logo
add image
ଅଦିନିଆ ଝଡ଼ ତୋଫାନରେ-ଭାଙ୍ଗିପଡିଲେ ଚାଷୀ .

ଅଦିନିଆ ଝଡ଼ ତୋଫାନରେ-ଭାଙ୍ଗିପଡିଲେ ଚାଷୀ .

ବରଗଡ/ଓଡିଶା/୩୧/୦୫/୨୦୨୫/(ଆଧାର ମିଡ଼ିଆ)-ଦୀର୍ଘ ୫ଦିନ ହେଲା ଝଡ଼ ତୋଫାନ ସହିତ ବର୍ଷା ଲାଗିରହିବାରୁ ଚାଷୀମାନେ ବହୁତ ହଇରାଣ ଓ ହରକତ ହେଉଥିବାର ଦେଖିବାକୁ ମିଳୁଛି,କୋଚିତ ଚାଷୀ ବିଲରୁ ଧାନ କାଟିଥିବା ବେଳେ ଶତକଡା ୯୦ ଭାଗ ଚାଷୀ ବିଲକୁ ଦେଖି ମୁଣ୍ଡରେ ହାତଦେଇ ବସିଛନ୍ତି.ଭୀଷଣ ପବନ ହେବାଦ୍ବାରା ଧାନ ଗଛ ଗୁଡିକ ସୋଇପଡିବା ଦ୍ୱାରା ଗଜା ହୋଇଯିବାର ବହୁତ ସଂଭାବନା.ଧାନ ଭଲଭାବରେ ପାଚି ନଥିବାରୁ କଟା ହୋଇପାରିନାହିଁ.ଆଉ କେତେକ ଚାଷୀ ଧାନକାଟି ରୋଡ ଉପରେ ଶୁଖାଇ ଥିବାର ଦେଖିବାକୁ ମିଳିଛି.ଅଖିଆ ଅପିଆ ରୋଡ ଉପରେ ଧାନ ଶୁଖାଇ ଜଗି ବସିଥିବାର ନଜରକୁ ଆସୁଛି.ବର୍ଷ କମିଲେବି ବିଲ ନ ଶୁଖିଲେ ଧାନ କାଟି ହେବନାହିଁ ଯାହାକି ବେଶିଦିନ ଧାନ ଗୁଡିକ ପାଣିରେ ପଡ଼ିରହି ଗଜା ହଜିବାର ସଂଭାବନା ଥିବାରୁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି.ଗତକାଲି ହଠାତ ପବନ ଓ ବର୍ଷା ହେବାରୁ ରୋଡ ଉପରେ ଶୁଖାଯାଇଥିବା ଧାନ ଗୁଡିକ ଉଠାଇ ନ ପାରିବାରୁ ଧାନ ଗୁଡିକ ପାଣିରେ ଭାଷୀ ଯାଇଥିବାର ଖବର ମିଳିଛି.  

Recent Comments

Leave Comments

Top