logo
add image
ରଥଯାତ୍ରା ଉପଲକ୍ଷେ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀଙ୍କଦ୍ବାରା ପୁରୀ ସହରର ପରିମଳ ବ୍ୟବସ୍ଥା ଉପରେ ସମୀକ୍ଷା

ରଥଯାତ୍ରା ଉପଲକ୍ଷେ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀଙ୍କଦ୍ବାରା ପୁରୀ ସହରର ପରିମଳ ବ୍ୟବସ୍ଥା ଉପରେ ସମୀକ୍ଷା

ପୁରୀ.୨୧/୫/୨୦୨୫/( ଆଧାର ମିଡ଼ିଆ )-ଆଜି ଦିବା ୧୦ଘ.ସମୟରେ ସର୍କିଟ୍ ହାଉସଠାରେ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପୁରୀ ସହରର ରାସ୍ତାଘାଟ ଓ ପରିମଳ ବ୍ୟବସ୍ଥା ଉପରେ ରଥଯାତ୍ରା ପାଇଁ ସମୀକ୍ଷା କରିଥିଲେ । ଉକ୍ତ ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ, ଏସ.ପି. ଶ୍ରୀ ବିନୀତ ଅଗ୍ରୱଲା ଓ ପୌର ନିର୍ବାହୀ ଅଧୂକାରୀ ଶ୍ରୀ ଅଭିମନ୍ୟୁ ବେହେରା ବୈଠକରେ ଯୋଗ ଦେଇଥିଲେ । ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପୌରଅଧୂକାରୀଙ୍କୁ ପରିମଳ ବ୍ୟବସ୍ଥା ଉପରେ ଗୋଟି ଗୋଟି ପ୍ରଶ୍ନ ପଚାରୁଥିଲେ ।
ପୌରଅଧୂକାରୀ ରାସ୍ତା ଓ ପରିମଳ ବ୍ୟବସ୍ଥା ପାଇଁ କାର୍ଯ୍ୟ ହୋଇଛି ବୋଲି କହିଥିଲେ । ମୋଟ ୧୪ଟି ପରିମଳ ବ୍ୟବସ୍ଥା ପାଇଁ ଅସ୍ଥାୟୀ ଷ୍ଟଲ୍ ଖୋଲାଯିବାର ବ୍ୟବସ୍ଥା କରାଯାଇଛି । ଏଥିରେ ମୋଟ ୧୦୬ ଜଣ ବ୍ୟକ୍ତି କାର୍ଯ୍ୟ କରିବେ,ଗୁଣ୍ଡିଋମନ୍ଦିର ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଡ୍ରେନେଜ୍ ପାଇଁ ସବୁ ସ୍ନାପ୍ ପଡିଛି,ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାଯାଇଛି । ବଡଶଙ୍ଖ ଠାରୁ ଯାହା କାମ ବାକିଅଛି ଚଳିତମାସ ୩୦.୦୫.୨୦୨୫ରିଖ ସୁଦ୍ଧା ସମ୍ପୂର୍ଣ କରିବାକୁ ମନ୍ତ୍ରୀ ପୌରଅଧୂକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରଥଯାତ୍ରା ପାଇଁ ଟ୍ୟୁରିଷ୍ଟି ମାନଙ୍କ ପାଇଁ ଅସ୍ଥାୟୀ ୧୪ଟି ପାକିଂ ଯାଗା ଖୋଲାଯିବାର ବ୍ୟବସ୍ଥା କରାଯାଇଛି ।ଦୁଇଚକିଆ,ତ୍ବରି ଚକିଆ, ଛଅ ଋକିଆ ଗାଡି ଟ୍ୟୁରିଷ୍ଟି ମାନଙ୍କ ପାଇଁ ଅସ୍ଥାୟୀ ଭାବରେ ପାକିଂ ବ୍ୟବସ୍ଥା କରାଯାଇଛି । ସହରରେ ଜଳଛତ୍ର କେନ୍ଦ୍ରଖୋଲାଯିବାର ବ୍ୟବସ୍ଥା ହୋଇଛି । ଯେପରି ଟ୍ୟୁରିଷ୍ଟମାନେ କୌଣସି ଅସୁବିଧାରେ ନପଡନ୍ତି ତାହା ବ୍ୟବସ୍ଥା କରାଯାଇଛି। ସହରରେ ମୋବା ଇଲ ଟଏଲେଟ୍‌ର ରହିବାର ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ଠାରୁ ଗୁଣ୍ଡିଋମନ୍ଦିର ପର୍ଯ୍ୟନ୍ତ ସମସ୍ତ କ୍ୟାବିନ୍ ହଟାଇଯିବାର ବ୍ୟ ବସ୍ଥା ହୋଇଅଛି । ସହରରେ ଋରିହଜାର ଗୋରୁ ଗାଇଙ୍କ ପାଇଁ ରାସ୍ତାରୁ ହଟାଯିବାର ବ୍ୟବସ୍ଥା କରାଯାଇଛି ।
ସହରରେ କାଞ୍ଜିଆହତା ଓ ଗୋସାଳା ପୁରୀରେ ବ୍ୟବସ୍ଥା ନାହିଁ ଏଣୁ ୫ ଏକର କିମ୍ବା ୧୦ ଏକର ଯାଗା ଯୋଗାଇଦେବା ପାଇଁ ମନ୍ତ୍ରୀ ଜିଲ୍ଲାପାଳଙ୍କୁ କହିଥିଲେ । ସହରର ସବୁ ଗଳି, କନ୍ଦି ଓ ସାହିରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଉକ୍ତ ବୈଠକରେ ଅତିରିକ୍ତ ସଚିବ୍ ନଗର ଉନ୍ନୟନ ବିଭାଗ ଶ୍ରୀ ବିନୟ କୁମାର ଦାଶ, ପୌରଅଧୂକାରୀ ଶ୍ରୀ ଅଭିମନ୍ୟୁ ବେହେରା, ଆର.ଟି.ଓ. ପୁରୀ, ଜେନେରାଲ ମ୍ୟାନେଜର୍‌ ୱାଟ୍‌ସ୍କୋ, ପୋଗ୍ରାମ ଅଫିସର ଶ୍ରୀମତୀ ରେଶ୍ମୀ ମହାନ୍ତି, ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧୂକାରୀଙ୍କ ସମେତ ଶ୍ରୀ ପ୍ରଦିପ୍ତ କୁମାର ସେନାପତି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧୂକାରୀ ଯୋଗଦେଇଥିଲେ ।

Recent Comments

Leave Comments

Top