ପୁରୀ/୨୮/ ୫/୨୦୨୫/(ଆଧାର ମିଡ଼ିଆ)-ସଶକ୍ତ ସମବାୟ, ସୁଦୃଢ ସମାଜ ଓ ସମୃଦ୍ଧ ଜୀବନର ବାର୍ତ୍ତାନେଇ ଆଜି ପୂର୍ବାହ୍ନରେ ସଂସ୍କୃତି ଭବନରେ ଆୟୋଜିତ ହୋଇଥିଲା ଆନ୍ତର୍ଜାତିକ ସମବାୟ ବର୍ଷ।ପୁରୀ ଜିଲ୍ଲାର DRCS ସୁନିତା ପତିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଟି ଅନୁଷ୍ଟିତ ହୋଇଥିଲା | ସମବାୟର ଭୂମିକା ବିଷୟରେ ବିସ୍ତ୍ରୁତ ଭାବେ ଆଲୋଚନା ହୋଇଥିଲା l ସମବାୟ କିପରି ସମାଜକୁ ସୁଦୃଢ ଓ ଆର୍ଥିକ ସମୃଦ୍ଧ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ତାହା ଉପରେ ଆଲୋକପାତ ହୋଇଥିଲ ।
ବର୍ତ୍ତମାନ ସମବାୟ ଏକ ଜନ ଆନ୍ଦୋଳନରେ ପରିଣତ ହୋଇ ଆର୍ଥିକ ଅଭିବୃଦ୍ଧିରେ ସହାୟକ ସହ ପରିବାର ମୁହଁରେ ହସ ଫୁଟାଇଛି।ଚଳିତ ମାସର ଥିମ ଭାବରେ FAQ ଧାନ ଉପରେ ସଚେତନତା ଏବଂ ଚାଷୀମାନଙ୍କୁ ସାର, ଉନ୍ନତ ବିହନ , କୀଟନାଶକର ପ୍ରୟୋଗ ଏବଂ କୃଷି ଉପକରଣ ବ୍ୟବହାର ଉପରେ ଥିଲା। ଏହି ଥିମ୍ ଉପରେ ସମସ୍ତ ମଞ୍ଚାସୀନ ଅତିଥିବୃନ୍ଦ ବିଶେଷ ଭାବେ ଆଲୋଚନା କରିଥିଲେ l ଏହାକୁ ସମସ୍ତଙ୍କ ସହଯୋଗରେ ସଫଳ କରିବା ସହ ସମବାୟ ସହଯୋଗରେ ସମୃଦ୍ଧ ହେବା ବୋଲି ସେ କହିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ UPNCC Bank ,ପୁରୀ ର DGM ,ତପତୀ ପଟ୍ଟନାୟକ ,ବରିଷ୍ଟ ଏଆରସିଏସ ସ୍ଵରୂପ କର l ARCS ସନାତନ ବେହେରା, RMC ସାକ୍ଷୀଗୋପାଳର ସମ୍ପାଦକ, ଜିତେନ୍ଦୁ ଦାସ,ଆର ଏମ ସି ନିମାପଡ଼ାର ସମ୍ପାଦକ ସୁଶାନ୍ତ ରାଉତ ପ୍ରମୁଖ ଯୋଗଦେଇ ସମବାୟ ସହଯୋଗ, ସମନ୍ୱୟ ଓ ସହଭାଗିତାର ବନ୍ଧନ ବିଷୟରେ ଆଲୋଚନାକରିଥିଲେ ।ଏହା ମାଧ୍ୟମରେ ଆମ ଅର୍ଥନୀତି କିପରି ମଜବୁତ ହୋଇ ପାରିବ ବୋଲି କହିଥିଲେ।
ଏଥିରେ ଅଧ୍ୟକ୍ଷତା କରି ଡିଆରସିଏସ ସୁନିତା ପତି ସମସ୍ତଙ୍କୁ ସ୍ବାଗତ କରିବା ସହ ସମବାୟ ବର୍ଷ ପାଳନର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।କୃଷି ସମବାୟ ସମିତି ଗଠନ,ଲାମ୍ପସ ଓ ପ୍ୟାକସ ମାଧ୍ୟମରେ କୃଷି ଋଣ ପ୍ରଦାନ, ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଧି କେନ୍ଦ୍ର ଖୋଲିବା, ସମବାୟ ମାଧ୍ୟମରେ କିପରି ଗ୍ରାମୀଣ ଅର୍ଥ ବ୍ୟବସ୍ତାକୁ ସୁଦୃଢ କରିହେବ ବୋଲି କହିଥିଲେ।ପୁରୀ ଜିଲ୍ଲାରେ ୨୪୫ ପ୍ୟାକ୍ସ କାର୍ଯ୍ୟ କରୁଛି। ବିଗତ ଖରିଫ ବର୍ଷରେ ସମବାୟ ବିଭାଗ ମାଧ୍ୟମରେ ୧୮ଲକ୍ଷ ୫୨ହଜାର ୩୦୦ କ୍ୟୁଣ୍ଟାଲ ଧାନ ସଂଗ୍ରହ ହୋଇଛି ଯାହାକି ବିଗତ ବର୍ଷର ୧୫୦ % ରୁ ଅଧିକ lଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଭଲକାମ କରିଥିବା ସମବାୟ ସମିତି ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥି ସହ ଭଲକାମ କରିଥିବା ସମବାୟ ସମିତିର ସମ୍ପାଦକ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା l ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଜିଲ୍ଲାର ଦୁଇ RMC ର ଅବଦାନ ପାଇଁ ମଧ୍ୟ ପୁରସ୍କୃତ କରାଯାଇଥିଲା |କାର୍ଯ୍ୟକ୍ରମରେ ଉଦଘୋଷକ ସମବାୟ ନିରୀକ୍ଷକ ସତ୍ୟବ୍ରତ ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ।
Recent Comments