ବଡ଼ବିଲ ସିଟି/୧୫/୦୫/(ଆଧାର ମିଡ଼ିଆ/ରିପୋର୍ଟ-ରାଜେନ୍ଦ୍ର ନନ୍ଦ)-କେନ୍ଦୁଝର ଜିଲ୍ଲାର ବଡ଼ବିଲ ପୌରାଞ୍ଚଳରେ ଆଜି ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏପ୍ରିଲ ୨୨ତାରିଖରେ ଜମ୍ମୁକାଶ୍ମୀର ପେହେଲଗାମ ଠାରେ ପାକିସ୍ଥାନୀ ଆତଙ୍କବାଦୀ ଭାରତୀୟଙ୍କ ଉପରେ ଆକ୍ରମଣ ,ଧର୍ମପଚାରି ହାତ୍ୟା କରିବା ପରେ,ଭାରତ ସରକାଙ୍କ ପକ୍ଷରୁ ସିନ୍ଦୂର ଅପରେସନ ଆରମ୍ଭ ହୋଇଥିଲା। ସିନ୍ଦୂର ଅପରେସନରେ ଭାରତୀୟ ସେନା ପରାକ୍ରମ୍ କୁ ଦେଖି ସେମାନଙ୍କ ଉତ୍ସାହ ବଢାଇବା ପାଇଁ ଦେଶବ୍ୟାପୀ ଅନୁଷ୍ଠିତ ହେଉଛି ତ୍ରିରଙ୍ଗା ଶୋଭାଯାତ୍ରା। ଆଜି ସକାଳୁ କେନ୍ଦୁଝର ଜିଲ୍ଲା ସାଂସଦ ଶ୍ରୀ ଅନନ୍ତ ନାଏକ ବଡ଼ବିଲ ପହଞ୍ଚିବା ପରେ ତାଙ୍କୁ ଦଳୀୟକର୍ମୀ ପୁଷ୍ପଗୁଚ୍ଛ ଦେଇ ପାଛୋଟି ନେଇଥିଲେ। ପରେ ବଡ଼ବିଲ ବିକାସମହଲ ପଡିଆ ଠାରୁ ଏହି ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାରେ ବହୁ ସଂଖ୍ୟାକ ବଡ଼ବିଲ ଜନସାଧାରଣ ଅଂଶ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଅନନ୍ତ ନାଏକ,ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ା, ବଡ଼ବିଲ ପୋଲିସଙ୍କ ସହିତ ସମସ୍ତ ଆଞ୍ଚଳିକ ଅଧିକାରୀ ଯୋଗ ଦେଇଥିଲେ। ଏହି ତ୍ରିରଙ୍ଗା ଯାତ୍ରାରେ ଯୁବ ପିଢ଼ିଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଛି।
Recent Comments