logo
add image
ଗୋମାତା ସେବାରେ ଏକ ନୂଆ ପଦକ୍ଷେପ:-

ଗୋମାତା ସେବାରେ ଏକ ନୂଆ ପଦକ୍ଷେପ:-

ସୁବର୍ଣ୍ଣପୁର/୨୮/୦୫/୨୦୨୫/(ଆଧାର ମିଡ଼ିଆ)-ଆଜି ସୋନପୁର ସହରର କୋଲପଡା ଠାରେ ‘ଗୋପାଳଜୀ ଗୋ ସେବା ଚାରିଟେବୁଲ ଟ୍ରଷ୍ଟପକ୍ଷରୁ ଗଠିତ ଗୋସେବା ପାଳନ କେନ୍ଦ୍ରର ଉଦଘାଟନ ବୈଭବର ସହିତ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ,ଏହି କେନ୍ଦ୍ରର ଉଦଘାଟନ କରି ଟ୍ରଷ୍ଟର ଏହି ପରମାର୍ଥମୟ ପଦକ୍ଷେପକୁ ଅପୂର୍ବ ପ୍ରଶଂସା କରି ଗୋ ସୁରକ୍ଷା ଓ ଲାଳନ ପାଳନକୁ ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ବୋଲି ଉଲ୍ଲେଖ କରିବା ସହ ଉଦ୍ଘାଟନ କେବଳ ଏକ ଘଟଣା ନୁହେଁ, ଏହା ଗୋସେବା ପ୍ରତି ଦୃଢ଼ ଆସ୍ଥାର ପ୍ରତିବିମ୍ବ ବୋଲି କହିଛନ୍ତି।ଜିଲ୍ଲାପାଳ ଏହାର ଭିତ୍ତି ଭୂମି ଓ ପରିଚାଳନା ପାଇଁ ପୌର ପରିଷଦ ଓ ଜିଲ୍ଲା ପ୍ରଶାସନର ଯଥାଯଥ ପଦକ୍ଷେପ ଉପରେ ସୂଚୀତ କରିଛନ୍ତି।
ଟ୍ରଷ୍ଟ ସଭାପତି ପବନ କୁମାର ଅଗ୍ରୱାଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉଦଘାଟନ କାର୍ଯ୍ୟକ୍ରମରେ ବହୁ ପ୍ରମୁଖ ବ୍ୟକ୍ତିବର୍ଗ ଓ ସଂଗଠନ ପ୍ରତିନିଧିମାନେ ଉପସ୍ଥିତ ଥିଲେ।ଏଥିରେ ବରକନ୍ୟା ମଠର ମଠାଧୀଶ ଲବ ଶତପଥୀ, ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ମାଝୀ, ଟ୍ରଷ୍ଟ କୋଷାଧ୍ୟକ୍ଷ କମଲ ଅଗ୍ରୱାଲ, ଆରତୀ ଅଗ୍ରୱାଲା, ମଲ୍ଲିକା ଅଗ୍ରୱାଲା, ବରିଷ୍ଠ ନାଗରିକ ଇଂ.ଶ୍ୟାମ ସୁନ୍ଦର ଅଗ୍ରୱାଲ, ଚମରା ରାମ ତ୍ରିପାଠୀ, ଭୁବନ ମୋହନ ତ୍ରିପାଠୀ, ମାରୱାଡ଼ି ଯୁବା ମଞ୍ଚ ସଭାପତି ମନୋଜ୍ ଅଗ୍ରୱାଲା, ଫୁଳଚନ ଅଗ୍ରୱାଲା, ସୁରେଶ କମାଣି ସହ ବିଭିନ୍ନ ବ୍ୟକ୍ତିବର୍ଗ ଯୋଗ ଦେଇ ଟ୍ରଷ୍ଟ ପରିଚାଳନା କମିଟିକୁ ଉତ୍ସାହିତ କରିଥିଲେ।ମାରୱାଡ଼ି ଯୁବା ମଞ୍ଚ, ସ୍ବଚ୍ଛ ଭାରତ ସଂଗଠନ ଓ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ ଏହି ଉଦ୍ୟମରେ ସହଯୋଗ ଦେଇ ଦୃଢ଼ ଦୃଷ୍ଟିକୋଣ ପ୍ରଦର୍ଶନ କରିଛନ୍ତି।

Recent Comments

Leave Comments

Top