ବଲାଙ୍ଗିର/୧୪/୦୫/୨୦୨୫/(ଆଧାର ମିଡ଼ିଆ)-ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ ଅନୁସାରେ ଓ ଜିଲ୍ଲା ଆଇନ ସେବା ପ୍ରାଧୂକରଣର ଅଧ୍ୟକ୍ଷ ଡ.ପବିତ୍ର ମୋହନ ସାମଲଙ୍କ ଅନୁମତି କ୍ରମେ ଆଜି ପୂର୍ବାହ୍ନରେ ସାଗରପାଲିଠାରେ ଆଇନ ସଚେତନ ଶିବିର ଅନୁଷ୍ଠିତ ହୋଇଛି । ଜାତୀୟ ଆଇନ ସେବା ପ୍ରାଧ୍ଵକରଣ ନିଶୁଳ୍କ ସେବା ନମ୍ବର ୧୫୧୦୦ ଓ ଆଇନ ସେବା ପୋର୍ଟାଲ ବାବଦରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧ୍ଵକରଣର ସଚିବ ଶ୍ରୀଯୁକ୍ତ ପବିତ୍ରାନନ୍ଦ ପ୍ରଧାନ ଯୋଗଦେଇ ଆଇନ ସେବା ଓ ଏହାର ଉପଯୋଗ ସହିତ ହିତାଧିକାରୀମାନେ କିଭଳି ଭାବରେ ଆଇନ ସେବାର ସୁଯୋଗ ନେଇ ପାରିବେ ସେ ବାବଦରେ ଲୋକମାନଙ୍କୁ ସଚେତନ କରେଇଥିଲେ । ଏହା ସହିତ ନିଶୁଳ୍କ ସେବା ନ. ୧୫୧୦୦ ଓ ଆଇନ ସେବା ପୋର୍ଟାଲ ବ୍ୟବହାର କରି ସେମାଙ୍କର ଅଭିଯୋଗ ଜଣେଇ ପାରିବେ ବୋଲି ସୂଚନା ଦେଇଥିଲେ ।ଏହି ଶିବିରରେ ସ୍ଥାନୀୟ ଅତିରିକ୍ତ ଗୋଷ୍ଠି ଉନୟନ ଅଧିକାରୀ ପୁଷ୍ପାଞ୍ଜଳି ନାଏକ ଯୋଗ ଦେଇ ସରକାରଙ୍କର ଜନହିତ କରି ଯୋଜନା ବିଷୟରେ ଲୋକ ମାନଙ୍କୁ ସଚେତନ କରିଥିଲେ । ସ୍ଥାନୀୟ ଗ୍ରାମ ପଞ୍ଚାୟତ ଅଧିକାରୀ ଯୋଗଦେଇ ଲୋକମାନଙ୍କୁ ତାଙ୍କର ଅଧିକାର ଉପରେ ଅବଗତ କରାଇ ଥିଲେ । ଏଥିରେ ପାରା ଲିଗାଲ ସ୍ଵେଛାସେବୀ ଶ୍ରୀମତୀ ବିଦ୍ୟୁତଲତା ଖମାରୀ ଓ ପ୍ରକାଶ ସେଠ ସହଯୋଗ କରିଥିଲେ । ସର୍ବ ଶେଷରେ ଜାତୀୟ ଆଇଏନ ସେବା ପ୍ରାଧ୍ଵରଣର ଥିମ ସଂଗୀତ ପରିବେଷଣ କରା ଯାଇ ସଭା ସାଙ୍ଗ କରାଯାଇଥିଲା ।
Recent Comments