ସମ୍ବଲପୁର/୧୭/୦୫/୨୦୨୫/(ଆଧାର ମିଡ଼ିଆ/ରିପୋର୍ଟ -ସୁନିଲ କୁମାର ନାଥ)-ଗତ ତା ୧୬/୦୫/୨୦୨୫ କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (ଓୟୁଏଟି) ,ଚିପିଲିମା ପରିସର ରେ ନୂତନ ହୀରାକୁଦ ପ୍ରେକ୍ଷାଲୟର ଶୁଭ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉଦ୍ଘାଟନୀ ଉତ୍ସବରେ ମାନ୍ୟବର କେନ୍ଦ୍ରଶିକ୍ଷା ମନ୍ତ୍ରୀ, ଭାରତ ସରକାର ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାର ଶ୍ରୀ କନକବର୍ଦ୍ଧନ ସିଂହଦେଓ, ମାନ୍ୟବର ଗ୍ରାମ୍ୟ ଉନ୍ନୟନ ,ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ, ଓଡ଼ିଶା ସରକାର ଶ୍ରୀ ରବି ନାରାୟଣ ନାୟକ,ପୂର୍ବତନ ବିଧାୟକ ନାଉରୀ ନାୟକ ପ୍ରମୁଖ ଉପସ୍ଥିତ ରହି ନିଜ କର କମଳରେ ହୀରାକୁଦ ପ୍ରେକ୍ଷାଲୟର ଉଦ୍ଘାଟନ କରିଥିଲେ।
ମାନ୍ୟବର କେନ୍ଦ୍ରଶିକ୍ଷା ମନ୍ତ୍ରୀ, ଭାରତ ସରକାର ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଆଜି ଏହି ଓୟୁଏଟି କ୍ୟାମ୍ପସର ଶ୍ରୀ ବୃଦ୍ଧିପାଇଁ ଏହି ପ୍ରେକ୍ଷାଲୟ ଗୋଟେ ଗୁରୁତ୍ଵପୂର୍ଣ ପଦକ୍ଷପ।ଏହି ଓୟୁଏଟି ଆମ ରାଜ୍ୟର ସାମଗ୍ରିକ ବିକାଶରେ ଅନେକ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିଛି ବୋଲି କହିଥିଲେ. ଯେଉଁ କ୍ୟାମ୍ପସରୁ ଅନେକ ପ୍ରମୁଖ ପ୍ରଶାସନିକ ଅଧିକାରୀ ପାଠ ପଢିଛନ୍ତି, ଯାହା ଆମ ପାଇଁ ବହୁତ ବଡ ଉପଲବ୍ଧି ବୋଲି ଶ୍ରୀ ପ୍ରଧାନ କହିଥିଲେ।
ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାର ଶ୍ରୀ କନକବର୍ଦ୍ଧନ ସିଂହଦେଓ ନିଜ ଅଭିଭାଷଣରେ କହିଥିଲେ କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ(ଓୟୁଏଟି), ଚିପିଲିମା ର କୃଷି କ୍ଷେତ୍ର ରେ ଉନ୍ନତି କରିବାରେ ଅନେକ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିଛି।ଉଭୟ ରବି ଏବଂ ଖରିଫ ଋତୁ ର ଧାନ ପାଇଁ ଏମଏସପି ୩୧୦୦ ଟଙ୍କା କରାଯାଇଛି ବୋଲି ସେ ସୂଚନା ଦେଇଥିଲେ।କୃଷି କ୍ଷେତ୍ରରେ ଉନ୍ନତି କରିବାକୁ ହେଲେ କେବଳ ଧାନଚାଷ ନୁହେଁ ଆମକୁ ଅଲ୍ଟରନେଟ ଚାଷପଦ୍ଧତି,ଜୈବିକସାରକୁ ଆପଣେଇବାକୁ ପଡିବ ଶ୍ରୀ ସିଂହଦେଓ କହିଥିଲେ।
ମାନ୍ୟବର ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ, ଓଡ଼ିଶା ସରକାର ଶ୍ରୀ ରବି ନାରାୟଣ ନାୟକ ନିଜ ଅଭିଭାଷଣରେ କହିଥିଲେ ଆଜି ଆମେ ଏକ ନୂଆ ସୌଭାଗ୍ୟ ପାଇଅଛୁ, ଆମେ ସମସ୍ତେ ଜାଣିଛୁ ଓଡିଶାର ଭାତହାଣ୍ଡି ହେଉଛି ଆମ ସମ୍ବଲପୁର ମାଟି। କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (ଓୟୁଏଟି) ର ପ୍ରତିଷ୍ଠା ହେବା ପରେ ଓଡିଶା କୃଷି କ୍ଷେତ୍ରରେ ଉନ୍ନତି କରିଛି ଯଦି (ଓୟୁଏଟି) ର ପ୍ରତିଷ୍ଠା ନହୋଇଥାନ୍ତା ତେବେ ଓଡିଶା ସେ ସୌଭାଗ୍ୟ ପାଇପାରିନଥାନ୍ତା। ଏହି ଅନୁଷ୍ଠାନ ଆମ ପାଇଁ ଗର୍ବ ଆଣିଦେଇଛି, ସେଥିପାଇଁ ସରକାରଙ୍କ ସହଯୋଗରେ ଏହି ଅନୁଷ୍ଠାନର ଉନ୍ନତି କଲେ ଆମ ସମ୍ବଲପୁରର ଚାଷୀମାନେ ଉନ୍ନତି କରିପାରିବେ ଚାଷ କ୍ଷେତ୍ରରେ ଶୀର୍ଷ ରେ ରହିପାରିବ।
ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ(ଓୟୁଏଟି) ଭୁବନେଶ୍ବରର କୁଳପତି ପ୍ରଭାତ କୁମାର ରାଉଳ ସ୍ଵାଗତ ଭାଷଣ ଦେଇଥିବା ବେଳେ, ଅଧ୍ୟକ କୃଷି ଓ ଉଦ୍ୟାନ କୃଷି ମହାବିଦ୍ୟାଳୟ,ଚିପିଲିମା ପ୍ର କୈଲାସ ଚନ୍ଦ୍ର ସାମଲ ଧନ୍ୟବାଦ ଭାଷଣ ଅର୍ପଣ କରିଥିଲେ। ଉକ୍ତ ଉଦ୍ଘାଟନୀ ଉତ୍ସବରେ ରାଜସ୍ବ ବିଭାଗୀୟ ଆୟୁକ୍ତ,ଉତ୍ତରାଞ୍ଚଳ ବିଭାଗ,ସମ୍ବଲପୁର ଶ୍ରୀ ସଚିନ୍ ରାମଚନ୍ଦ୍ର ଜାଧବ(ଭା.ପ୍ର.ସେ),ଆଇ.ଜି ଶ୍ରୀ ହିମାଂଶୁ ଲାଲ(ଭା.ପୋ.ସେ),ଆରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ ଭାମୂ (ଭା.ପୋ.ସେ),ସମ୍ବଲପୁର ମହାନଗର ନିଗମର ଆୟୁକ୍ତ ଶ୍ରୀ ବେଦଭୂଷଣ(ଭା.ପ୍ର.ସେ)ଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଗଣ,ବିଭାଗୀୟ ଅଧିକାରୀ,ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ।
Recent Comments