ବୌଦ୍ଧ/୧୫/୫/୨୦୨୫/(ଆଧାର ମିଡ଼ିଆ)-ଅପରେସନ ସିନ୍ଦୁରର ସଫଳତା ଓ ଭାରତୀୟ ସେନାବାହିନୀର ଦକ୍ଷତାକୁ ସମ୍ମାନ ଜଣାଇ ଆଜି ବୌଦ୍ଧ ଠାରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସରକାରୀ ଦଳ ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଯୋଗ ଦେଇ ସବୁଜ ପତାକା ଦେଖାଇ ବାଇକ ରାଲିର ଉଦଘାଟନ କରିଥିଲେ । ଭାରତୀୟ ସେନାର ଅଦମ୍ୟ ସାହସକୁ ସମ୍ମାନ ଜଣାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ପରାକ୍ରମ ଶୋଭାଯାତ୍ରାରେ ସମାଜର ସବୁ ବର୍ଗର ନାଗରିକଙ୍କ ସହ ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି ପୁଲିସ ବାହିନୀ,ଏନସିସି କ୍ୟାଡେ଼ଟ, ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ କର୍ମଚାରୀ, ଶିକ୍ଷକ,ଶିକ୍ଷୟତ୍ରୀ, ଅଧ୍ୟାପକ, ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ, କ୍ରୀଡ଼ାବିତ,ସମସ୍ତ ସ୍ବେଛାସେବୀ ସଂଗଠନର କର୍ମକର୍ତ୍ତା ବୌଦ୍ଧ ସହରର ବହୁ ବୁଦ୍ଧିଜୀବୀ ସାମିଲ ହୋଇଥିଲେ.
ଜାମ୍ମୁ କାଶ୍ମୀରର ପହେଲଗାଓଁ ଠାରେ ହୋଇଥିବା ଆତଙ୍କବାଦୀ ଘଟଣା ପ୍ରତିବଦଳରେ ଅପରେସନ ସିନ୍ଦୁରର ସଫଳତା,ଦେଶର ସୀମା ସୁରକ୍ଷା ଦାୟିତ୍ୱରେ ଥିବା ଜାଗ୍ରତ ପ୍ରହରୀଙ୍କୁ ସମ୍ମାନ ଜଣାଇ ସ୍ଥାନୀୟ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇଥିବା ପରାକ୍ରମ ରାଲି ସହର ପରିକ୍ରମା କରି ଜ଼ିଲ୍ଲା ସଂଗ୍ରହlଳୟ ଠାରେ ପହଞ୍ଚିଥିଲା । ସେଠାରେ ବୀର ଯବାନ ତଥା ମାଟି ମାଙ୍କୁ ସମ୍ମାନ ଜଣାଇବା ପୂର୍ବକ ସ୍ଲୋଗାନ ଦିଆଯାଇଥିଲା । ଏହି ଅବସରରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ସୁବ୍ରତ କୁମାର ପଣ୍ଡା, ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସାର୍ଥକ ରାଏ, ଉପଜିଲ୍ଲାପାଳ, ପ୍ରବୀଣ କୁମାର ବାଣୁଆ, ସମସ୍ତ ଜ଼ିଲ୍ଲା ସ୍ତରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ବାଇକ ରାଲି ରେ ମଧ୍ଯ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ କୁ ଅଧ୍ୟାପକ ଡ. ପ୍ରବୀର କୁମାର ଦାଶ ଏବଂ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ପରିଚାଳନା କରିଥିଲେ ।
ଶୋଭାଯାତ୍ରାରେ ବୌଦ୍ଧ ଆଦର୍ଶ ଥାନାର ଅଧିକାରୀ ରଂଜିତ କୁମାର ମୁନି ଟ୍ରାଫିକ ନିୟନ୍ତ୍ରଣ, ଶାନ୍ତି ଶୃଙ୍ଖଳା ରକ୍ଷାରେ ନିୟୋଜିତ ହୋଇଥିବା ବେଳେ, ଜ଼ିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଦେଶାତ୍ମବୋକ ସଂଗୀତ ପରିବେଷଣ, ମେଡିକାଲର ଆମ୍ବୁ ଲାନ୍ସ ଗାଡି, ଅଗ୍ନିଶମ ଗାଡି ସମସ୍ତ ପ୍ରସ୍ତୁତି ସହ ଶୋଭାଯାତ୍ରାରେ ସାମିଲ ଥିଲେ । ମହାନଦୀ ଆଳତୀ ଘାଟ ଠାରେ ଭାରତ ସ୍ୱାଭିମାନ ଟ୍ରଷ୍ଟ ଯୋଗ ପରିବାର ଏବଂ ବ୍ରାହ୍ମଣ ସମାଜ ପକ୍ଷରୁ ଘଣ୍ଟ, ହୁଳହୁଳି ଦେଇ ବାଇକ ଶୋଭାଯାତ୍ରା କୁ ସ୍ୱାଗତ କରିଥିଲେ ।ବଜରଙ୍ଗ ଦଳ, ତ୍ରିରଙ୍ଗା ଶୋଭାଯାତ୍ରା କମିଟି ଏବଂ ବିଭିନ୍ନ କମିଟି ପକ୍ଷରୁ ଶତାଧିକ ସଦସ୍ୟ, ଏହି ରାଲିରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ଉତ୍ସାହିତ ହୋଇ ହାତରେ ତ୍ରିରଙ୍ଗା ଧରି ଏହି ଶୋଭାଯାତ୍ରରେ ସାମିଲ ହୋଇଥିଲେ ।
Recent Comments