logo
add image
ପୁରୀରେ ଜାତୀୟ ଡେଙ୍ଗୁ ଦିବସ ପାଳିତ

ପୁରୀରେ ଜାତୀୟ ଡେଙ୍ଗୁ ଦିବସ ପାଳିତ

ପୁରୀ/୧୬/୦୫/୨୦୨୫/(ଆଧାର ମିଡ଼ିଆ)- ଜାତୀୟ ଡେଙ୍ଗୁ ଦିବସ ଅବସରରେ କମଳା ଦେବୀ ମାତୃ ମଙ୍ଗଳ ସହରାଞ୍ଚଳ ଡାକ୍ତରଖାନାର ସଭାଗୃହରେ , ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଭେକ୍ଟର ବାହିତ ରୋଗ) ଡାକ୍ତର ବିନୋଦ ବିହାରୀ ରଥଙ୍କ ଅଧ୍ୟକ୍ଷତାରେ ଏକ ସତର୍କ ଓ ସଚେତନତା ମୂଳକ ସଭା ପୁରୀ ସଦର ମହିଳା ସ୍ବାସ୍ଥ୍ୟକର୍ମୀ ଏବଂ ଆଶାକର୍ମୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଡେଙ୍ଗୁ ଦିବସ ପାଳନର ପ୍ରକୃତ ଉଦ୍ଧେଶ୍ୟ ସମନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା l ସଚେତନତା କାର୍ଯ୍ୟକ୍ରମକୁ କିପରି ତ୍ଵରାନିତ କରାଯିବ, ଘରକୁ ଘର ପରିଦର୍ଶନ କରାଯିବ ଏବଂ ସରକାରୀ ସ୍ତରରେ ମିଳୁଥିବା ସୁବିଧା ସୁଯୋଗ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା l ଡାକ୍ତର ରଥ ସମସ୍ତଙ୍କୁ ଉଦବୋଧନ ଦେଇ କହିଥିଲେ ଏହି ଡେଙ୍ଗୁରୋଗ ନିମନ୍ତେ କୌଣସି ଟୀକା ନାହିଁ ଏବଂ ସଠିକ୍ ଔଷଧ ମଧ୍ୟ ଏଯାଏଁ ଉପଲବ୍ଧ ନାହିଁ l ତେଣୁ ସଚେତନା ଓ ସରକାରୀ ନିୟମାବଳୀକୁ ମାନି ଚାଲିଲେ ଅନେକାଂଶରେ ଆମେ ଡେଙ୍ଗୁ ରୋଗ ଠାରୁ ଦୂରେଇ ରହି ପାରିବା l
ଏହି ସଭାରେ ହେମସାଗର ସାହୁ (ଜିଲ୍ଲା ଭେକ୍ଟର ବାହିତ ରୋଗର ପରାମର୍ଶ ଦାତା), ବିଜନ୍ କୁମାର ପାତ୍ର (କିଟତତ୍ଵ ବିଶାରଦ), ରବୀନ୍ଦ୍ର କୁମାର ପ୍ରଧାନ (ଜିଲ୍ଲା ଜନସ୍ୱାସ୍ଥ୍ୟ ଓ ସଂଚାର ଅଧିକାରୀ),ଅଶୋକ କୁମାର ସାହୁ (ସହ ପରିଚାଳକ- ଆଶା), ଜିଲ୍ଲା ଭେକ୍ଟର ବାହିତ ରୋଗ କାର୍ଯ୍ୟନିର୍ବାହ ଗୃହର ସମସ୍ତ କର୍ମକର୍ତା ଏବଂ ସହରାଞ୍ଚଳ ଡାକ୍ତରଖାନାର ସମସ୍ତ କର୍ମକର୍ତା ଙ୍କ ଉପସ୍ଥିତିରେ କିପରି ଆମେ ଡେଙ୍ଗୁ ରୋଗର ନିରାକରଣ କରିପାରିବା, କଣ ସବୁ ପଦକ୍ଷେପ ନେଲେ ଆମେ ଆମ ନିଜ ସହ ଆମ ଚତୁର୍ପାଶ୍ଵ କୁ ସୁରକ୍ଷିତ ରଖିବା ସେ ବିଷୟରେ ଆଲୋଚନା କରାଯାଇଥିଲା l ପରିଶେଷରେ ମନୋଜ କୁମାର ପଣ୍ଡା (ସହ-ପରିଚାଳକ) ସଭା ପରିଚାଳନା ଓ ଧନ୍ୟବାଦ ଦେଇଥିଲେ l

Recent Comments

Leave Comments

Top