଲ ସ୍ଥିତ ସମଲେଇ ମନ୍ଦିର ପରିସରରେ ବରିଷ୍ଠ ରାଜନେତା ତଥା ପଣ୍ଡରା ସମାଜର ଗୌରବ ଭାରତର ବଜରଙ୍ଗ ଦଳର ପୂର୍ବତନ ସଭାପତି ସ୍ବର୍ଗତ ସୁବାସ ଚନ୍ଦ୍ର ଚୌହାନଙ୍କର ୫ମ ସ୍ମୃତି ସମାରୋହ ପାଳିତ ହୋଇ ଯାଇଛି। ଉକ୍ତ ସମାରୋହରେ ପ୍ରାଦେଶିକ ପଣ୍ଡରା ମହାସଂଘର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ପଞ୍ଚାନନ ଦଳପତି ସଭାପତିତ୍ବ କରିଥଲେ।
ସ୍ବର୍ଗତ ଚୌହାନ ନିଜର କଠୋର ଅଧ୍ୟବସାୟ,କଠିନ ପରିଶ୍ରମ ତଥା ଦୃଢ଼ ଇଚ୍ଛାଶକ୍ତି ବଳରେ ଏକ ଅଖ୍ୟାତ ପଲ୍ଲୀର ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସି ମଧ୍ୟ ନିଜକୁ ପ୍ରତିଷ୍ଠିତ କରି ପାରିଥିଲେ ବୋଲି ମତବ୍ୟକ୍ତ କରିଥିଲେ। ସମାଜର ଉନ୍ନତି ପାଇଁ ତାଙ୍କର ଅନେକ ସ୍ବପ୍ନଥିଲା.କିନ୍ତୁ କ।ଳର ଗର୍ଭରେ ସେ ସ୍ବପ୍ନ ଅଧୁରା ହୋଇ ରହିଗଲା।ତାଙ୍କର ସ୍ବପ୍ନକୁ ସାକାର କରିବା ପାଇଁ ସଭାପତି ମହୋଦୟ ଉଦବୋଧନ ଦେଇଥିଲେ।
ପ୍ରାଦେଶିକ ପଣ୍ଡରା ମହାସଂଘର ସମ୍ପ।ଦକ ବୁଦ୍ଧଦେବ ବିଶି "ସୁବାସ ଚୌହାନ ସ୍ମୃତି କମିଟି" ଗଠନ କରିବାକୁ ଆହ୍ବାନ କରିଥିଲେ. ଯାହା ଫଳରେ ତାଙ୍କ ଅଧୁରା ସ୍ବପ୍ନକୁ ରୋମନ୍ଥନ କରାଯାଇ କିଞ୍ଚିତ ମାତ୍ରାରେ ଭାରତ ମାତାର ସେବା କରିବାକୁ ପ୍ରେରଣା ମିଳିବ।ଅଧ୍ୟାପକ ପୌଲସ୍ତ୍ୟ ସାହା "ସୁବାସ ସେନା" ଗଠନକରି ଜାତି ଭାଇଙ୍କ ସେବା କରିବାକୁ ଉଦବୋଧନ ଦେଇଥିଲେ। ସୁବାସ ଚୌହାନଙ୍କ ମାମୁଁ ଶ୍ରୀ ପୀତବାସ ବଡ଼ ଗୁଚ୍ଛିଆ ତାଙ୍କର ପିଲା ଦିନର ସାମାଜିକ ସ୍ବେଛାସେବୀ କାର୍ଯ୍ୟ କଳ।ପ ତଥା ନିଃସ୍ଵାର୍ଥପର ସେବା ସଂପର୍କରେ ଆଲୋଚନା କରିଥିଲେ। ରାଜବୋଡ଼ାସମ୍ବର କେନ୍ଦ୍ରର ପୂର୍ବତନ ସମ୍ପାଦକ ଶ୍ରୀ ଦୀନବନ୍ଧୁ ବିଶି ଶ୍ରୀ ଚୌହାନ ଙ୍କର ସ୍ମୃତି ଚାରଣ କରିଥିବାବେଳେ ଶ୍ରୀ ସୁରେଶ ଚୌହାନ,ସୋକିଲାଲ ସାହା ,ମୀନକେତନ ସାହା,ଡାକ୍ତର ବନମାଳୀ ଚୌହାନ ପ୍ରମୁଖ ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
Recent Comments