ବୋଲଗଡ଼/ଖୋର୍ଦ୍ଧା/୨୧୧/୦୫/୨୦୨୫/(ଆଧାର ମିଡ଼ିଆ//ପ୍ରସନ୍ନ କୁମାର ସ୍ବାଇଁ) ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଖଙ୍ଗୁରିଆ ଗ୍ରାମପଞ୍ଚାୟତର ସଂପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ଓ ବସନ୍ତ କୁମାର ଉତ୍ତରକବାଟଙ୍କୁ ଆମେରିକାନ୍ ମେରିଟ୍ ୟୁନାଇଟେଡ ରିସର୍ଚ୍ଚ କାଉନସିଲ ୱାଲର୍ଡ ଚାରିଟ୍ ୱେଲଫେୟାର ଫାଉଣ୍ଡେସନ ମେଗା ଆୱାଡ ତରଫରୁ ଭୁବନେ ଶ୍ୱରସ୍ଥ ଜୟଦେବ ଭବନରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠାନର ଓଡ଼ିଶା ନିର୍ଦ୍ଦେଶକଙ୍କ ଦ୍ୱାରା ଡକ୍ଟରେଟ୍ ଉପାଧିରେ ସମ୍ମାନୀତ କରାଯାଇଛି ।
ଶ୍ରୀଯୁକ୍ତ ମହାନ୍ତି ଶିକ୍ଷକତାକୁ ଜୀବନର ବ୍ରତରୂପେ ବାଛିନେଇଥିବାବେଳେ କଳାପ୍ରତି ତାଙ୍କର ବିଶେଷ ଆଗ୍ରହ ସମସ୍ତଙ୍କ ନିକଟରେ ପ୍ରିୟପାତ୍ର ଭାବେ ଗଢି ତୋଳିଛି । ୨୦୦୪ ମସିହାରେ ଓଡ଼ିଶାର କୋଣ ଅନୁକୋଣରେ ଚହଳ ପକାଇଥିବା ‘ବଉଳ ଲୋ....’ ଗୀତର ଗୀତିକାର ଅଟନ୍ତି ଶ୍ରୀ ମହାନ୍ତି । ଦିର୍ଘ ୪୦ବର୍ଷ ମଧ୍ୟରେ ସୃଷ୍ଟି କରିଛନ୍ତି ଅନେକ ଲୋକ ସଙ୍ଗୀତ, ଗିତୀନାଟ୍ୟ, ଦଣ୍ଡ ସୁଆଙ୍ଗ, ହଜିଯାଇଥିବା ଢଗ ଢମାଳୀ । ଭୁତକେଳୀ, କାଚରା ବେଶ, ମାନିନୀ ଶ୍ରୀରାଧା, କେଳାକେଳୁଣୀ, ପଲ୍ଲୀଗୀତ, ରସ ରଙ୍ଗିଆ ଇତ୍ୟାଦ ଅଡିଓ, ଭିଡିଓ ଜନମାନସରେ ବେଶ ଆଦୃତ ହୋଇପାରିଛି । ୨୦ ରୁ ଉର୍ଦ୍ଧ ଗିତୀନାଟ୍ୟ,୧୫ଶହ କବିତା, ୧୨ଶହ ଭଜନ,ବହୁ ଗଳ୍ପ,୬୦ରୁ ଉର୍ଦ୍ଧ ନାଟ୍ୟ ଭିଡିଓ, ତାଙ୍କର ସୃଷ୍ଟି ।
ଅନେକ ପଲ୍ଲିଗୀତ ଓ ଭଜନ ଧୂଡୁକି ମାଧ୍ୟମରେ ଆକାଶବାଣୀ କଟକ ଦ୍ୱାରା ପ୍ରସାରିତ । ସେହିପରି ନାଟ୍ୟ ନିର୍ଦ୍ଦେଶନା ଓ ଲୋକକଳା କଣ୍ଠଶିଳ୍ପୀ ଭାବରେ ବୋଲଗଡ ବ୍ଲକ ବାଙ୍କୋଇ ଅଞ୍ଚଳର ବସନ୍ତ କୁମାର ଉତ୍ତର କବାଟଙ୍କୁ ମଧ୍ୟ ଡକ୍ଟରେଟ୍ ଉପାଧିରେ ଭୂଷିତ କରାଯାଇଛି । ଶ୍ରୀ ଉତ୍ତର କବାଟ ଶିକ୍ଷକତା ବୃତ୍ତିରେ ଥାଇ ମଧ୍ୟ ଶତାଧିକ ନାଟ୍ୟ ଅନୁଷ୍ଠାନ ସହିତ ଜଡିତ ହୋଇ ନିଜର ବଳିଷ୍ଠ ନାଟ୍ୟ ନିର୍ଦ୍ଦେଶନା ଏବଂ ଲୋକଗୀତ ଗାୟନ , ବିଶିଷ୍ଟ କଣ୍ଠ ଶିଳ୍ପୀ ଅକ୍ଷୟ ମହାନ୍ତି ସଙ୍ଗୀତ ସମ୍ମାନ ପାଇଛନ୍ତି ।ରାଜ୍ୟ ତଥା ଜିଲ୍ଲାରେ ପରିଚିତ ସୃଷ୍ଟି କରିବା ସହିତ ବୋଲଗଡ ତଥା ଆଖପାଖ ଅଞ୍ଚଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏହି ଦୁଇ ବ୍ୟକ୍ତିତ୍ୱଙ୍କୁ ଡକ୍ଟରେଟ ସମ୍ମାନ ମିଳିଥିବାରୁ ବୋଲଗଡ଼ ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଛି ।
Recent Comments