ସିନାପାଲି/ନୂଆପଡ଼ା/୨୦/୦୫/୨୫/(ଆଧାର ମିଡ଼ିଆ/ରିପୋର୍ଟ-ହେରାମ୍ବ ମେହେର)- ସରକାରଙ୍କ ପ୍ରୋତ୍ସାହନକୁ ଆଶା ନକରି ନିଜକଳା ଓ ଦକ୍ଷତା ମାଧ୍ୟମରେ ବାଉଁଶ କାରିଗରଙ୍କ ଦ୍ଵାରା ନିର୍ମିତ ହେଲା ନୂଆପଡ଼ା ଜିଲ୍ଳାର ସୁନ୍ଦର ମାନଚିତ୍ରର ଆକୃତି l ନୂଆପଡ଼ା ଜିଲ୍ଲାର ବୋଡ଼େନ ବ୍ଲକ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ପୋଖତ ବାଉଁଶ କାରିଗର ମାନେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯଥା କୁଲା, ଭୂଗା, ଟୁପା,ପାଛିଆ, ପର୍ଲା, ଝାମ୍ପି, ଚାଙ୍ଗରି, ଭୁର୍କି, ଧୂକ୍ନା, ଖଟ ପିଢା, ଖଲେଇ, ଡଙ୍ଗା ଇତ୍ୟାଦି ନିର୍ମାଣ କରିଛନ୍ତି ବାଉଁଶ ପାତିଆରେ ଏବଂ ଏହି କଳାକୃତି ନୂଆପଡ଼ା ଜିଲ୍ଲାର ଭୌଗଳିକ ମାନଚିତ୍ର ଆକୃତି ଉପରେ ନିର୍ମିତ ହୋଇଛି l ଏହାକୁ ଏହି କାରିଗର ମାନେ ଜିଲ୍ଲାପାଳଙ୍କୁ ବୋଡ଼େନ ବ୍ଲକ ଲର୍କା ପଞ୍ଚାୟତର ଖୋର୍ଲା ଗ୍ରାମରେ ଅନୁଷ୍ଠିିତ ହୋଇଥିବା ପରିବର୍ଦ୍ଧିତ ଜନ ଶୁଣାଣୀ ଶିବିର ତଥା ପ୍ରବାସୀ ଶ୍ରମିକ ସଚେତନତା ଶିବିରରେ ପ୍ରଦର୍ଶିତ କରିଥିଲେ lଦେଖିବାକୁ ଅତି ସୁନ୍ଦର ଦିଶୁଥିବା ଏହି ବାଉଁଶ କାରିଗରୀକୁ ଜିଲ୍ଲାପାଳ ମଧୁସୂଦନ ଦାଶ ଖୁବ୍ ପ୍ରସଂଶା କରି ଶିଳ୍ପୀ ମାନଙ୍କୁ ଉତ୍ସାହିତ କରିଛନ୍ତି l ସେମାନଙ୍କୁ ଆବଶ୍ୟକ ସୁଯୋଗ ତଥା ପ୍ରୋତ୍ସାହନ ଯୋଗାଇ ଦେବାପାଇଁ ହସ୍ତଶିଳ୍ପ ଉପ-ନିର୍ଦ୍ଦେଶକ ପୁଷ୍ପ ରଞ୍ଜନ ସାହୁଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି l ପ୍ରକାଶ ଥାଉକି ଜିଲ୍ଲା ପ୍ରଶାସନ ତରଫରୁ ବାଉଁଶ କାରିଗର ମାନଙ୍କୁ ଆବଶ୍ୟକତା ମୁତାବକ ସୁବିଧା ସୁଯୋଗ ଯୋଗାଇ ଦେଲେ କାରିଗର ମାନଙ୍କ ପରିବାର ଉପକୃତ ହୋଇ ପରିବେ ବୋଲି ଜିଲ୍ଲା ପ୍ରଶାସନକୁ ଗୁହାରି କହିଛନ୍ତି l
Recent Comments